ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ଯିବ 1 ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ସୁଦ୍ଧା 1 କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି I ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା 32 ଲକ୍ଷ ହିତାଧିକାରୀ MPCI ଯୋଗ୍ୟ ବିବେଚିତ ହୋଇଛନ୍ତି I ଆଜି ସୁଦ୍ଧା ଯେତିକି ସଂଖ୍ୟାରେ MPCI ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା 9 ତାରିଖ ଦିନ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ I କ୍ଲିୟରାନ୍ସ ପାଇନଥିବା ହିତାଧିକାରୀଙ୍କ ଆବେଦନ ପତ୍ର ପୁନଃ ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନା କିସ୍ତି ପ୍ରଦାନ କରାଯିବ ଏବଂ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି 1 ଟଙ୍କା ଲେଖାଏଁ ଛଡ଼ାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା ଶର୍ମା। ‘ବିଗ୍ବସ୍ ୧୮’ରେ କିଛି ବ୍ୟକ୍ତିଗତ କାରଣ ଯୋଗୁ ସାମିଲ ହୋଇ ପାରୁ ନାହିଁ ବୋଲି ନିୟା ଶର୍ମା ପ୍ରଶସଂକଙ୍କୁ କହିଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ କ୍ଷମାମାଗିବାକୁ ଚାହୁଁଛି। ‘ବିଗ୍ବସ୍ ୧୮’ରେ କିଛି ବ୍ୟକ୍ତିଗତ କାରଣ ଯୋଗୁ ସାମିଲ ହୋଇପାରୁନାହିଁ ବୋଲି ନିୟା ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି।
‘ବିଗ୍ବସ୍ ୧୮’ ରବିବାରଠାରୁ ଆରମ୍ଭ ହୋଇଛି। ଏହି ଶୋ’ରେ ଅଭିନେତ୍ରୀ ନିୟା ଶର୍ମା ଅଂଶଗ୍ରହଣ କରୁଥିବାନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ନିୟା ବିଗ ବସ୍ରେ ସାମିଲ ହେବେ ନାହିଁ। ଏହାସହ ରବିବାର ସନ୍ଧ୍ୟାରେ ଅନ୍ୟ ସବୁ କଣ୍ଟେଷ୍ଟେଣ୍ଟଙ୍କ ନା ପ୍ରକାଶ ପାଇଛି। ବିଗବସ୍ କୁ ନେଇ ପ୍ରଶଂସକମାନେ ଉତ୍ସାହିତ ଥିବାବେଳେ ବର୍ତ୍ତମାନ ଏହି ସୋ ଆରମ୍ଭ ହୋଇସାରିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: