ଜିତେନ୍ଦ୍ରଙ୍କ ବାପା ଅଶୋକ ଜଣେ ସଫଳ ଧାନ ଚାଷୀ । ଏହା ସହ ସେ ଗୋ ପାଳନ ମଧ୍ୟ କରିଛନ୍ତି । ଗୋରୁ ଗାଈଙ୍କ ଗୋବର ରେ ଜିଆ ଖତ ପ୍ରସ୍ତୁତ ହୋଇଯାଉଛି । ଖତକୁ ନିଜ କ୍ଷେତ ରେ ମଧ୍ୟ ବ୍ୟବହାର କରୁଛନ୍ତି । ଧାନ ଗଛର ପାଳ କୁ ଗୋଖାଦ୍ୟ ଭାବେ ବ୍ୟବହାର କରନ୍ତି । ନଡ଼ା କୁ ନେଇ ଛତୁ ଚାଷ କରୁଛନ୍ତି । କିଛି କାଠ ବାକ୍ସ ବସାଇ ମହୁଚାଷ ମଧ୍ୟ କରିଛନ୍ତି । ପାଖରେ କିଛି ବତକ ଓ ଦେଶୀ କୁକୁଡ଼ା ମଧ୍ୟ ରହିଛନ୍ତି । ଘର ଠାରୁ କିଛି ଦୂରରେ ପରିବା ଚାଷ ସହିତ ସୁର୍ଯ୍ୟମୁଖୀ ଓ ରାଶି ଭଳି ବିଭିନ୍ନ ସମୟରେ ବିଭିନ୍ନ ଫସଲ କରୁଛନ୍ତି । ସବୁଥିରେ ଏହି ଜିଆ ଖତ କୁ ହିଁ ବ୍ୟବହାର କରିଭଲ ରେଜଲ୍ଟ ମିଳୁଥିବା କହନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: