ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ରାଜ୍ୟ ପଦାଧିକାରୀ, ସାଂସଦ, ବିଧାୟକଙ୍କ ସହ କରିବେ ଆଲୋଚନା । ଦଳୀୟ ସଦସ୍ୟତା ଅଭିଯାନ ନେଇ ମଧ୍ୟ ପରାମର୍ଶ ଦେବେ । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମୋହନ ସାମଲ୍ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ସବୁଦିନ ଆପଣ କ୍ରିକେଟ ଦେଖୁଥିବେ ହେଲେ ଏଫଟୋ ଉପରେ ଭଲ ଭାବେ ନଜର ପକାନ୍ତୁ। ଆପଣଙ୍କୁ ଏ ଫଟୋ ପ୍ରଥମେ ସାଧାସିଧା ଲାଗିବ। କିନ୍ତୁ ଫଟୋ ପଛର କଳାଫିତାର ରହସ୍ୟ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।
ବାଂଲାଦେଶ ବ୍ୟାଟ୍ସମ୍ୟାନ ନିକଟରେ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଥିଲେ। ଶାକିବ ଅଲ ହାସନ ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ବ୍ୟାଟିଂ କରିବାବେଳେ ବାରମ୍ବାର ଚୋବାଉଥିଲେ। ଯେତେବଳେ ତାଙ୍କ ସାମ୍ନାରେ ବଲ ଆସୁଥିଲା। ସେ ତାକୁ ଟାଇଟରେ ଚୋବାଉଥିଲେ। ହେଲେ ଏହା ସବୁ ଫ୍ୟାନଙ୍କ ଚକିତ୍ କରିଥିଲା। କିଛି ଜଣ ଭାବିଲେ ଏହା ହେଲମେଟର ବ୍ୟାଣ୍ଡ କିନ୍ତୁ ଏହା ତାହା ନୁହେଁ। ଏହା ଏକ ଅଲଗା ଫିତା ଥିଲା।
ଶାକିବଙ୍କ ଏହି ଭିଡିଓ ଏବେ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି। କ୍ରିକେଟ ଫ୍ୟାନମାନେ କହିଛନ୍ତି ଯେ, ଭାରତୀୟ ବୋଲରଙ୍କ ବିପକ୍ଷରେ ବ୍ୟାଟିଂ କରିବା ସହଜ କରିବା ପାଇଁ ଶାକିବ ଏହି କୌଶଳ ଅବଲମ୍ବନ କରିଛନ୍ତି। କିନ୍ତୁ ଏହି ଜିନିଷଗୁଡ଼ିକରେ କେତେ ସତ୍ୟତା ଅଛି ତାହା ଜଣାପଡିନାହିଁ। ତେବେ ଚାଲନ୍ତୁ ଜାଣିବା ଏହାର କାରଣ କଣ? ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଏନେଇ ଏକ ବିବୃତ୍ତି ଶେୟାର କରିଛନ୍ତି।
ଶାକିବ ଅଲ ହାସନଙ୍କ ପାଟିରେ କଳାଫିତା କାମୁଡୁଥିବା ଉପରେ ନିଜର ମତ ରଖିଛନ୍ତି। ଆକାଶଙ୍କ କହିବା ଅନୁଯାୟୀ, ଶାକିବ ହେଉଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ। ଲାଗୁଛି ତାଙ୍କୁ ବୋଧେ ତାଙ୍କ କୋଚ କହିଛି ଭଲ ସନ୍ତୁଳନ ପାଇଁ ଶାକିବ ଅଲ ହାସନ କଳାଫିତାର ସାହାଯ୍ୟ ନେଇଥିଲେ। କାରଣ ଶାକିବଙ୍କ ମୁଣ୍ଡ ପ୍ରାୟତଃ ଆଗକୁ ଝୁଲି ରହିଥାଏ, କିନ୍ତୁ ଏଥିରୁ ରକ୍ଷା ପାଇବା ପାଇଁ ସେ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ଆସିଥିଲେ, ଯାହାଫଳରେ ବ୍ୟାଟିଂ ସମୟରେ ଭଲ ସନ୍ତୁଳନ ବଜାୟ ରହିପାରିବ। କାରଣ ପୂର୍ବ ମ୍ୟାଚ ଗୁଡ଼ିକରେ ସେ ଏତେ ଭଲ ଖେଳିପାରୁ ନ ଥିଲେ। ତାଙ୍କୁ କିଛି ସମସ୍ୟା ହେଉଥିଲା। କାରଣ ତାଙ୍କର ଫର୍ମ ସେତେ ଭଲ ନ ଥିଲା। ଯେତେବେଳେ ମୁଣ୍ଡ ଆଗକୁ ଝୁଲୁଥିଲା ପୁରା ଶରୀର ଆଗକୁ ଝୁଲୁଥିଲା ସେ ଆଦୌ ଖେଳିପାରୁ ନ ଥିଲେ। ସେଥିପାଇଁ ଯେତେବଳେ ବଲ ଆସୁଥିଲା ବାରବାର ତାକୁ ଟାଇଟରେ କାମୁଡ଼ୁଥିଲେ ଏବଂ ମୁଣ୍ଡ ଏକଦମ ସିଧା ରହୁଥିଲା।
ଏବଂ ସେ ମିଡ ଅନରେ ଖେଳୁଥିଲେ। ଏଥିପାଇଁ ସେ ଖେଳିପାରୁଥିଲେ। ଏବଂ ଏପରି ସେ ବାରମ୍ବାର କରୁଥିଲେ। ସେହିପରି ଆଉ କିଛି ଜଣ କହିଛନ୍ତି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଦିଗଜ ଖେଳାଳିଙ୍କ ସାମ୍ନାରେ ବ୍ୟାଟିଂ କରିବାକୁ ସେ ଏହିଭଳି ଫର୍ମୁଲା ଆପ୍ଲାଏ କରିଥାନ୍ତି। କାରଣ ତାଙ୍କର ଆଙ୍ଗର ଇସ୍ୟୁ ରହିଥିଲା। ତେବେ ଶାକିବ କଳାଫିତା ଚୋବାଇବାର ରିଜନ ଏହା ଥିଲା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
କଟକ: ସାର୍ବଜାନିକ ହେଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକା ମା'ଙ୍କ ସୁନା ଓ ରୁପା ଅଳଙ୍କାର । ସର୍ବମୋଟ ସୁନା 1065.98 ଗ୍ରାମ ଏବଂ ରୂପା 2799.55 ଗ୍ରାମ ଗଣତିରୁ ଜଣାଗଲା । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ମାଆଙ୍କର ଦଶହରାର ଷୋଡଶ ଉପଚାର ପୂଜା ଅନୁଷ୍ଟିତ ହୋଇଯାଇଛି ।
ବିରାଟ ପାଟ ପଟୁଆରରେ ଶୋଭାଯାତ୍ରା ସହ ମା'ଙ୍କ ଆୟୁଧ ମା'ଙ୍କ ମନ୍ଦିରକୁ ଅଣାଯାଇଥାଏ । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମା' ଭଟ୍ଟାରିକା ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ବିଭିନ୍ନ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି ମା' ଭଟ୍ଟାରିକା ।
ଚଳିତ ବର୍ଷ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା ଟ୍ରେଜେରିରୁ ଅଣାଯାଇ ମା' ଙ୍କର ସମସ୍ତ ଅଳଙ୍କାର ସବୁକୁ ସାର୍ବଜନିକ କରାଯାଇଥିବା ନେଇ ବଡ଼ମ୍ବା ତହସିଲଦାର ତଥା ଦେବତ୍ତର ଅଧିକାରୀ ଶାଶ୍ବତ ରଂଜନ ଦାଶ ସୂଚନା ଦେଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ବାଲିଅନ୍ତା ଥାନା ସରକଣା ଗ୍ରାମ ର ବିଶ୍ଵଜୀତ୍ ସାମନ୍ତରାୟଙ୍କ ଘର ପିଣ୍ଡାରେ ଧାରଣାରେ ବସିଛନ୍ତି ତାଙ୍କ ପ୍ରେମିକା । ଦିଶ୍ଵଜିତଙ୍କ ବିରୋଧରେ ପ୍ରେମ ଏବଂ ପ୍ରତାରଣା ଅଭିଯୋଗ ଆଣିଛନ୍ତି ପ୍ରେମିକା । ଏ ନେଇ ବରଗଡ଼ ଥାନାରେ ପ୍ରେମିକା ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରି ବସି ପଡିଛି । ତେବେ ମାମଲା ର ସମାଧାନ ନ ହେବା ପର୍ଯ୍ୟନ୍ତ ପ୍ରେମିକା ଜଣକ ପ୍ରେମିକ ଘର ସାମ୍ନା ରୁ ଉଠିବେ ନାହିଁ ବୋଲି ରୋକ୍ ଠୋକ ମନା କରିଛନ୍ତି ।
ଗତ ଅଢେଇ ବର୍ଷ ପୂର୍ବେ ବିଶ୍ଵଜିତ୍ ଙ୍କ ସହ ଯୁବତୀଙ୍କର ସୋସିଆଲ ମିଡ଼ିଆ ରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ରହିଥିଲା । ଯୁବତୀ ଜଣକ ବିଶ୍ଵଜିତ ଙ୍କ ଘରକୁ ପରିବାର ସହମତିରେ ଆସି ରୁହନ୍ତୁ । ବିବାହ ମଧ୍ୟ ସ୍ଥିର ହୋଇଥିଲା । ମାତ୍ର ପରବର୍ତ୍ତି ସମୟରେ ବିଶ୍ଵଜିତ ଏବଂ ତାଙ୍କ ପରିବାର ବାହାଘର ପାଇଁ ରାଜି ହୋଇନଥିଲେ । ଏହାପରେ ଯୁବତୀ ଜଣକ ଥାନାର ଦ୍ବାରସ୍ଥ ହୋଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର