ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅକ୍ଟୋବର 30 ଓ 1 ତାରିଖ ଦୁଇ ଦିନିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ସେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ । 30ରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଓ 1 ରେ ଚାଇଁବାସାର କୋଲହାନ ଯିବା ନେଇ ସୂଚନା ମିଳିଛି । ଝାଡ଼ଖଣ୍ଡରେ ଥିବା ଓଡ଼ିଆଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । 30 ତାରିଖରେ ଓଡ଼ିଆ ସମାଜ ସହ ରାଞ୍ଚିରେ କରିବେ ଆଲୋଚନା । ରାଞ୍ଚିରେ କରିବେ ରାତ୍ରୀ ରହଣୀ । ଏଥିସହ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବେ ।
ଆହୁରି ପଢନ୍ତୁ ଓଡିଶା ଖବର...
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣରେ 6 ଜଣ ଆହତ ମଧ୍ୟରୁ କେ.କେ ବାରିକଙ୍କୁ ପ୍ଲାଣ୍ଟ ଭିତରେ ପ୍ରାଥମିକ ଚିକିତ୍ସା କରି ଛାଢ଼ି ଦିଆଯାଇଛି । ଆଉ 5 ଜଣ ଗୁରୁତରଙ୍କୁ ଆଇ.ଜି.ଏଚର ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଯାହାଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି ।
Sms 1 ସେଡ଼ରେ ପ୍ରତ୍ୟେକ ଦିନ ଜମେ ନିଆଁ ପିଣ୍ଡୁଳା । ଆଉ ସେହି ନିଆଁ ପିଣ୍ଡୁଳା ପ୍ରତ୍ୟେକ ଦିନ ସଂଫା ହେବା ଆବଶ୍ୟକ ତାହା ମଧ୍ୟ ତଳେ ପାଣି ନଥିବା ଜରୁରୀ । କିନ୍ତୁ ଅନେକ ଦିନ ହେଲା ସଫା ନହେବା ଫଳରେ ତଳେ ପାଣି ଲିକ୍ କରି ଜମିବା ହେଉଛି ଦୁର୍ଘଟଣାର କାରଣ । ସେଡ଼ ସଫା ସମୟରେ ନିଆଁ ପିଣ୍ଡୁଳା ପାଣିରେ ପଡ଼ି ବିସ୍ପୋରଣ ହେବା ଯୋଗୁଁ ହିଁ ଦୁର୍ଘଟଣା ଘଟିଛି । ଫଳରେ 5 ଜଣ ଗୁରୁତର ହୋଇଛନ୍ତି ।
ଶ୍ରମିକ ସଂଗଠନ କହିଛି ଯେ ରାଉରକେଲା ଷ୍ଟିଲ ପ୍ଳାଣ୍ଟ କେବଳ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଥିବାବେଳେ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉନାହିଁ । ଫଳରେ ଏଭଳି ଦୁର୍ଘଟଣା ଘଟୁଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍ୟ ବିଦ୍ୟାଳୟରେ ପଡୁନି ତାଙ୍କ ପାଦ । ପିଲାଙ୍କୁ ପାଠ ପଢ଼େଇବା ବଦଳରେ ନିଜ ଦୋକାନରେ ପ୍ରଧାନଶିକ୍ଷକଙ୍କ ବିତୁଛି ସମୟ । ଅଭିଯୋଗ କଲେ ମିଳୁଛି ଧମକ । ଏ ବାବଦରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଉପରିସ୍ଥ ଅଧିକାରୀ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି ।
ଶେଷରେ ବାଧ୍ୟ ହୋଇ ଅଭିବାବକମାନେ ଗୁରୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପକେଇଲେ ତାଲା । ସମାଧାନ ନ ହେବା ପର୍ଯ୍ୟନ୍ତ ବିଦ୍ୟାଳୟରେ ପଡିବ ତାଲା ଅଭିବାବକ ଦେଲେ କଡା ଚେତାବନୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର