ବିଜେଡି ପ୍ରାର୍ଥୀ ଘୋଷଣା ; କେଉଁ ସ୍ଥାନରୁ କିଏ ହେଲେ ପ୍ରାର୍ଥୀ
ପୁରୀରୁ ଅରୂପ ପଟ୍ଟନାୟକ, ଢେଙ୍କାନାଳରୁ ଅଭିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁର ଶର୍ମିଷ୍ଠା ସେଠି, କଟକ ସଂତୃପ୍ତ ମିଶ୍ର ଏବଂ କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ ହୋଇଛନ୍ତି।
ଅର୍ଗସ ବ୍ୟୁରୋ: ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବିଜେଡି ସୁପ୍ରିମୋଙ୍କ ଦ୍ବାରା ଘୋଷଣା କରାଯାଇଛି ବିଜେଡି ପ୍ରାର୍ଥୀ ତାଲିକା । ଦ୍ବିତୀୟ ପ୍ରର୍ଯ୍ୟାୟରେ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।
ବିଜେଡି ପ୍ରାର୍ଥୀ ଘୋଷଣା ; କେଉଁ ସ୍ଥାନରୁ କିଏ ହେଲେ ପ୍ରାର୍ଥୀ
ପୁରୀରୁ ଅରୂପ ପଟ୍ଟନାୟକ, ଢେଙ୍କାନାଳରୁ ଅଭିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, ଯାଜପୁର ଶର୍ମିଷ୍ଠା ସେଠି, କଟକ ସଂତୃପ୍ତ ମିଶ୍ର ଏବଂ କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ ହୋଇଛନ୍ତି।
ଅର୍ଗସ ବ୍ୟୁରୋ: ଇଣ୍ଡିଆନ ଲିଭର ପେସେଣ୍ଟ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଯକୃତ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନା ଚକ୍ରର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରର ଡାକ୍ତର ମାନଙ୍କ ସମେତ ଯକୃତ ରୋଗୀମାନେ ଏହି ଆଲୋଚନା ଚକ୍ରରେ ସାମିଲ ହୋଇଥିଲେ । ଏହା ସହ ଅଙ୍ଗଦାନ ସମ୍ପର୍କରେ ମଧ୍ୟ ସଚେତନତା କରାଯାଇଥିଲା ।
ବଞ୍ଚିଥିବା ସମୟରେ କେଉଁ ଅଙ୍ଗ ଦାନ କରିହେବ ଓ ମୃତ୍ୟୁ ପରେ କେଉଁ କେଉଁ ଅଙ୍ଗ ଦାନ କରିହେବ ସେ ବିଷୟରେ ହୋଇଥିଲା ଆଲୋଚନା । ମଦ୍ୟପାନ ଏବଂ ଫାଷ୍ଟଫୁଡ଼ ଯକୃତ ରୋଗର ମୁଖ୍ୟ କାରଣ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ତଥା ଯକୃତ ରୋଗ ବିଶେଷଜ୍ଞ ଡ଼.ଅଶୋକ ଚୌଧୁରୀ ସୂଚନା ଦେଇଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା ନଳକୂପ ଖନନ ଗାଡ଼ି । ଏଥିରେ ୬ ଜଣ ଆହତ ହୋଇଛନ୍ତି । ଦୁଇଜଣ ଶ୍ରମିକ ଗାଡ଼ି ତଳେ ଚାପି ହୋଇ ରହିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି । ଗଂଜାମ - ଗଜପତି ସୀମାନ୍ତ ପାଟପୁର ଥାନା ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ନଳକୂପ ଖନନ ଗାଡ଼ି l ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ପହଁଚିଛି ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି । ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି I
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ବି କଲବଲ କରିବ ତାତି । ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ଲହରୀ। ଏପ୍ରିଲ ମାସରେ ରେକର୍ଡ ଭାଙ୍ଗିଛି ତାତି। ୩ ସହରର ତାପମାତ୍ରା ୪୪ ଡ଼ିଗ୍ରୀ ପାର ହୋଇଛି। ସେହିଭଳି ୧୪ ସହରରେ ତାପମାତ୍ରା ୪୩ ଡ଼ିଗ୍ରୀ ଛୁଇଁଛି। ଗତକାଲି ଅନୁଗୁଳରେ ଦିନ ତାପମାତ୍ରା ସର୍ବାଧିକ ୪୪.୭ ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ 4 ଦିନ ପାଇଁ ଏହି ହିଟୱେଭ ଜାରି ରହିବ। ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡା ବୌଦ୍ଧ, ସୋନପୁର ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସକାଳୁ ସକାଳୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: