ନବରଙ୍ଗପୁରରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ଜଣେ 5ବର୍ଷ ଶିଶୁର ମୃତ୍ୟୁ ହୋଇଛି । ଦଳବେଡା ପଞ୍ଚାୟତ ଅଧିନସ୍ଥ ଭାଟିପଡା ଗ୍ରାମର ଦୁର୍ଯ୍ୟନ ବାଗଙ୍କ ଘର କାନ୍ଥ ଭୁଶୁଡି ତାଙ୍କ ୫ ବର୍ଷର ଶିଶୁପୁତ୍ର ଫାଲଗୁନୀ ବାଗଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳକୁ ଚନ୍ଦାହାଣ୍ଡି ତହସିଲଦାର ପରିଦର୍ଶନ କରି ସରକାରୀ ସହାୟତା ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।
ଗଜପତି ଜିଲ୍ଲା ମୋହନା ଅଂଚଳରେ ଲଗାଣ ବର୍ଷାରେ ପଥର ଖସିବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ । ଅଡବା ଥାନା ଡେଙ୍ଗାଶଖାଲ ଗ୍ରାମର ଅନୁପମା ନାୟକ ବଗଡ଼କୁ କାମ କରିବାକୁ ଯାଇଥିଲେ । ଅଚାନକ ପାହାଡ଼ରୁ ପଥର ଖସି ଗୋଡ଼ ଚାପି ହେଇ ରହିଯାଇଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ । ଅନୁପମାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: