ବିଜେଡିର ମୁଲତବୀ ପ୍ରସ୍ତାବକୁ ଜୋରଦାର କାଉଣ୍ଟର କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । କହିଥିଲେ ବିଜେଡି ଶାସନରେ ଆଇନ ତା ବାଟରେ ଯିବାର ଅର୍ଥ ଥିଲା ଅଭିଯୁକ୍ତ କୁ ସୁରକ୍ଷା ଦେବା କିନ୍ତୁ ବର୍ତ୍ତମାନ ଆଇନ ତା ବାଟରେ ଯିବା ଅର୍ଥ ଅଭିଯୁକ୍ତ ତୁରନ୍ତ ଗିରଫ। ଭୁବନେଶ୍ବର, ବାଲେଶ୍ଵର ଏବଂ ସମ୍ବଲପୁର ଘଟଣାରେ ଏତଲା ହେବା କ୍ଷଣି ତୁରନ୍ତ ଅଭିଯୁକ୍ତକୁ ବନ୍ଧା ଯାଇଛି। କିନ୍ତୁ ତତ୍କାଳୀନ ସରକାର ଅଭିଯୁକ୍ତ କୁ ସୁରକ୍ଷା ଦେଉଥିଲା। ଏପରିକି ତତକାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିଲେ ବି ତାଙ୍କୁ ସୁରକ୍ଷା ଦିଆଯାଇଥିଲା। କୁନ୍ଦୁଲି,ମମିତା,ବେବିନା, ମାଧବିଲତା,ପରି ଭଳି ଘଟଣା ଉଥାପନ କରି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। କ୍ୟାବିନେଟ ମନ୍ତ୍ରୀ ଙ୍କୁ ସୁରକ୍ଷା ଦେଇନ ପାରିବା ପ୍ରସଙ୍ଗ ଉଠାଇ ବିଜେଡିକୁ କରିଥିଲେ ତାତ୍ସଲ୍ୟ।
ବିଜେଡି ଶାସନରେ ଅପରାଧର ଚିଠା ଖୋଲି ବିରୋଧୀ ଦଳକୁ ସରକାରୀ ପକ୍ଷ କରିଥିଲେ ଯୋରଦାର ଆଟାକ୍। ଫଳରେ ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁଲତବୀ ଆଣି ଫସି ଯାଇଥିଲା ବିଜୁ ଜନତା ଦଳ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଜବାବ ରଖି କହିଥିଲେ ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରୁଛନ୍ତି ସରକାର। ଦୁଷ୍ଠାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉଛି । ସୁରକ୍ଷା ଦେବା ଓ ତୋରିତ ନ୍ୟାୟ ପ୍ରଦାନ ପାଇଁ ସରକାର ସଂକଳ୍ପ ବଦ୍ଧ।