କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ବିଶ୍ୱନୀୟନ୍ତା ପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପ୍ରତ୍ୟକଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ ପୁରୀରେ ଦେଖିବାକୁ ମିଳିଥାଏ । ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ମହାପ୍ରସାଦ ସେବନ କରି ଭକ୍ତମାନେ ଆତ୍ମତୃପ୍ତି ଲାଭ କରିଥାନ୍ତି । ହେଲେ ଶ୍ରୀମନ୍ଦିରକୁ ନେଇ ବିବାଦ ପିଛା ଛାଡୁନି । କେତେବେଳେ ବ୍ରହ୍ମବିଭ୍ରାଟ ତ ଆଉ କେତେବେଳେ ରତ୍ନଭଣ୍ଡାର ରହସ୍ୟ ଓ ରୋଷଶାଳାରେ ପଶି ଦୁର୍ବୁତ୍ତଙ୍କ ଚୁଲା ଭଙ୍ଗା ଘଟଣା । ଆଉ କେତେବେଳେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ମହାପ୍ରଭୁଙ୍କ ପହୁଡ ହେଉନଥିବା ବେଳେ ଖାଡା ଉପାସ ମହାପ୍ରଭୁ ରହୁଥିବା ନଜିର୍ ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିପାରିବ ନାହିଁ । ଶ୍ରୀମନ୍ଦିର ଭିତରେ ମୋବାଇଲରେ ଫଠୋ ଉଠାଯାଇପାରିବ ନାହିଁ । ନିୟମ କଡାକଡି, କିନ୍ତୁ ଗଳାବାଟେ ଚାଲିଛି ଅନିୟମିତତା । ଶ୍ରୀମନ୍ଦିରର ସୁରକ୍ଷା ବଳୟକୁ ଫୁ’ କରି ପୁଣି ମନ୍ଦିର ଉପରେ ଉଡିଲା ଡ୍ରୋନ । ଯାହାର ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଅସନ୍ତୁଷ୍ଟ ବରିଷ୍ଠ ସେବାୟତ । ଏସବୁକୁ ରୋକିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି କହିଛନ୍ତି ଭକ୍ତ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ୭୫ମିଟର ଉଚ୍ଛେଦ ପରେ ପରିକ୍ରମା ପ୍ରକଳ୍ପର ସୁରକ୍ଷା ପାଇଁ ରାଜ୍ୟସରକାର ସ୍ବତନ୍ତ୍ର ବାଟାଲିୟାନ ନିଷ୍ପତ୍ତି ନେଇଛନ୍ତି । ସେପଟେ ଡ୍ରୋନରେ ଯେଉଁ ଚିତ୍ର ଉତ୍ତୋଳନ ସାମ୍ନାକୁ ଆସିଛି ତାଙ୍କୁ ଚିହ୍ନଟ କରାଯାଇଛି । ଏହା ସହ ଏଭଳି କାମ ରୋକିବା ପାଇଁ ହୋଟେଲିୟର ଓ ଲଜିଂ ମାଲିକଙ୍କୁ ନେଇ ବୈଠକ କରାଯିବ ବୋଲି କହିଛନ୍ତି ପୁରୀ ଏସପି ।