ଗତକାଲି ସେ ମାନସିକ ପୂର୍ଣ୍ଣ କରି ଘରକୁ ଫେରିବା କଥା କହୁଥିବା ବେଳେ ଆଜି ମନ୍ଦିର ପରିସରରେ ତାଙ୍କର ଝୁଲନ୍ତା ମୃତ ଦେହ ମିଳିଛି l ଆଗରୁ ମଧ୍ୟ ସେ ସେଠାରେ ଚାରି ଥର ଏମିତି ଅଧିଆ ପଡିଥିଲେ ଏବଂ ଦୁଇ ଦୁଇ ଥର ମାନସିକ ପୂର୍ଣ୍ଣ ହୋଇଥିବା କଥା ପରିବାରକୁ କହିଛନ୍ତି l ହେଲେ ଆଜି ତାଙ୍କର ମନ୍ଦିର ପରିସରରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ମିଳିବା ପରେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି l
ତେବେ ଘଟଣାର ଖବର ପାଇ ବରଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହାସହ ଶବ ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି l
ଆହୁରି ପଢନ୍ତୁ ଓଡିଶା ଖବର...