ଲୋୟର ସୁକତେଲ ପ୍ରକଳ୍ପରେ କେନାଲ ଯୋଗେ ପାଣି ଯିବା ଯୋଜନା କରାଯାଇଥିଲେ କମ ଖର୍ଚ୍ଚ ହୋଇଥାନ୍ତା । ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଆକଳନ କେନାଲ କରିଥିଲେ 400 କୋଟି ଖର୍ଚ୍ଚ ହୋଇଥାନ୍ତା । ହେଲେ କେନାଲ ବଦଳରେ ପାଇପ୍ ଲାଇନ କରି 2577 କୋଟି ଖର୍ଚ୍ଚ କଲେ ସରକାର । କେନାଲ ପାଇଁ ବ୍ରିଜ ନିର୍ମାଣ ହୋଇଥିଲା । ହେଲେ କେନାଲ ନ କରି କାହା ସ୍ବାର୍ଥରେ ପାଇପ ଲାଇନ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଯନ୍ତ୍ରୀ । ଲୁଟ ପାଇଁ ଏ ଯୋଜନା ବୋଲି ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟଯନ୍ତ୍ରୀ ।
ପୂର୍ବରୁ ଲୋୟର ସୁକତେଲରେ ଦୁର୍ନୀତି ଅଭିଯୋଗରେ ଜେଲ ଯାଇଥିଲେ ଜମି ଅଧିଗ୍ରହଣ ଅଧିକାରୀ । ଏବେ କେନାଲ ବଦଳରେ ପାଇପର ପରିକଳ୍ପନା କରି ବଡ ଦୁର୍ନୀତିର ପ୍ରମାଣ ଆସିଛି ସାମନାକୁ । ନିର୍ବାଚନକୁ ଆଖି ଆଗରେ ରଖି ଜାନୁଆରୀ 3ରେ ଲୋୟର ସୁକତଲେ ପ୍ରକଳ୍ପର ଉଦଘାଟନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋୟର ସୁକେତେଲ ପ୍ରାକ୍ ଡିପିଆର ଅନୁସାରେ ୨୦୨୬ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା ନୁହେଁ । ହେଲେ ଭୋଟ ପାଇଁ ବାୟା ବିଜେଡି ସରକାର ପ୍ରକଳ୍ପ ସିନା ଉଦଘାଟନ କରିଦେଲେ ହେଲେ ଚାଷୀଙ୍କ କ୍ଷେତକୁ କିନ୍ତୁ ପାଣି ଗଲାନି । ସୁକେତଲ ନାଁରେ ଟଙ୍କା ଶୋଷିଥିବା ଗିରଫ ଚିଫ୍ କଷ୍ଟ୍ରକସନ ଇଞ୍ଜିନିୟର ସୂନିଲ କୁମାର ରାଉତ ଛୋଟ ମାଛ ବୋଲି ଚର୍ଚ୍ଚା । ସୁକତେଲ ଦୁର୍ନୀତିରେ ବିଜେଡିର ବଡ ମାଛ କିଏ ଓ ତାଙ୍କ ମୁଖା କେବେ ଖୋଲୁଛି ତା ଉପରେ ନଜର ।
ଆହୁରି ପଢନ୍ତୁ ଓଡିଶା ଖବର.,..