ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପିଲାଚୋରକୁ ନିସ୍ତୁକ ମାଡ଼ । ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ପତ୍ରାପଡାରେ ଘଟିଛି ଘଟଣା । ଘରେ ପଶି ଶିଶୁକନ୍ୟାକୁ ଚୋରି ଉଦ୍ୟମ କରୁଥିବାବେଳେ ଶିଶୁର ମା ଦେଖି ପାଟି କରିଥିଲେ । ପରେ ସ୍ଥାନୀୟ ଲୋକ ଚୋରକୁ କାବୁ କରି ମାଡ଼ ମାରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଉଦ୍ଧାର କରି ସୁନ୍ଦରଗଡ଼ ମେଡିକାଲରେ ଭର୍ତ୍ତି କରିଛି । ଏହି ଛୁଆ ଚୋରି ରେକର୍ଡ଼ରେ ଆହୁରି ତିନିଜଣ ରହିଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ସହ ପାଟ୍ରୋଲିଂକୁ ଆହୁରି କଡ଼ା କରିବାକୁ ଅନରୋଧ କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଏକବିଂଶ ଶତାବ୍ଦୀରେ ରିଲେସନସିପ ବା ସମ୍ପର୍କର ସଂଜ୍ଞା ବଦଳି ଯାଇଛି ଓ ସମ୍ପର୍କର ଗୋଟେ ନାଁ ଦେବାକୁ ପଡୁଛି ଆଉ ଉଦାହରଣ ହେଉଛି ଗ୍ରେ ଡିଭର୍ସ । ତେବେ ହଠାତ୍ ଏହି ଗ୍ରେ ଡିଭର୍ସ ଶବ୍ଦଟି କାହିଁକି ସମସ୍ତଙ୍କ ନଜରକୁ ଆସୁଛି? କାରଣ ଶୁଣାଯାଉଛି ବଲିଉଡ଼ର ଲୋକପ୍ରିୟ ଯୋଡି ଐଶୂର୍ଯ୍ୟା ରାୟ ଏବଂ ଅଭିଷେକ ବଚନ ଗ୍ରେ ଡିଭର୍ସ ନେଉଛନ୍ତି? ତେଣୁ ଗ୍ରେ ଡିଭର୍ସକୁ ନେଇ ଆପଣଙ୍କ ମନରେ ବି ଅନେକ ପ୍ରଶ୍ନ ଆସୁଥିବ କି କଣ ଏହି ଗ୍ରେ ଡିଭର୍ସ? ଆଜିପର୍ଯ୍ୟନ୍ତ ଆମେ ଖାଲି ଡିଭର୍ସ ଶୁଣିଆସୁଥିଲେ ଏବେ ଏହି ଗ୍ରେ ଡିଭର୍ସ କଣ?
ଯେତେବେଳେ ମାଇକ୍ରୋସଫ୍ଟର ଫର୍ମର ସିଇଓ ବିଲ ଗେଟସ୍ ଏବଂ ମିଲେନ୍ଦା ଗେଟସ୍ ଡିଭର୍ସ ନେଇଥିଲେ ସେତେବେଳେ ସମସ୍ତେ କହିଲେ କି ଏହା ହେଉଛି ଗ୍ରେ ଡିଭର୍ସ। ସେହି ଠାରୁ ଆରମ୍ଭ ହେଲା ଗ୍ରେ ଡିଭର୍ସ। ୪୦ ରୁ ୫୦ ବର୍ଷ କିମ୍ବା ତାଠାରୁ ଅଧିକ ବର୍ଷର ଲୋକମାନେ ଯେତେବେଳେ ଡିଭର୍ସ ନେବାକୁ ନିଷ୍ପତ୍ତି ନିଅନ୍ତି ତାକୁ ଗ୍ରେ ଡିଭର୍ସ କୁହାଯାଏ। ବର୍ତ୍ତମାନ ବିଶ୍ବରେ ଏହି ଗ୍ରେ ଡିଭର୍ସ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରିସର୍ଚ୍ଚ ଅନୁଯାୟୀ, ଗତ ଦୁଇ ଦଶନ୍ଧି ଧରି ଆମେରିକାରେ ହୋଇଥିବା ସମସ୍ତ ଛାଡପତ୍ର ମାମଲାର 40 ପ୍ରତିଶତ ହେଉଛି 50 କିମ୍ବା ତାଠାରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କର। 1990 ମସିହାରୁ ଏହି ଗ୍ରେ ଡିଭର୍ସ ଟର୍ମ ଦ୍ୱିଗୁଣିତ ହୋଇଛି । ଏଥିରେ 65 ବର୍ଷରୁ ଅଧିକ ବୟସ୍କଙ୍କ ଡିଭର୍ସ ସଂଖ୍ୟା ତିନିଗୁଣ ରହିଛି।
ଭାରତରେ ଗ୍ରେ ତ ଡିଭର୍ସର କନସେପ୍ଟ ହିଁ ନଥିଲା। ଏମିତି କି ଡିଭର୍ସ ବି ଭାରତରେ ବହୁତ କମ୍ ହେଉଥିଲା। କିନ୍ତୁ ଗତ କିଛି ବର୍ଷ ହେବ ଡିଭର୍ସ ସଂଖ୍ୟା ବଢିଚାଲିଛି ଏବଂ ବର୍ତ୍ତମାନ ଗ୍ରେ ଡିଭର୍ସ ସଂଖ୍ୟା ବଢୁଛି। ଏହି ଗ୍ରେ ଡିଭର୍ସକୁ , ଡାଇମଣ୍ଡ ତଲାକ, ସିଲଭର ସ୍ପିଲଟର୍ସ ବି କୁହାଯାଏ। ସାଧାରଣତଃ ଯେତେବେଳେ ୫୦ ବର୍ଷ ରୁ ଅଧିକ ହୋଇଯାଏ ସେତେବେଳେ ଆମ ମାନସିକତାରେ ଥାଏ କି ଏବେ ତ ବିବାହ ବିଚ୍ଛିନ୍ନ ହେବାର କୌଣସି ପ୍ରଶ୍ନ ହି ଉଠୁନି। ୫୦ ବର୍ଷ ହୋଇଗଲାଣି ଆଉ କଣ ଡିଭର୍ସ ହେବ। କିନ୍ତୁ ବଦଳୁଥିବା ସମୟ ଅନୁସାରେ ମାନସିକତା ବି ବଦଳିଗଲାଣି। ବର୍ତ୍ତମାନ ୫୦ ବର୍ଷ ପରେ ବି ଡିଭର୍ସ ହୋଇପାରୁଛି ଆଉ ଏହା ବହୁତ କମନ ମଧ୍ୟ ହୋଇଗଲାଣି। ଏମିତି ବି ହେଉଛି କି ଦମ୍ପତ୍ତି ନିଜ ପିଲାଙ୍କର ବିବାହ କରାଇବା ପରେ ଡିଭର୍ସ ନେଉଛନ୍ତି। ୬୦ ବର୍ଷ ପରେ ବି ଡିଭର୍ସ ନେଇ ଦ୍ବିତୀୟ ବିବାହ କରୁଛନ୍ତି। ବିଦେଶରେ ତ ଏହା ଲୋକପ୍ରିୟ ଥିଲା ବର୍ତ୍ତମାନ ଭାରତରେ ମଧ୍ୟ ଏହା ପ୍ରବେଶ କରିସାରିଲାଣି। ଆପଣ ଏମିତି ବହୁତ ଦମ୍ପତ୍ତି ଦେଖିଥିବେ ଯେଉଁମାନେ ବୃଦ୍ଧ ହୋଇସାରିଲା ପରେ ବି ଅଲଗା ହେଉଛନ୍ତି। କଣ ରହିଛି ଏହା ପଛରେ କାରଣ ?
ଗ୍ରେ ଡିଭର୍ସ ବି ସେହି ସାଧାରଣ ଡିଭର୍ସ କେବଳ ଏହା ଏଥିପାଇଁ ବେଶୀ ଲୋକପ୍ରିୟ କାରଣ ଏହା ବୟସ୍କ ଲୋକଙ୍କ ମଧ୍ୟରେ ହେଉଛି। ତାକୁ ଛାଡିଦେଲେ ଅନ୍ୟ କିଛି ବି କାରଣ ନାହିଁ । ଏମିତି ନାହିଁ କି ବୟସ୍କ ହୋଇ ଡିଭର୍ସ ନେଲେ ତାଙ୍କ ପାଇଁ କିଛି ଅଲଗା ନିୟମ କାନୁନ୍ ରହିଛି। ଡିଭର୍ସ ର ନିୟମ ସେହି ସମାନ ହିଁ ରହିଛି।
ତେବେ ଆମେ ଜାଣିବା ଏହି ଗ୍ରେ ମ୍ୟାରେଜ ସମ୍ବନ୍ଧରେ ମନୋବିଜ୍ଞାନୀମାନଙ୍କ ମତ କଣ ?
Financial freedom ବା ଆର୍ଥିକ ସ୍ବାଧୀନତା: ଆଜିକାଲିର ମହିଳାମାନେ ହେଉଛନ୍ତି ଫାଇନାନ୍ସିଆଲି ଇଣ୍ଡିପେଣ୍ଡେଣ୍ଟ। ଟଙ୍କା ପାଇଁ ସେମାନେ ଆଉ ନିଜ ସ୍ବାମୀଙ୍କ ଉପରେ ନିର୍ଭରଶୀଳ ନୁହଁନ୍ତି। ସେଥିପାଇଁ ଯଦି ସିଏ ବିବାହରେ ଖୁସି ନାହାନ୍ତି ତାହେଲେ ସିଏ ଡିଭର୍ସର ନିଷ୍ପତ୍ତି ନେଇପାରିବେ।
ଏମିତି ନୁହେଁ କି ଏହି ବୟସରେ ସମ୍ପର୍କ ଭିତରେ ଗାଳିଗୁଲଜ ହେଉଛି କି ମାରପିଟ୍ ହେଉଛି କି ଅନ୍ୟ କିଛି ସମସ୍ୟା ଦେଖାଦେଉଛି । ବାସ୍ ସେମାନେ ଆଉ compatible ଅନୁଭବ କରୁନାହାନ୍ତି । ନାଁ ସେଠି ଝଗଡା ହେଉଛି ନାଁ ଯୁକ୍ତିତର୍କ ନାଁ ମତାନ୍ତର। ଉଭୟ ବାସ୍ ଶାନ୍ତିରେ ଅଲଗା ହେବାକୁ ଚାହୁଁଛନ୍ତି। ଏମାନଙ୍କ ପାଇଁ କୌଣସି ଭିନ୍ନ ନିୟମ ନାହିଁ। ସାଧାରଣ ଡିଭର୍ସ ଭଳି ଏମାନେ ବି ଡିଭର୍ସ ନେଇପାରିବେ। ଏମିତି ବି ହେଉଛି କି ଡିଭର୍ସ ନ ନେଇ ବି ଉଭୟ ଅଲଗା ରହୁଛନ୍ତି। ଗୋଟିଏ ଘରେ ଏକାଠି ହୋଇ ରହୁନାହାନ୍ତି। କୌଣସି ଫ୍ୟାମିଲି ଗେଟ୍ ଟୁଗେଦର ହେଲେ ହିଁ ସେମାନେ ଦେଖାହୁଅନ୍ତି।
ଏହା ହିଁ ହେଉଛି ଗ୍ରେ ଡିଭର୍ସର କନସେପ୍ଟ ଯାହାକି ବର୍ତ୍ତମାନ ଟ୍ରେଣ୍ଡରେ ଚାଲିଛି। ତେବେ ଏହି ନୂଆ ଟର୍ମ ତ ଏବେ ଆସିଛି କିନ୍ତୁ ଏହାପୁର୍ବରୁ ବି ବଲିଉଡରେ କିଛି କପଲ ୫୦ ବର୍ଷରେ ଡିଭର୍ସ ନେଇସାରିଛନ୍ତି । ଅରବାଜ ଖାନ ଏବଂ ମଲାଇକା, ଆମିର ଖାନ ଏବଂ କିରନ ରାଓ , ଅର୍ଜୁନ ରାମପାଲ ଏବଂ ମେହେର ଜେସିଆ ଏମାନଙ୍କ ଡିଭର୍ସ ବି ଗ୍ରେ ଡିଭର୍ସ ରେ ହିଁ ଅନ୍ତର୍ଭୁକ୍ତ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଆଜିକାଲି ଖରାପ ଜୀବନଶୌଳୀ ହେତୁ ଲୋକମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି। ସେହିପରି ମଧୁମେହ ଏପରି ଏକ ରୋଗ ଯାହା ଦେଶ ତଥା ବିଶ୍ଵରେ ମହାମାରୀ ପରି ବ୍ୟାପୁଛି। ଏହି ରୋଗ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କଠାରେ ଦେଖାଯାଏ । ଏହା ଏକ ଜୀବନଶୈଳୀ ରୋଗ ଯାହା କେବଳ ଜୀବନଶୈଳୀରେ ଉନ୍ନତି କରି ନିୟନ୍ତ୍ରିତ ହୋଇପାରିବ । ବିଶେଷକରି ମଧୁମେହ ରୋଗୀଙ୍କୁ ସେମାନଙ୍କର ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡିଥାଏ । ଔଷଧ ବ୍ୟତୀତ ଆପଣ ଏହାକୁ ନିୟନ୍ତ୍ରଣ କରିବା ପାଇଁ କିଛି ଘରୋଇ ଉପଚାର ମଧ୍ୟ ଚେଷ୍ଟା କରିପାରିବେ । ମଧୁମେହ ରୋଗୀମାନେ ମେଥି ଖାଇବା ଉଚିତ୍ । ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ । ଆସନ୍ତୁ ଜାଣିବା ମଧୁମେହରେ ମେଥି କେତେ ଲାଭଦାୟକ ଏବଂ ଏହାକୁ କିପରି ଖାଇବେ?
ମଧୁମେହରେ ମେଥି ଉପକାରୀ
ମଧୁମେହ ରୋଗୀଙ୍କ ପାଇଁ ମେଥି ଖାଇବା ଲାଭ ମିଳିଥାଏ । ମେଥି ପେଟରେ ଚିନିର ଅବଶୋଷଣକୁ ମନ୍ଥର କରିଥାଏ । ମଞ୍ଜିରେ ଫାଇବର ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ରହିଥାଏ ଯାହା ହଜମକୁ ମନ୍ଥର କରିଥାଏ ଏବଂ ଶରୀର ଦ୍ୱାରା କାର୍ବୋହାଇଡ୍ରେଟ୍ ଏବଂ ଶର୍କରାର ଅବଶୋଷଣକୁ ମନ୍ଥର କରିଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ଇନସୁଲିନ୍ ଉନ୍ନତ ହୁଏ ଏବଂ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ମେଥି ନେଇ ରାତିସାରା ଏକ ପାତ୍ରରେ ଭିଜାନ୍ତୁ । ପରଦିନ ସକାଳେ ଏହାକୁ ଖାଲି ପେଟରେ ଖାଆନ୍ତୁ ।
କିପରି ଖାଇବେ ମେଥି ?
ରାତିରେ ଏକ କପ୍ ପାଣିରେ ଏକ ଚାମଚ ମେଥି ମଞ୍ଜିକୁ ଭିଜାନ୍ତୁ । ଏହା ରାତି ସାରା ଭିଜିଲା ପରେ ସକାଳେ ଖାଲି ପେଟରେ ସେଇ ପାଣିକୁ ପିଅନ୍ତୁ । ମେଥିକୁ ଚୋବାଇ ଖାଆନ୍ତୁ । ଯଦି ଆପଣ ମେଥିକୁ ଚୋବାଇ ନଖାଇପରିବେ ତେବେ ଆପଣ ମେଥି ପାଉଡର ମଧିୟ ବ୍ୟବହାର କରିପାରିବେ ।
ଏହି ସମସ୍ୟାଗୁଡ଼ିକରେ ମଧ୍ୟ ଏହା ପ୍ରଭାବଶାଳୀ
ଓଜନ ହ୍ରାସ କରନ୍ତୁ: ଯଦି ଆପଣଙ୍କର ଓଜନ ଦ୍ରୁତ ଗତିରେ ବଢୁଛି ତେବେ ଆପଣଙ୍କ ଖାଦ୍ୟରେ ମେଥି ଅନ୍ତର୍ଭୁକ୍ତ କରନ୍ତୁ । ମେଥି ପାଣି ପିଇବା ଦ୍ୱାରା ଓଜନ କମିଯାଏ କାରଣ ଏହା ପେଟକୁ ପୂର୍ଣ୍ଣ ଅନୁଭବ କରିଥାଏ ଏବଂ କ୍ୟାଲୋରୀ ଗ୍ରହଣକୁ ହ୍ରାସ କରିଥାଏ ।
ହୃଦୟ ସ୍ୱାସ୍ଥ୍ୟକୁ ବଜାୟ ରଖେ: ଉଭୟ ପୁରୁଷ ଓ ମହିଳା କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବା ପାଇଁ ମେଥି ମଞ୍ଜିରୁ ଲାଭ ପାଇବେ, ଯାହାଦ୍ୱାରା ହୃଦୟର ସ୍ୱାସ୍ଥ୍ୟ ବୃଦ୍ଧି ପାଇଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବନାଞ୍ଚଲର ଟିକ୍ରାପଡ଼ା ସେକସନରୁ ଗତ ରାତିରେ ଗୁଦ୍ରାମୁଣ୍ଡା ପଟୁ 12ଟିକିଆ ହାତୀ ପଲ ଆସି ପାଟଣାଗଡ ରେଞ୍ଜର ସେମେଲ ମୁଣ୍ଡା ଗାଁର ଜଣେ ଚାଷୀଙ୍କ ବିଲରେ ଥିବା ବୋରୱେଲକୁ ତାଡି ପକାଇ ଭାଙ୍ଗି ଦେଇଥିବା ବେଳେ ପରେ ଆମ୍ବଦର୍ହ , ସେମେଲମୁଣ୍ଡା, ଦନ୍ଦ୍ରାବାହାଲ ଗାଁରେ 12ତିକିଆ ହାତୀଙ୍କ ଉପଦ୍ରବରେ ଅଧିକାଂଶ ଚାଷୀଙ୍କ ଧାନ ଓ କପା ଫସଲ ନଷ୍ଟ କରିବା ସହ ଏକ ବିଦ୍ୟୁତ୍ ଖୁଣ୍ଟକୁ ଉପାଡ଼ି ଦେଇଥିଲେ।
ଘଟଣାର ଖବର ପାଇ ପାଟଣାଗଡ ବନାଞ୍ଚଳ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶୀଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ଏକ ଟିମ୍ ପହଞ୍ଚି ହାତୀପଲକୁ ଘଉଡ଼ାଇ ଦେଇଥିଲେ। ଏବେ ହାତୀ ପଲ କିରିବାଞ୍ଜି ଜଙ୍ଗଲରେ ଥିଲେ ମଧ୍ୟ ବନାଞ୍ଚଳ କର୍ମଚାରୀ ମାନେ ହାତୀ ପଲକୁ ଜଗି ରହିଛନ୍ତି । ବିଭିନ୍ନ ପ୍ରକାର ଫସଲ ନଷ୍ଟ ହୋଇଥିବା କ୍ଷତି ପୂରଣ ଚାଷୀମାନେ କ୍ଷୟକ୍ଷତି ଦାବିକରିଛନ୍ତି। ଅନ୍ୟ ପଟେ ପାଟଣାଗଡ ରେଞ୍ଜର ଶ୍ରୀ ବିଶି କ୍ଷୟକ୍ଷତିର ସଠିକ ଆକଳନ କରି ଚାଷୀଙ୍କୁ କ୍ଷୟକ୍ଷତି ଯୋଗାଇ ଦିଆଯିବ ବୋଲି କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର