ଯାହାକୁ ନିର୍ମାଣ କରିବା ପାଇଁ ୧୨୩ ଜଣ ଶ୍ରମିକ ୩ ବର୍ଷ ଧରି ନିର୍ମାଣ କରୁଥିବା ବେଳେ ଲୁହା ଆଉ କଂକ୍ରିଟରେ ନିର୍ମାଣ ହୋଇଛି ଯାହା ପାଖାପାଖି ୫ କିଲୋମିଟର ଦୂରତାରୁ ଦୃଶ୍ୟମାନ ହେବ। ନିର୍ମାଣଧିନ ଏହି ଶିବମୂର୍ତ୍ତିକୁ ଲୋକେ ଲିଫ୍ଟ ମାଧ୍ୟମରେ ଚଢ଼ି ପାରିବେ। ଶିବ ମୂର୍ତ୍ତିର ସମ୍ମୁଖ ଭାଗରେ ପିତ୍ତଳ ନିର୍ମିତ ନନ୍ଦୀ ସ୍ଥାପନ ହେବାକୁ ଥିବାବେଳେ ଏହାର ଚତୁଃପାର୍ଶ୍ଵକୁ ଆଲୋକିକରଣ କରାଯିବ ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ।
ଇତିହାସ କହେ ଯାଜପୁର ପ୍ରଥମେ ଶୈବକ୍ଷେତ୍ର ପରେ ଶକ୍ତି କ୍ଷେତ୍ର ଭାବେ ପ୍ରସିଦ୍ଧ ଲାଭକଲା । ସେଥିପାଇଁ ଯାଜପୁରର ବୈତରଣୀ ନଦୀ କୂଳ ସହ ମା' ବିରଜାଙ୍କ ମନ୍ଦିର ମଧ୍ୟରେ ଦେଖିବାକୁ ମିଳେ ଇଶାନେଶ୍ୱରଙ୍କ ସହ ୧୦୮ ଶିବ ମୂର୍ତ୍ତି। ଆଉ ବିରଳ ପଶ୍ଚିମାଭିମୁଖୀ ତ୍ରିଲୋଚନଶ୍ୱର ମନ୍ଦିର। ଖାଲି ସେତିକି ନୁହେଁ ଯାଜପୁର ଜିଲ୍ଲାର ତ୍ରିକୋଣରେ ରହିଛି ବେଲେଶ୍ୱର- ବରୁଣେଶ୍ୱର - ଖିଲାଟେଶ୍ୱର ଶୈବକ୍ଷେତ୍ର । ଯାଜପୁର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଏକ ଅଧ୍ୟାୟ ଯୋଡ଼ି ହେବାକୁ ଥିବା ଏହି ବିଶାଳ ଶିବ ମୂର୍ତ୍ତି ଯାଜପୁରକୁ ଦେବ ନୂଆ ଏକ ପରିଚୟ। ଶକ୍ତି ପୀଠରେ ଇତିହାସର ଶୈବ କ୍ଷେତ୍ରର ଏକ ନୂଆ ପରିଚୟ ସୃଷ୍ଟି ପାଇଁ ଏହି ଶିବ ମୂର୍ତ୍ତି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ନିଶ୍ଚିତ ସୃଷ୍ଟି କରିବ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର