ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ପୁରୁଣା ବସଷ୍ଟାଣ୍ଡ୍ ସ୍ଥିତ ଟେଲିଫୋନ ଭବନ ପାଖ ଏକ ସିଲ୍ ହୋଇଥିବା ମଦ ଦୋକାନ ନିକଟରେ ଚାଲିଥିଲା ଖୁଲାମ ଖୁଲା ଚୋରା ମଦ ବେପାର । ଏହାର ଗୁଇନ୍ଦା ତଥ୍ୟ ସଂଗ୍ରହ ପାଇଁ ଯାଇଥିଲେ ଅବକାରୀ କନଷ୍ଟେବଳ ସବ୍ୟସାଚୀ ମିଶ୍ର । କିନ୍ତୁ ତଥ୍ୟ ସଂଗ୍ରହ ପାଇଁ ମୋବାଇଲରେ ଫଟୋ ବାହାର କରୁଥିବାବେଳେ ତାଙ୍କୁ ୫ ରୁ ୬ ଜଣ ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ ।
ପରେ କନେଷ୍ଟବଳ ସବ୍ୟସାଚୀ ଧରିଥିବା ମୋବାଇଲ, ୩ ହଜାର ଟଙ୍କା, ଆଇଡ଼ି କାର୍ଡ ଓ ପିନ୍ଧିଥିବା ସୁନା ମୁଦିକୁ ଦୁର୍ବୁତ୍ତମାନେ ଛଡ଼ାଇ ନେଇଯାଇଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେଲେ ।
ଆହୁରି ପଢନ୍ତୁ ଓଡିଶା ଖବର...