ଅର୍ଗସ ବ୍ୟୁରୋ:ଦାନା ବାନ୍ଧୁଛି ବାତ୍ୟା ଦାନା। ସମ୍ଭାବ୍ୟ ବାତ୍ୟା ଅବପାତରେ ହୋଇଛି ପରିଣତ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି । ତେବେ ଏହି ଅବପାତ ୨୩ ତାରିଖ ସୁଦ୍ଧା ବାତ୍ୟା ରୂପ ନେବା ନେଇ ଅନୁମାନ କରାଯାଉଛି । ୨୪ କିମ୍ବା ୨୫ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ମଧ୍ୟ ୧୦୦ରୁ ୧୨୦ ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ,ଏହା ପୁରୀ ଏବଂ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ବାତ୍ୟା କେନ୍ଦ୍ରାପଡା, ଭଦ୍ରକର ଧାମରା ଏବଂ ଜଗତସିଂହପୁର ଦେଇ ଅତିକ୍ରମ କରିପାରେ । ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ସ୍ବତନ୍ତ୍ର ରିଲିଫ କମିଶନର ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା,ବାତ୍ୟା ଲାଗି ଭୟଭୀତ ନହୋଇ ମିଳିମିଶି ଏହି ବପତ୍ତିର ସାମ୍ନା କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବାତ୍ୟା ପ୍ରସ୍ତୁତି ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ରକ୍ଷା କବଚ ସାଜି ଲୋକଙ୍କୁ ରକ୍ଷା କରିବା ଲାଗି ସରକାର ପ୍ରସ୍ତୁତ । ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମକୁ ପ୍ରସ୍ତୁତ କରି ରଖାଯାଇଛି । ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ।
ଅର୍ଗସ ବ୍ୟୁରୋ : ରୁଷର କାଜାନଠାରେ ବ୍ରିକ୍ସ ସମିଟ୍ ଆରମ୍ଭ ହୋଇଛି। ସମିଟର ଆରମ୍ଭରେ ରୁଷ୍ ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ପୁଟିନଙ୍କୁ ପୁଣି ଥରେ ଶାନ୍ତିର ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯୁଦ୍ଧ ସମାଧାନ ନୁହେଁ ଶାନ୍ତି ଦ୍ବାରା ହିଁ ସମାଧାନର ବାଟ ବାହାରି ପାରିବ ବୋଲି ପୂର୍ବରୁ ମଧ୍ୟ ପୁଟିନ୍ଙ୍କୁ କହିଥିଲେ। ୧୬ତମ ବ୍ରିକ୍ସ ସମିଟ୍ ରେ ଯୋଗ ଦେବାକୁ ରୁଷ୍ ର କାଜାନ୍ ଠାରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କାଜାନ୍ ରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏହା ସହିତ ରୁଷି କଳାକାରମାନେ ଭାରତୀୟ ନୃତ୍ୟ ପରିବେଷଣ କରି ମୋଦିଙ୍କ ସ୍ବାଗତ କରିଥିଲେ।
ଅଧିକ ପଢନ୍ତୁ : ଜନଜାତି ଗୌରବ ଦିବସ ଅବସରରେ ରାଉରକେଲା ଆସିବେ ମୋଦି
ବ୍ରିକ୍ସ ସମିଟ୍ ର ସଦସ୍ୟ ଦେଶର ମୁଖ୍ୟମାନଙ୍କ ସହିତ ମୋଦି ଦ୍ବିପାକ୍ଷିକ ଆଲୋଚନା କରିବେ। ବ୍ରିକ୍ସ ସମିଟ୍ ରେ ଯୋଗ ଦେବା ପାଇଁ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ ମଧ୍ୟ ପହଂଚିଛନ୍ତି। ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି, ‘ଷ୍ଟ୍ରେନ୍ଦେନିଙ୍ଗ ମଲ୍ଟିଲାଟେରାଲିଜିମ ଫର୍ ଜଷ୍ଟ ଗ୍ଲୋବାଲ ଡେଭେଲପମେଣ୍ଟ୍ ଆଣ୍ଡ ସିକ୍ୟୁରିଟି’ ଅର୍ଥାତ୍ ବିଶ୍ବର ବିକାଶ ଏବଂ ସୁରକ୍ଷା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବା। ଏହା ଦ୍ବାରା ବିଶ୍ବ ନେତାମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ପ୍ରସଙ୍ଗ ଉପରେ ଏହି ଗୁରୁତ୍ବପୂର୍ଣ୍ଣ ମଞ୍ଚରେ ଆଲୋଚନା କରିପାରିବେ। ତେବେ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବାର ସମ୍ଭାବନା ରହିଛି।
ଅର୍ଗସ ବ୍ୟୁରୋ : ବାତ୍ୟାକୁ ଦୃଷ୍ଟିରେ ରଖି ଐତିହ୍ୟ କୀର୍ତ୍ତିରାଜି ଗୁଡିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଏଏସଆଇ। ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଳାରେ ଥିବା ସମସ୍ତ ଐତିହ୍ୟ କୀର୍ତ୍ତିରାଜିର ଯେଭଳି କୌଣସି ବାତ୍ୟା ଦ୍ବାରା କ୍ଷତି ନ ଘଟିବ ସେନେଇ ଏଏସଆଇ ପକ୍ଷରୁ ଅଧିକାରୀ ମାନଙ୍କୁ ଚିଠି ଯୋଗେ ନିର୍ଦ୍ଦେଶ ଦିଆଯାଇଛି। ଐତିହ୍ୟ କୀର୍ତ୍ତିରାଜି ଗୁଡିକରେ ଲାଗିଥିବା ଲୁହା ସ୍କାଫୋଲ୍ଡିଙ୍ଗ ଯେଭଳି ପବନ ଦ୍ବାରା କୌଣସି ସମସ୍ୟା ସୃଷ୍ଟି ନହୁଏ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢନ୍ତୁ : ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସର୍ବୋଚ୍ଚ ପ୍ରାଥମିକତା - ପୂର୍ବତଟ ରେଳପଥ
ସେହିପରି ଓଭର ହେଡ ପାଣି ଟାଙ୍କି ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିଜି ସେଟ୍ ଗୁଡିକ ପାଇଁ ପର୍ଯ୍ୟାପ୍ତ ପରିମାଣରେ ତେଲ ମହଜୁଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଜଳବନ୍ଦୀ ସମସ୍ୟା ହେବାର ଆଶଙ୍କା ଥିବାରୁ ଜଳ ନିଷ୍କାସନ ପାଇଁ ପମ୍ପସେଟର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବା ସହ ମନ୍ଦିରର ବିଭିନ୍ନ ଅଂଶରେ ପାଣି ନିଷ୍କାସନ ପାଇଁ ଯେଭଳି କୌଣସି ଅସୁବିଧା ନହୁଏ ସେ ଦିଗରେ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି।
ଅର୍ଗସ ବ୍ୟୁରୋ : ସମ୍ଭାବ୍ୟ ଦାନା ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣୀ। ଆଜି ଦିନ ୨ଟା ସୁଦ୍ଧା ଦଶହରା ପାଇଁ କଟକ ସହରରେ ଲାଗିଥିବା ବାଉଁଶ ଗେଟ, ଲାଇଟ ଗେଟ ତୁରନ୍ତ କାଢିବା ପାଇଁ ନିର୍ଦ୍ଦେଶ। ନ କାଢ଼ିଲେ ସ୍ଥାନୀୟ ଥାନା ଆଇଆଇସି, ସିଏମସି ଏନଫୋର୍ସମେଣ୍ଟ ଟିମ ପହଞ୍ଚି ଉଚ୍ଛେଦ କରିବେ ବାଉଁଶ ଗେଟ ଓ ଲାଇଟ ଗେଟ ବୋଲି କୋର୍ଟଙ୍କୁ କହିଛନ୍ତି କଟକ ଡିସିପି, ଜିଲ୍ଲାପାଳ ଓ ସିଏମସି କମିଶନର। ସହରରେ ଜଳବନ୍ଦୀ ହେବାକୁ ଥିବା ସ୍ଥାନକୁ ବିଶେଷ ଧ୍ୟାନ ଦେବା ସହ ତ୍ବରିତ ପଦକ୍ଷେପ ନେବା ପାଇଁ ସିଏମସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
ଅଧିକ ପଢନ୍ତୁ : 'ସମସ୍ତ ବିଧାୟକ ଓ ବିଧାୟିକା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରୁହନ୍ତୁ'
ଘର ଛାତ ଉପରେ ଲାଗିଥିବା ହୋର୍ଡିଂ କାଢିବା ସହ ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ ତୁରନ୍ତ କାଟିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଆଡଭୋକେଟ କମିଟିଙ୍କ ବିଶେଷ ଅନୁରୋଧ କ୍ରମେ ଏହି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କଟକ ଡିସିପି, ଜିଲ୍ଲାପାଳ ଓ ସିଏମସି କମିଶନର ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।