ଅନୁଗୁଳ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଏକ ପଦଯାତ୍ରା ସହ ସଭାର ଆୟୋଜନ କରାଯାଇଥିଲା । ସମ୍ବଲପୁରର ଲୋକସଭା ପ୍ରାର୍ଥୀ ବବି ଦାସ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଆଠମଲ୍ଲିକ ବଜାରରେ ଥିବା ମନ୍ଦିର ଦର୍ଶନ ପରେ ବିନିକେଇ ଶକ୍ତିପୀଠକୁ ଯାଉଥିଲେ । ହେଲେ ସଭାକୁ ଲୁଣାହାଣ୍ଡି CRP ମହିଳାଙ୍କୁ ପଠାଉଥିବା ବେଳର ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ ହେବା ପରେ ଆକ୍ରୋଶର ଶିକାର ହୋଇଛନ୍ତି ବିଜେପି କାର୍ଯ୍ୟକର୍ତ୍ତା । ଏମିତିକି କାହିଁକି ଫଟୋ ଉଠାଇଲ ବୋଲି ପ୍ରଶ୍ନ କରିଛି ପୋଲିସ ।
୨୪ ସାଧାରଣ ନିର୍ବାଚନ ଲାଗି ପୁରା ଦେଶରେ ଲାଗିଛି ଆଦର୍ଶ ଆଚରଣବିଧି । ହେଲେ ନିର୍ବାଚନ କମିଶନଙ୍କ ନିୟମକୁ ମାନିବାକୁ ନାରାଜ ବିଜେଡି ସରକାର । ସେଇଥି ଲାଗି ତ ସରକାରୀ କର୍ମଚାରୀଙ୍କୁ କେମିତି ଦଳୀୟ ସଭାରେ ଲୋକ ବୋହିବା କାମରେ ଲଗାଉଛି । ଆଉ ଯେଉଁମାନେ ଏହାର ବିରୋଧ କରୁଛନ୍ତି ସେମାନଙ୍କ ମୁହଁ ବନ୍ଦ କରିବାକୁ ଚାପ ସୃଷ୍ଟି କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ, ସରକାରୀ କର୍ମଚାରୀଙ୍କୁ ଏମିତି ଭାବରେ ଦଳୀୟ କାମରେ ବ୍ୟବହାର କରିବାକୁ ଅନୁମତି ଦେଲା କିଏ ? ଯେଉଁମାନେ ଏଇ କାମରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ହେଲେ ମୁହଁ ଖୋଲିନାହାନ୍ତି ପୋଲିସ କି ବିଜେଡି ନେତା ।