ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିବା ପିଲାଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସହାୟତା ଦେବେ ସରକାର । ପୂର୍ବର ବିଜେଡି ସରକାର ନାଚ ଗୀତରେ ଉଡାଇଥିଲେ କୋଟି କୋଟି ଟଙ୍କା । କଲେଜରେ ନାଚ ଗୀତ ପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ ୯୫ କୋଟି ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ମୋହନ ଛାଟ । ପୂର୍ବ ବିଜେଡି ସରକାରର ନୂଆ ଓ କାର୍ଯ୍ୟକ୍ରମକୁ ବନ୍ଦ କଲେ ମୋହନ ସରକାର । UG ଓ PG ଷ୍ଟୁଡେଣ୍ଟସ ନାଁ ରେ ଆସିବ ନୂଆ ଯୋଜନା । ଏହି ନୂଆ ଯୋଜନା ଚଳିତ ବର୍ଷରୁ ଆରମ୍ଭ କରିବେ ସରକାର । ଏହାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି କହିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ।
ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିବା ପିଲାଙ୍କ ଭବିଷ୍ୟତ ପାଇଁ ଆର୍ଥିକ ସହାୟତା ଦେବେ ସରକାର । ପୂର୍ବର ବିଜେଡି ସରକାର ନାଚ ଗୀତରେ ଉଡାଇଥିଲେ କୋଟି କୋଟି ଟଙ୍କା । କଲେଜରେ ନାଚ ଗୀତ ପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ ୯୫ କୋଟି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଆଜିକାଲି ଖରାପ ଜୀବନଶୌଳୀ ହେତୁ ଲୋକମାନେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି। ସେହିପରି ମଧୁମେହ ଏପରି ଏକ ରୋଗ ଯାହା ଦେଶ ତଥା ବିଶ୍ଵରେ ମହାମାରୀ ପରି ବ୍ୟାପୁଛି। ଏହି ରୋଗ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କଠାରେ ଦେଖାଯାଏ । ଏହା ଏକ ଜୀବନଶୈଳୀ ରୋଗ ଯାହା କେବଳ ଜୀବନଶୈଳୀରେ ଉନ୍ନତି କରି ନିୟନ୍ତ୍ରିତ ହୋଇପାରିବ । ବିଶେଷକରି ମଧୁମେହ ରୋଗୀଙ୍କୁ ସେମାନଙ୍କର ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡିଥାଏ । ଔଷଧ ବ୍ୟତୀତ ଆପଣ ଏହାକୁ ନିୟନ୍ତ୍ରଣ କରିବା ପାଇଁ କିଛି ଘରୋଇ ଉପଚାର ମଧ୍ୟ ଚେଷ୍ଟା କରିପାରିବେ । ମଧୁମେହ ରୋଗୀମାନେ ମେଥି ଖାଇବା ଉଚିତ୍ । ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ । ଆସନ୍ତୁ ଜାଣିବା ମଧୁମେହରେ ମେଥି କେତେ ଲାଭଦାୟକ ଏବଂ ଏହାକୁ କିପରି ଖାଇବେ?
ମଧୁମେହରେ ମେଥି ଉପକାରୀ
ମଧୁମେହ ରୋଗୀଙ୍କ ପାଇଁ ମେଥି ଖାଇବା ଲାଭ ମିଳିଥାଏ । ମେଥି ପେଟରେ ଚିନିର ଅବଶୋଷଣକୁ ମନ୍ଥର କରିଥାଏ । ମଞ୍ଜିରେ ଫାଇବର ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ରହିଥାଏ ଯାହା ହଜମକୁ ମନ୍ଥର କରିଥାଏ ଏବଂ ଶରୀର ଦ୍ୱାରା କାର୍ବୋହାଇଡ୍ରେଟ୍ ଏବଂ ଶର୍କରାର ଅବଶୋଷଣକୁ ମନ୍ଥର କରିଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ଇନସୁଲିନ୍ ଉନ୍ନତ ହୁଏ ଏବଂ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ମେଥି ନେଇ ରାତିସାରା ଏକ ପାତ୍ରରେ ଭିଜାନ୍ତୁ । ପରଦିନ ସକାଳେ ଏହାକୁ ଖାଲି ପେଟରେ ଖାଆନ୍ତୁ ।
କିପରି ଖାଇବେ ମେଥି ?
ରାତିରେ ଏକ କପ୍ ପାଣିରେ ଏକ ଚାମଚ ମେଥି ମଞ୍ଜିକୁ ଭିଜାନ୍ତୁ । ଏହା ରାତି ସାରା ଭିଜିଲା ପରେ ସକାଳେ ଖାଲି ପେଟରେ ସେଇ ପାଣିକୁ ପିଅନ୍ତୁ । ମେଥିକୁ ଚୋବାଇ ଖାଆନ୍ତୁ । ଯଦି ଆପଣ ମେଥିକୁ ଚୋବାଇ ନଖାଇପରିବେ ତେବେ ଆପଣ ମେଥି ପାଉଡର ମଧିୟ ବ୍ୟବହାର କରିପାରିବେ ।
ଏହି ସମସ୍ୟାଗୁଡ଼ିକରେ ମଧ୍ୟ ଏହା ପ୍ରଭାବଶାଳୀ
ଓଜନ ହ୍ରାସ କରନ୍ତୁ: ଯଦି ଆପଣଙ୍କର ଓଜନ ଦ୍ରୁତ ଗତିରେ ବଢୁଛି ତେବେ ଆପଣଙ୍କ ଖାଦ୍ୟରେ ମେଥି ଅନ୍ତର୍ଭୁକ୍ତ କରନ୍ତୁ । ମେଥି ପାଣି ପିଇବା ଦ୍ୱାରା ଓଜନ କମିଯାଏ କାରଣ ଏହା ପେଟକୁ ପୂର୍ଣ୍ଣ ଅନୁଭବ କରିଥାଏ ଏବଂ କ୍ୟାଲୋରୀ ଗ୍ରହଣକୁ ହ୍ରାସ କରିଥାଏ ।
ହୃଦୟ ସ୍ୱାସ୍ଥ୍ୟକୁ ବଜାୟ ରଖେ: ଉଭୟ ପୁରୁଷ ଓ ମହିଳା କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବା ପାଇଁ ମେଥି ମଞ୍ଜିରୁ ଲାଭ ପାଇବେ, ଯାହାଦ୍ୱାରା ହୃଦୟର ସ୍ୱାସ୍ଥ୍ୟ ବୃଦ୍ଧି ପାଇଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବନାଞ୍ଚଲର ଟିକ୍ରାପଡ଼ା ସେକସନରୁ ଗତ ରାତିରେ ଗୁଦ୍ରାମୁଣ୍ଡା ପଟୁ 12ଟିକିଆ ହାତୀ ପଲ ଆସି ପାଟଣାଗଡ ରେଞ୍ଜର ସେମେଲ ମୁଣ୍ଡା ଗାଁର ଜଣେ ଚାଷୀଙ୍କ ବିଲରେ ଥିବା ବୋରୱେଲକୁ ତାଡି ପକାଇ ଭାଙ୍ଗି ଦେଇଥିବା ବେଳେ ପରେ ଆମ୍ବଦର୍ହ , ସେମେଲମୁଣ୍ଡା, ଦନ୍ଦ୍ରାବାହାଲ ଗାଁରେ 12ତିକିଆ ହାତୀଙ୍କ ଉପଦ୍ରବରେ ଅଧିକାଂଶ ଚାଷୀଙ୍କ ଧାନ ଓ କପା ଫସଲ ନଷ୍ଟ କରିବା ସହ ଏକ ବିଦ୍ୟୁତ୍ ଖୁଣ୍ଟକୁ ଉପାଡ଼ି ଦେଇଥିଲେ।
ଘଟଣାର ଖବର ପାଇ ପାଟଣାଗଡ ବନାଞ୍ଚଳ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶୀଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ଏକ ଟିମ୍ ପହଞ୍ଚି ହାତୀପଲକୁ ଘଉଡ଼ାଇ ଦେଇଥିଲେ। ଏବେ ହାତୀ ପଲ କିରିବାଞ୍ଜି ଜଙ୍ଗଲରେ ଥିଲେ ମଧ୍ୟ ବନାଞ୍ଚଳ କର୍ମଚାରୀ ମାନେ ହାତୀ ପଲକୁ ଜଗି ରହିଛନ୍ତି । ବିଭିନ୍ନ ପ୍ରକାର ଫସଲ ନଷ୍ଟ ହୋଇଥିବା କ୍ଷତି ପୂରଣ ଚାଷୀମାନେ କ୍ଷୟକ୍ଷତି ଦାବିକରିଛନ୍ତି। ଅନ୍ୟ ପଟେ ପାଟଣାଗଡ ରେଞ୍ଜର ଶ୍ରୀ ବିଶି କ୍ଷୟକ୍ଷତିର ସଠିକ ଆକଳନ କରି ଚାଷୀଙ୍କୁ କ୍ଷୟକ୍ଷତି ଯୋଗାଇ ଦିଆଯିବ ବୋଲି କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
କଟକ: କାଠଯୋଡ଼ିରୁ ଉଦ୍ଧାର ହେଲା ଘଡ଼ିଆଳ ବା ଥଣ୍ଟିଆ କୁମ୍ଭୀର । କଟକ ସିଟି ରେଞ୍ଜ ଅଫିସ ଉଦ୍ୟମ ବଳରେ ଏହି କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଦୀର୍ଘ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ଧରି କାଠଯୋଡ଼ି ରେ ରହିଥିଲା ଏହି କୁମ୍ଭୀର।
ସି ଡ଼ି ଏ କାଠଯୋଡ଼ି ନଦୀ ପଠା ରେ ଜୟନ୍ତ ବେହେରା ନାମକ ବ୍ୟକ୍ତି ମାଛ ଧରିବା ସମୟରେ ଏହି ଛୁଆ କୁମ୍ଭୀରକୁ ଦେଖି ରେଞ୍ଜ ଯୋନ୍ କୁ ଖବର ଦେଇଥିଲେ। ଏହାପରେ ଟିମ ସେଠାରେ ପହଞ୍ଚି ଉକ୍ତ କୁମ୍ଭୀରକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ଏହା 4 ମାସ ର ଘଡ଼ିଆଳ କୁମ୍ଭୀର ଜଣାପଡିଥିଲା। ଯାହାର ଲମ୍ବ ଦୁଇ ଫୁଟ। କୁମ୍ଭୀର କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ ଓ ପରେ DFO ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦନକାନନ ନହଲେ ସାତକୋଶିଆ ରେ ଛଡାଯିବ ବୋଲି କହିଛନ୍ତି କଟକ ବନାଞ୍ଚଳ ଅଧିକାରୀ ରଶ୍ମିରେଖା ପରିଡା।
ଅଧିକ ପଢନ୍ତୁ ଓଡ଼ିଶା ଖବର