ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବିପୁଳ ପରିମାଣର ଦେଶୀ ମଦ ଜବତ କଲା ଅବକାରୀ ବିଭାଗ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଚାଲିଥିବା ଚୋରା ମଦ କାରବାର ଉପରେ ରେଡ୍ କରିଛି ଅବକାରୀ ବିଭାଗ। ଜଂକିଆ ଥାନା ଅଂଚଳର ବିଭିନ୍ନ ଯାଗାରେ ଚୋରାରେ ଦେଶୀ ବିଦେଶୀ ମଦ କାରବାର ବେଧଡକ ଭାବରେ ଚାଲିଛି।ଚୋରା ମଦ କାରବାରକୁ ରୋକିବା ପାଇଁ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜଂକିଆ ଥାନା ଅନ୍ତର୍ଗତ ଗୋଳବାଇ ଓ ଜଂକିଆ ରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ କରିବା ସହିତ ୨ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଦୁଇ ବେପାରୀ ହେଲେ ଜଂକିଆ ର ମନୋରଞ୍ଜନ ଲେଙ୍କା ଓ ଗୋଳବାଇର ବାବୁଲି ବେହେରା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମା'ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରହା ଖାନ। ଶୁକ୍ରବାର ତାଙ୍କ ମା' ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ହୋଇଥିଲା। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ।
ଏବେ ତାଙ୍କ ନିଧନକୁ ନେଇ ଫାରହା ଏବଂ ତାଙ୍କ ଭାଇ ସାଜିଦ ଖାନ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଫାରହା ଏକ ପୋଷ୍ଟରେ ଲେଖିଛନ୍ତି ମୁଁ ମୋ ମା'ଙ୍କୁ ବହୁତ ଭଲ ପାଏ। ତୁମ କଥା ସବୁବେଳେ ମନେପଡ଼ିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର