ଅଧିକ ପଢନ୍ତୁ : ଏକକାଳୀନ ୧୬ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ପୂର୍ବରୁ ନୂଆଖାଇରେ ସମ୍ବଲପୁରରେ ସିଏମ କିସାନ ଯୋଜନର ଶୁଭାରମ୍ଭ କରି ଓଡ଼ିଶାର 46 ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଡିବିଟି ମାଧ୍ୟମରେ 925 କୋଟି ପ୍ରଧାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଅର୍ଥାତ ଡବଲ ଇଜିଂନ ସରକାର ହେବା ପରେ ଓଡ଼ିଶାର ଚାଷୀ 5ଟି କିସ୍ତିରେ ପାଇବେ ବର୍ଷକୁ 10 ହଜାର ଟଙ୍କା ..ଏଇଥିପାଇଁ ତ ଚାଷ ହସୁଛି ଆଉ ଚାଷୀ ମଧ୍ୟ |କେବଳ ପିଏମ କି ସିଏମ କିଷାନ ନୁହେଁ । ମହିଳାଙ୍କ ପାଇଁ ସବୁଠୁ ବଡ ଯୋଜନା ସୁଭଦ୍ରାରେ ରାଜ୍ୟ ସରକାର 25 ଲକ୍ଷ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ 5 ହଜାର ଟଙ୍କା ଦେଇଥିବା ଅକ୍ଟୋବର 9 ତାରିଖରେ ପୁଣି 40 ଲକ୍ଷ ଲକ୍ଷ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତିର ଟଙ୍କା..ନୂଆ ସରକାର ଏହା ଭିତରେ ବାର୍ଦ୍ଦକ୍ୟ ଭତ୍ତା ବଢାଇଥିବାରୁ ରାଜ୍ୟର ପ୍ରାୟ 4 ଲକ୍ଷ ବୟସ୍କଙ୍କୁ ମିଳିବ 3 ହଜାର ଟଙ୍କା..ମଧୁ ବାବୁ ଓ ଜାତୀୟ ବାର୍ଦ୍ଦକ୍ୟ ଭର୍ତ୍ତାରେ 60ରୁ 79 ବର୍ଷ ମଧ୍ୟରେ ପ୍ରାୟ 50 ଲକ୍ଷ ହିତାଧିକାରୀଙ୍କୁ ମିଳୁଛି 1 ହଜାର ଟଙ୍କା... ପୂଜା ବଜାରରେ ଏମାନଙ୍କ ହାତରେ ଟଙ୍କା ଆସିବା ପରେ ସମସ୍ତେ ଖୁସ୍
ପିଏମ କିଷାନରେ ଦୁଇଟି କିସ୍ତିରେ ରାଜ୍ୟ ଚାଷୀଙ୍କୁ ମିଳିଛି 6 ହଜାର ଟଙ୍କା... ସେହିପରି ସିଏମ କିଷାନର ଗୋଟିଏ କିସ୍ତି ନୂଆଖାଇରେ ମିଳିଥିବା ବେଳେ ଦୀତୀୟ କିସ୍ତିର ଟଙ୍କା ଚାଷ ଅନୁକୁଳ ପୂର୍ବରୁ ଅକ୍ଷୟ ତୃତୀୟରେ ମିଳିବ.