ନିଜର ନବବିବାହିତା ଧର୍ମପତ୍ନୀ ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ । ଘୋଷଯାତ୍ରାର ଏହି ଅନ୍ତିମ ପର୍ଯ୍ୟାୟରେ କାଳିଆର ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଭକ୍ତଙ୍କ ଭିଡ ।
ଆହୁରି ପଢନ୍ତୁ ରଥଯାତ୍ରା ଖବର...
ପୁରୀ: ସରିଲା ନବଦିନାତ୍ମକ ଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡୁଛନ୍ତି ଶ୍ରୀଜୀଉ । ଆରମ୍ଭ ହେଲା ପହଣ୍ଡି । ନୀଳକନ୍ଦରକୁ ବିଜେ କଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ରଥରୁ ବାହାରି ରତ୍ନବେଦୀକୁ ବିଜେ ହେଲେ ରାମକୃଷ୍ଣ ଓ ମଦନମୋହନ । ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ,ପରେ ବଡଭାଇ ବଳଭଦ୍ର,ତା ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୂ ଜଗନ୍ନାଥ ପହଣ୍ଡି ହୋଇ ରତ୍ନବେଦୀକୁ ବିଜେ କରିବେ ।
ନିଜର ନବବିବାହିତା ଧର୍ମପତ୍ନୀ ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ । ଘୋଷଯାତ୍ରାର ଏହି ଅନ୍ତିମ ପର୍ଯ୍ୟାୟରେ କାଳିଆର ଏହି ମାନବୀୟ ଲୀଳାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଭକ୍ତଙ୍କ ଭିଡ ।
ଆହୁରି ପଢନ୍ତୁ ରଥଯାତ୍ରା ଖବର...
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା ୨ ବର୍ଷରେ ଏହାର ନିର୍ମାଣ ସଂପୂର୍ଣ୍ଣ ହେବ । ଏହି ସେଣ୍ଟରରେ ସାଂସ୍କୃତିକ, ରାଜନୈତିକ, ରାଜନୈତିକ ଏବଂ ବିଭିନ୍ନ ପ୍ରକାରର ପ୍ରଦର୍ଶନୀ ମେଳା ଇତ୍ୟାତି କରାଯିବ। ଏଠାରେ ଓପନ ଥିଏଟର , ହୋଟେଲ, ପାର୍କି ଏବଂ ଫୁଡ୍ କୋର୍ଟର ସୁବିଧା ରହିବ । ୧୦ ହଜାର ଲୋକ ବସି ପାରୁଥିବା କ୍ଷମତା ବିଶିଷ୍ଟ ଏହି କନଭେସନ ସେଣ୍ଟରରେ ବିଭିନ୍ନ ଅଡିଟୋରିୟମ ରହିବ। ଏହି କ୍ୟାମ୍ପସରେ ପଞ୍ଚତତ୍ତ୍ବକୁ ପ୍ରଦର୍ଶିତ କରୁଥିବା ବିଶେଷ ପଞ୍ଚବାଟିକା ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବ ।
ବୃନ୍ଦାବନ ଯୋଜନାରେ ବିଶ୍ବସ୍ତରୀୟ ସୁବିଧା ସମ୍ପନ୍ନ ଅନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କକ୍ଷ ନିର୍ମାଣ କରାଯିବ । ଏହାର ନିର୍ମାଣ ଦାୟିତ୍ବ ଆବାସ ବିକାଶ ଏବଂ ଏଲଡିଏ ହାତରେ ମିଳିତ ଭାବେ ରହିବ । ରାଜ୍ୟ ସରକାର ଏଥିପାଇଁ ଆର୍ଥିକ ସହଯୋଗ କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ହୋଟେଲ ନିର୍ମାଣ ପାଇଁ ସରକାର ଜମି ସଂରକ୍ଷିତ ରଖିଛନ୍ତି। ଏହି କନଭେସନ୍ ସେଣ୍ଟରର ଡିଜାଇନ୍ ଭାରତୀୟ ସଂସ୍କୃତି ଆଧାରରେ ହେବ। ଡିଫେନ୍ସ ଏକ୍ସପୋ ଆୟୋଜନ ସ୍ଥଳରେ ଏହାର ନିର୍ମାଣ କରାଯିବ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟାକୁ ନେଇ ଭାରତ ଉପରେ ଦୋଷ ଲଦି ଆସୁଥିବା କାନାଡ଼ା ପିଏମଙ୍କ ଦୋହରା ଚରିତ୍ର ଏବେ ପଦାରେ ପଡିଛି। କନାଡାରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟାକୁ ନେଇ କନାଡା ପାଖରେ ପ୍ରଥମରୁ କୌଣସି ଠୋସ୍ ପ୍ରମାଣ ନଥିବା ସତ୍ତ୍ବେ ଭାରତ ଉପରେ ଦୋଷ ଲଦିଥିବା ସ୍ବୀକାର କରିଛନ୍ତି ଖୋଦ କାନାଡା ପିଏମ ଜଷ୍ଟିନ ଟ୍ରୁଡୋ।
ଇଣ୍ଟେଲିଜେନ୍ସର ସନ୍ଦେହ ଅନୁଯାଇ ସେ ପ୍ରାଥମିକ ଅନୁମାନରୁ ଭାରତ ଉପରେ ଦୋଷ ଲଦିଥିବା ସର୍ବସାଧାରଣରେ ମାନିଛନ୍ତି। ଯାହାକୁ କାନାଡା ପିଏମଙ୍କ ଦାୟିତ୍ବହୀନତାକୁ ପଦାରେ ପକାଇଛି। ସବୁଠୁ ବଡ଼ କଥା ହେଉଛି ଭାରତ ଅନେକ ବର୍ଷ ଧରି କାନାଡାଠୁ ପ୍ରମାଣ ମାଗି ଆସୁଥିଲେ ମଧ୍ୟ ଏହି ପ୍ରମାଣ ଦେବାରେ ଫେଲ୍ ମାରିଛି କାନାଡା। ଆଉ ଏବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାରତବିରୋଧୀଙ୍କ ଭୋଟ ହାତେଇବାକୁ ଚାଲ୍ ଖେଳି ରଚିଛନ୍ତି ବଡ଼ ଷଡ଼ଯନ୍ତ୍ର। ଯାହାର ପର୍ଦ୍ଦାଫାସ୍ ହୋଇଛି। ସେପଟେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର: