ସେପଟେ, ଆଜିଠାରୁ UPI ଲାଇଟ୍ ପ୍ଲାଟଫର୍ମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । UPI ଲାଇଟ୍ ବ୍ୟବହାରକାରୀମାନେ କରିପାରିବେ ଅଧିକ ଅର୍ଥ ନେଣଦେଣ । UPI ଲାଇଟ୍ ହେଉଛି ଏକ ୱାଲେଟ୍ ଯାହା ଉପଭୋକ୍ତାମାନଙ୍କୁ UPI PIN ବ୍ୟବହାର ନକରି ୫୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ କାରବାର କରିବାକୁ ଅନୁମତି ଦେଇଥାଏ । ୱାଲେଟ୍ରୁ ଏହି ଅର୍ଥ ଶେଷ ହେବା ପରେ ବ୍ୟବହାରକାରୀଙ୍କୁ ପେମେଣ୍ଟ୍ ଜାରି ରଖିବା ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୱାଲେଟ୍ ବାଲାନ୍ସକୁ ମାନୁଆଲ ରିଚାର୍ଜ କରିବାକୁ ପଡିଥାଏ । ତେବେ ନୂତନ ଅଟୋ-ଟପ୍ ଅପ୍ ମାଧ୍ୟମରେ ଏହା ଆପେ ଆପେ ରିଚାର୍ଜ ହୋଇପାରିବ । ଏହା ସହ ୫୦୦ ବଦଳରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଅଧିକ ଅର୍ଥ ନେଣଦେଣ କରିହେବ । UPI ଲାଇଟ୍ ୱାଲେଟ୍ରେ ଗୋଟିଏ ଦିନରେ ପାଞ୍ଚଟି ଟପ୍ ଅପ୍ ଅନୁମତି ରହିଛି ।