ଶହ ଶହ କୋଟି ଟଙ୍କାର ଦୁର୍ନୀତି ମାମଲାକୁ ନେଇ କ୍ୟାପିଟାଲ ଥାନାରେ ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ ବରିଷ୍ଠ ଆଇନଜୀବୀ ସୁଧିର ମହାନ୍ତି । ଚାଟାର୍ଡ ଓ ହେଲିକପ୍ଟରରେ ବୁଲି ବୁଲି ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବା ପଛରେ କିଏ ଦେଇଥିଲା ଅନୁମତି ଓ କାହିଁକି ପଣ୍ଡିଆନ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।
ଏହା ବିରୋଧରେ ଥାନାରେ ମାମଲା ରୁଜୁ ନ ହେବା ଫଳରେ SDJM କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆଇନଜୀବୀ ସୁଧିର ମହାନ୍ତି । ଏନେଇ ସେ ରାଜ୍ୟପାଳଙ୍କୁ ଘଟଣା ସମ୍ପର୍କରେ ଚିଠି ଲେଖି ଜଣାଇଛନ୍ତି । ସେପଟେ ଅପରାଧିକ ମାମଲା ରୁଜୁ କରି ସରକାର ତଦନ୍ତ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ।