ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଇମଣୀ ଛକ ନିକଟରେ ଜଣେ ନାବାଳକ ତିନି ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୁଇ ଦିନରେ ତିନିଟି ଜୀବନ ନେଇଛି ଅଭିଯୁକ୍ତ ନାବାଳକ । ଗତକାଲି ନାବାଳକ ଜଣଙ୍କ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ପଥରରେ ଛେଚି ହତ୍ୟା କରିଥିଲା। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମୃତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଆଜି ନାବାଳକର ଆଇଙ୍କ ମୃତଦେହ ମିଳିଛି । ତାଙ୍କୁ ନାବାଳକ ଜଣଙ୍କ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ରାଇମଣୀ ଛକ ନିକଟ ଏକ ବୁଦା ମୂଳରୁ ନାବାଳକର ଆଇ ସୁକାନ୍ତି ମୁଣ୍ଡାଙ୍କ ମୃତଦେହ ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଦାନା । ତେବେ ବାତ୍ୟା ‘ଦାନା’ ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ । ୨୪ ତାରିଖ ରାତିରୁ ୨୫ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେଲାଣି। ବାତ୍ୟାରେ ଶୂନ୍ୟ ମୃତ୍ୟୁ ଉପରେ ରାଜ୍ୟ ସରକାରଙ୍କ ଫୋକସ୍ । ବୁଧବାର ବାତ୍ୟା ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗୀୟ ଅଧିକାରୀଙ୍କ ସହ ହୋଇଛି ଘନ ଘନ ଆଲୋଚନା ହୋଇଛି । ହାଇଆଲର୍ଟ ଜିଲ୍ଲାରେ ସ୍ଥିତି ସମୀକ୍ଷା କରୁଛନ୍ତି ଦାୟିତ୍ବରେ ଥିବା ମନ୍ତ୍ରୀ । ସଜାଗ ରହିଛି ମେଡିକାଲ ଟିମ୍ । ପ୍ରସୂତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ମେଡିକାଲରେ ଡାଇରିଆ ସହ ଆଣ୍ଟି ସ୍ନେକ ଭେନମ୍ ମହଜୁଦ କରିବାକୁ ରହିଛି ନିର୍ଦ୍ଦେଶ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଦାନା’ । ଗତ ରାତିରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇଛି । ତେବେ ବାତ୍ୟା ‘ଦାନା’ ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ । ୨୪ ତାରିଖ ରାତିରୁ ୨୫ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେଲାଣି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ ବୋଲି ପୂର୍ବାନୁମାନ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପବନର ବେଗ ୧୨୦ କିମି ରହିବ ବୋଲି ଆଶା କରାଯାଉଛି ।ଏହା କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟାରେ ୧୫ କିମି ବେଗରେ ଗତି କରୁଛି ଏହି ବାତ୍ୟା ଦାନା ।
ଏହା ବର୍ତ୍ତମାନ ପାରାଦୀପର ଦକ୍ଷିଣପୂର୍ବକୁ ୨୮୦ କିମି ଦୂରରେ ରହିଛି ବୋଲି ସୂଚନା କରାଯାଉଛି । ଏହା ସହିତ ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୩୧୦ କିମି ଦୂରରେ ବାତ୍ୟା ରହିଛି । ସେହିପରି ସାଗର ଦୀପର ଦକ୍ଷିଣପୂର୍ବର ୪୨୦ କିମି ଦୂରରେ ରହିଛି ଦାନା । ତେବେ ବାତ୍ୟା 'ଦାନା'କୁ ନେଇ ସଚେତନ ରୁହନ୍ତୁ ଭଞଭୀତ ହୁଅନ୍ତୁନାହିଁ ବୋଲି ସରକାରଙ୍କ ପକ୍ଷରୁ ଆଶ୍ୱାସନା ଦିଆଯାଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଦାନା’ । ଗତ ରାତିରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇଛି । ଏହା କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଭୀଷଣ ବାତ୍ୟା ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇପାରେ 4ଟି ଜିଲ୍ଲା । ହାଇଆଲର୍ଟରେ ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଜଗତସିଂହପୁର। ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । NDRF ଓ ଓଡରାଫ୍ ଟିମ୍ ମୁତୟନ । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ କରାଯାଇଛି ସ୍ଥାନାନ୍ତର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: