ଅର୍ଗସ ବ୍ୟୁରୋ: ଚନ୍ଦ୍ରରେ ଜଳର ସନ୍ଧାନ । ପୃଥିବୀର ଏକମାତ୍ର କୃତ୍ରିମ ଉପଗ୍ରହ ଚନ୍ଦ୍ରପୃଷ୍ଠର ଚାରିଆଡ଼େ ବିକ୍ଷିପ୍ତ ଭାବରେ ଜଳକଣା ଭରିରହିଛି ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ଗବେଷକମାନଙ୍କର ଏହି ନୂତନ ନିଷ୍କର୍ଷ ଚନ୍ଦ୍ରପୃଷ୍ଠରେ ଲୋକମାନେ ରହିବାର ଆଶା କରିଛନ୍ତି । ଚନ୍ଦ୍ରକୁ ଯାଇଥିବା ମହାକାଶଯାନ ‘ଚନ୍ଦ୍ରଯାନ-୧’ ୨୦୦୮ ଓ ୨୦୦୯ ମସିହା ଭିତରେ ପଠାଇଥିବା ଚନ୍ଦ୍ରର ଉଭୟ ନିକଟତମ ଓ ଦୂରତମ ପାର୍ଶ୍ବର ଖଣିଜ ମାନଚିତ୍ରରୁ ଏହି ତଥ୍ୟ ମିଳିଛି। ଏପରିକି ଚନ୍ଦ୍ରର ବିଷୁବରେଖା ପରି ଉଷ୍ମତମ ଇଲାକା, ଯେଉଁଠି ଜଳଅଣୁ ମିଳିବାର ସମ୍ଭାବନା କମ୍ , ସେଠାରେ ମଧ୍ୟ ଭରପୂର ଜଳକଣା ରହିଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ଚନ୍ଦ୍ରର ମେରୁ ଅଞ୍ଚଳରେ ଅବସ୍ଥିତ ଗଭୀର ଗାତରେ ପ୍ରଚୁର ଜଳ ଅଛି ବୋଲି ଅନୁମାନ କରାଯାଉଥିଲା। ଏଥିରୁ ସ୍ପଷ୍ଟ ଯେ ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ବସତି ସ୍ଥାପନ ପାଇଁ ଚନ୍ଦ୍ରରେ ଥିବା ପଥର ଗୁଡ଼ିକୁ ଉତ୍ତପ୍ତ କରି ସେଥିରୁ ଜଳ ସଂଗ୍ରହ ହୋଇପାରିବ ବୋଲି ଆଶା କରାଯାଉଛି ।
ଅର୍ଗସ ବ୍ୟୁରୋ: ଗାଡି ପଛେ ପଛେ କୁକୁର...ଆପଣ ଏହାକୁ ଦେଖିଲେ ଭାବୁଥିବେ ବୋଧ ହୁଏ ଏହି କୁକୁରଟି ଗାଡିକୁ ଗୋଡାଉଛି । ସାଧାରଣତଃ କୁକୁରମାନଙ୍କର ଗାଡି ପଛେ ପଛେ ଗୋଡାଇବାର ଗୋଟେ ଅଭ୍ୟାସ । ହେଲେ ୟାକୁ ଟିକେ ଦେଖନ୍ତୁ । ଟିକେ ଯାଉଛି ଟିକେ ରହୁଛି । ଏ ହେଉଛି ଏମାନଙ୍କ ଭଲପାଇବା । ମାଲିକ ଯୁଆଡେ ଏମାନେ ବି ସିଆଡେ...ଏ ସମ୍ପର୍କ ସ୍ନେହର, ପ୍ରେମର, ବିଶ୍ୱାସର । ମାଲିକ ଦାନା ଖାଇଛନ୍ତି ଯେହେତୁ ମାଲିକକୁ ସୁରକ୍ଷା ଦେବେ...ମାଲିକ ପଛେ ପଛେ ବୁଲିବେ । ନିଷ୍ପତ୍ତି ନେଇଛନ୍ତି ଏମାନେ ।
ମଣିଷ ହୁଅନ୍ତୁ କି ପଶୁପକ୍ଷୀ ସମସ୍ତେ ସେଥିରେ ବନ୍ଧା । ହେଲେ ଅନେକ ସମୟରେ ମଣିଷମାନେ ଭୁଲିଯାଆନ୍ତି ଉପକାର, ସ୍ନେହ ଆଦର । କିନ୍ତୁ ମୁହଁରେ ଭଲପାଏ ବୋଲି କହି ପାରୁ ନ ଥିବା ପଶୁପକ୍ଷୀ କିନ୍ତୁ ବେଶ୍ ବୁଝନ୍ତି ଭଲପାଇବାର ଭାଷା । ତାଙ୍କୁ ଟିକିଏ ଯିଏ ସ୍ନେହରେ ଆଉଁଶି ଦିଏ ସେମାନେ ପୂରା ତା’ର ହୋଇଯାଆନ୍ତି । ତାକୁ ପୋଷିଥିବା ମଣିଷ ଉପରକୁ କିଛି ବି ବିପଦ ଆସିଲେ ତାକୁ ନିଜ ଉପରକୁ ନେଇଯାଆନ୍ତି । ସୁଖ ଦୁଃଖରେ ସମଭାଗୀ ଏହି ନିରୀହ ଜୀବମାନେ ସମୟ ଆସିଲେ ନିଜ ଜୀବନ ଦେବାକୁ ବି ପଛାନ୍ତି ନାହିଁ ।
ଠିକ୍ ସେମିତି ଅନେକ ମଣିଷ ଅଛନ୍ତି, ଯାହାଙ୍କ ପାଇଁ ନିଜ ପୋଷା ପ୍ରାଣୀ ଜୀବନ ପାଲଟିଯାଇଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ଗ୍ରାମର ଗୋଲଖ ନାୟକଙ୍କ ଏମାନେ ହେଲେ ଜୀବନ । ଘରେ ରଖିଛନ୍ତି 6ଟି କୁକୁର । ସମସ୍ତେ ବୋଲ ମାନନ୍ତି । ଡାକିଦେଲେ ଓ କରନ୍ତି ଏମାନେ । ଯାହା ସେ ଖାଆନ୍ତି ସେମାନେ ମଧ୍ୟ ସେଇଆ ଖାଆନ୍ତି । ଦିନକୁ ପ୍ରତି କୁକୁର ପିଛା 50 ଟଙ୍କା ଖର୍ଚ୍ଚ ହୁଏ ।
ଗୋଲଖଙ୍କ ନୀତି ଦିନିଆ ବ୍ୟବସାୟ କହିଲେ କ୍ଷୀର ବିକ୍ରୀ କରିବା । ଯେତେବେଳେ ସେ କ୍ଷୀର ବିକ୍ରି କରିବାକୁ ବାହାରି ପଡନ୍ତି ଏମାନେ ମଧ୍ୟ ତାଙ୍କ ସହ ବାହାରିଯାଆନ୍ତି । ତାଙ୍କୁ ସୁରକ୍ଷା ଦିଅନ୍ତି । କେଉଁଠି ରହିଗଲେ ମାଲିକ ଡାକ ଦେଲେ ସେମାନେ ଧାଇଁ ଆସନ୍ତି ।
ଆଜିର ମଣିଷ ଠାରୁ ଢେର୍ ଆଗରେ ଏହି ଦୁଇ କୁକୁର । ମଣିଷ ପରି ଏମାନେ ସ୍ୱାର୍ଥପର ନୁହଁନ୍ତି । ଏମାନେ ବିବେକି । ମାଲିକର କେବଳ ବୋଲ ମାନନ୍ତି ନାହିଁ । ମାଲିକ ପଛେ ପଛେ ସେ ମାଲିକକୁ ଦେଇଥାନ୍ତି ସୁରକ୍ଷା । ସତରେ ଏମାନେ ଆଜିକାଲିର ସ୍ୱାର୍ଥପର ଦୁନିଆର ମଣିଷମାନଙ୍କ ପାଇଁ ଉଦାହରଣ ।
ଆହୁରି ପଢନ୍ତୁ ଓଡିଶା ଖବର...
ଭଦ୍ରକ: ଭଦ୍ରକ ହିଂସା ନେଇ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କଲା ପୋଲିସ । ଭଦ୍ରକ ସହରରେ 2 RAF ସହ 12 ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଧାମନଗରରେ 6 ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ପୋଲିସର ଫ୍ଲାଗ୍ମାର୍ଚ୍ଚ ଜାରି ରହିଛି । କୌଣସି ଅପ୍ରୀତିକର ସ୍ଥିତି ନ ଉପୁଜିବା ପାଇଁ ପୋଲିସ ସଜାଗ ରହିଛି ।
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା । ସ୍ଥିତି ଅଶାନ୍ତ ଥିବାରୁ ପୁରୁଣା ବଜାରରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ 163 ଧାରା ଜାରି ରହିବ। ଘଟଣାରେ ଅଟକ 9 ଜଣ ଅଭିଯୁକ୍ତଙ୍କୁ ମେଡିକାଲ ଟେଷ୍ଟ ପାଇଁ ଆଣିଛି ପୁରୁଣା ବଜାର ପୋଲିସ । ଭଦ୍ରକ ଜିଲ୍ଲାରେ 48 ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ରାତିରେ ଫ୍ଲାଗ୍ ମାର୍ଚ୍ଚ କରିଛି ପୋଲିସ୍ । ଭଦ୍ରକ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଆଜି ବସିପାରେ ଶାନ୍ତି କମିଟି ବୈଠକ ।
ପୋଲିସ ଉପରେ ଆକ୍ରମଣ ପରେ ପୁରୁଣା ବଜାର ଥାନାରେ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର । ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ ନ କରିବାକୁ ନିବେଦନ କରିଛନ୍ତି ଡିଆଇଜି ।
ଆହୁରି ପଢନ୍ତୁ ଓଡିଶା ଖବର...