ଅର୍ଗସ ବ୍ୟୁରୋ:ସେନା ଅଧିକାରୀ ବାନ୍ଧବୀଙ୍କୁ ଥାନାରେ ର୍ଦୁବ୍ୟବହାର ମାମଲାରେ ନିରପକ୍ଷ ତଦନ୍ତ ପାଇଁ ଭରତପୁର ଥାନାର ଆଇଆଇସି,ଏଏସଆଇ,କନେଷ୍ଟବଳଙ୍କ ସମେତ ୩ ଜଣଙ୍କୁ ବଦଳି କରାଯାଇଛି । ବଦଳି କରାଇଛନ୍ତି ପୋଲିସ କମିଶନର। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଭୁବନେଶ୍ବର ଡିସିପି ଅଫିସକୁ ବଦଳି କରାଯାଇଛି। ଭରତପୁର ଥାନାର ନୂଆ ଆଇଆଇସି ହୋଇଛନ୍ତି ଦୀପକ ଖଣ୍ଡାୟତ ରାୟ
ବ୍ରହ୍ମପୁର: ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ। ଲକ୍ଷାଧିକ ଟଙ୍କାର ମେସିନ ଗୁଟଖା ଜବତ । ଗଂଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉଁଶିଆପାଲ୍ଲୀରେ ଥିବା ନୀଳଚକ୍ର ପ୍ରଡକ୍ସନରେ ଦୀର୍ଘ ବର୍ଷ ହେବ ବେଆଇନ ନକଲି ଗୁଟଖା ତିଆରି ହୋଇଆସୁଥିଲା I
ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ଆଜି ଭୋର ସକାଳୁ ବେଆଇନ ଗୁଟଖା କାରଖାନା ଉପରେ ଅତର୍କିତ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମେସିନ ଏବଂ ଗୁଟଖା ଜବତ କରିଛି I କାରଖାନାରେ ୨୫-୩୦ ବିଦେଶୀ କର୍ମଚାରୀ କାମ କରୁଥିବା ବେଳେ ଅପମିଶ୍ରିତ ହେଉଥିବା କେମିକାଲ ସାଙ୍ଗକୁ ବିଭିନ୍ନ ସାମଗ୍ରୀ ଜବତ କରଯାଇଛି I ଦିନକୁ ପାଖାପାଖି ୬୦-୭୦ ବସ୍ତା ଗୁଟଖା ତିଆରି ହୋଉଥିବା ବେଳେ ଏସବୁ ନକଲି ସାମଗ୍ରୀ କେଉଁ ଅଞ୍ଚଳକୁ ସ୍ଥାନାନ୍ତର ହେଉଥିଲା ସେ ନେଇ ଅଧିକ ଖୋଳତାଡ଼ ଜାରିରହିଛି I
ଅଧିକ ପଢନ୍ତୁ ଓଡ଼ିଶା ଖବର
ବାଲେଶ୍ୱର: ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ। ହାତୀ ମୃତ୍ୟୁ ଘଟଣା ରେ ସୋର ରେଞ୍ଜ ଔପଦା ବେତେଇ ଫରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ସହ ୪ ସବୁଜ ବାହିନୀ କର୍ମଚାରୀ ଗିରଫ। ମିଛରେ ଗିରଫ କରାଯାଇଥିବା ଅଭିଯୋଗ ରେ ନେଇ ନୀଳଗିରି କୁଳଡିହା ରେଞ୍ଜ ଅଫିସ ଘେରାଉ କଲେ ଗିରଫ ହୋଇଥିବା ପରିବାର ଲୋକେ। ଘଟଣା ସ୍ଥଳରେ ନୀଳଗିରି ପୋଲିସ ର ବୁଝାସୁଝା।
ଗତ ଜୁଲାଇ ମାସରେ କୁଳଡିହା ଅଭୟାରଣ୍ୟ ର ହାତୀ ମୃତ୍ୟୁ ହୋଇଥିବା ବେଳେ ଘଟଣାକୁ ବାଲେଶ୍ଵର ବନ ଚାପିବା ପାଇଁ ଉଦ୍ୟମ କରିଥିଲା। ସୋର ବନାଞ୍ଚଳ ବେତେଇ ବିଟ ଅଧୀନ ଜଙ୍ଗଲରେ ଚଳିତବର୍ଷ ମେ ମାସରେ ଏକ ହାତୀର ମୃତଦେହକୁ ଲୁଚାଇବା ଅଭିଯୋଗରେ ସେତେବେଳର ବେତେଇ ବିଟର ଫୋରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ସହ 4ସବୁଜବାହିନୀ କର୍ମଚାରୀ ଗିରଫ ହୋଇ କୋର୍ଟ ଚାଲାଣ ବେଳେ କୁଳଡିହା ଅଫିସ ଆଗରେ ପରିବାର ପକ୍ଷରୁ କୋର୍ଟ ଚାଲାଣ ବେଳର ବନବିଭାଗ ଗାଡି ସହ ଫାଟକ ଆଗରେ ଧାରଣା ସହ ଉତେଜନା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର