ଅଧିକ ପଢନ୍ତୁ : ମୋଦିଙ୍କ ଭୁବନେଶ୍ବର ଗସ୍ତ ପାଇଁ ଜାରି ହେଲା କଟକଣା
କିଛି ସମୟ ପୂର୍ବରୁ ଖବର ଆସିଲା, ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଯାଇଛି କି ନାହିଁ, ସେଥିପାଇଁ ଜଣଙ୍କୁ ଫୋନ କଲ ଆସିଲା । ଲିଙ୍କରେ କ୍ଲିକ୍ କଲେ ସୁଭଦ୍ରା ଯୋଜନାର ଟଙ୍କା ମିଳିଯିବ ବୋଲି କହିଲେ । ସେହି ବ୍ୟକ୍ତିଙ୍କ ଆକାଉଣ୍ଟରୁ 12 ହାଜର 500 ଟଙ୍କା କଟି ଗଲା ।
ତେବେ ଆସନ୍ତା କାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଜନ୍ମଦିନରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବାଣ୍ଟିବେ ପ୍ରଥମ କିସ୍ତି ଟଙ୍କା । ଯାହାକୁ ନେଇ ଖୁବ୍ ଉତ୍ସାହିତ ମହିଳା। ଏହା ସହ ଦେଶର 10 ଲକ୍ଷ ଆବାସ ହିତାଧିକାରୀଙ୍କୁ ମଧ୍ୟ ପ୍ରଥମ କିସ୍ତି ଟଙ୍କା ଦେବେ ମୋଦି। ଆବାସ ପ୍ଲସ୍ 2024 ଆପର ମଧ୍ୟ ଉନ୍ମୋଚନ କରିବେ ।