ଗତକାଲି ୟୁନିଟ 6 ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସ୍ଥାନୀୟ କର୍ପୋରେଟରଙ୍କ ସ୍ବାମୀ ତଥା ବିଜେଡି ନେତା ମଧୁ ରେଡ୍ଡୀ ଓ ଲିଙ୍ଗା ନାମକ ଅସାମାଜିକ ଯୁବକ ଆକ୍ରମଣ କରିଥିଲେ । ଏବଂ ପ୍ରଚାର ବନ୍ଦ କରିବାକୁ ମଧ୍ୟ କହିଥିଲେ । ଜାତିଆଣ ମନ୍ତବ୍ୟ ଦେଇ ମାଡ଼ ମାରିଲେ । ଅଭିଯୋଗ କରିବାରୁ ପୋଲିସ ଉଭୟ ପକ୍ଷକୁ ଗିରଫ କରାଯିବବୋଲି କହିଥିଲା । ଅର୍ଥାତ ପୋଲିସ ବିଜେଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୋଲିସ ସହାୟତାରେ ନିର୍ବାଚନ ଜିତିବାକୁ ବିଜେଡି ରଣନୀତି କରୁଛି । ମଧୁ ରେଡ୍ଡୀଙ୍କ ପାଖରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଅଛି । ଯେଉଁ ବନ୍ଧୁକକୁ ଦେଖାଇ ଭୋଟରଙ୍କୁ ଭୟଭୀତ କରୁଛନ୍ତି ମଧୁ ରେଡ୍ଡୀ । ନୟାପଲ୍ଲୀରେ କିଛି ଦିନ ପୂର୍ବରୁ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିଲା । ନିର୍ବାଚନ ହିଂସା ଓ ଆକ୍ରମଣ ରାଜନୀତିରୁ ବିଜେଡି ବାଦ ରହୁ ବୋଲି ଚେତାବନି ଦେଇଛି ବିଜେପି ।