କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର । ଦୁନିଆକୁ ଯୋଗାଏ ସିଏ ପରା ଆହାର । ହେଲେ ପୂର୍ବ ସରକାରରେ ଚାଷୀ ନାହିଁନଥିବାର ସମସ୍ୟାର ସାମ୍ନା କରୁଥିଲେ । ଏମିତିକି ଧାନ ଅମଳ କରିବା ପରେ ଉଚିତ୍ ପାଉଣା ମିଳୁନଥିଲା । କଟନୀଛଟନୀ ସହ ମଣ୍ଡିରେ ରାତି କାଟୁଥିଲେ ଚାଷୀ । ହେଲେ ନୂଆ ସରକାର ଆସିବା ପରେ ଚାଷୀଙ୍କୁ ସର୍ବାଧିକ ଗୁରୁତ୍ଵ ଦେବା ସହିତ ସିଏମ କିଷାନ ଯୋଜନାର ଶୁଭାରମ୍ଭ ହେଲା । ଯାହାକୁ ନେଇ ସବୁଠି ରାଜ୍ୟ ସରକାରଙ୍କୁ କରାଯାଉଛି ପ୍ରଶଂସା ।
ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା । ଏହି ଅବସରରେ ସିଏମ୍ କିଷାନ ପୋର୍ଟାଲ୍ ଓ କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲ ମଧ୍ୟ ଉନ୍ମୋଚିତ ହୋଇଛି । ଚାଷୀଙ୍କ ପରିବାରର ପିଲାଙ୍କ ପାଇଁ ଆରମ୍ଭ ହୋଇଛି କୃଷକ ବିଦ୍ୟାନିଧି ଯୋଜନା। କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ବିଜେପି ସରକାର ହେବା ଫଳରେ ଓଡ଼ିଆ ସ୍ବାଭିମାନ ଅସ୍ମିତା ଓ ମାର ବିଜୟ ହୋଇଛି। ଯୁବକ, ଗରିବ, ମହିଳା ଓ କୃଷକଙ୍କ ଉନ୍ନତି ଦିଗରେ ବିଜେପି ସରକାର ସର୍ବଦା ରହିଆସିଛି ପ୍ରତିବଦ୍ଧ ।