ଏଥିରେ ୧୫ ଶହ ୬୦ କେଜିର ଗଞ୍ଜେଇ ଜଙ୍ଗଲ ରୁ ଜବତ ହୋଇଥିବା ବେଳେ ଘଟଣା ସ୍ଥଳରୁ ୪ଜଣ ମାଫିଆ ପେରାର ମାରିଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ଛପନ ଲକ୍ଷ ହେବ । ୨୦୨୪ ମସିହାରେ ବୌଦ୍ଧ ପୋଲିସ ନାରକୋଟିକସ ଡ୍ରାଇଭ କରି ୩୮୦୦କେଜି ଗଞ୍ଜେଇ ଜବତ କରିଥିବା ବେଳେ ୧୭ଜଣ ଗଞ୍ଜେଇ ମାଫିଆ ଙ୍କୁ ଧରିବାରେ ସଫଳ ହୋଇଛି । ଆଗାମୀ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଅଧିକରୁ ଅଧିକ ଅପରେସନ କରି ବୌଦ୍ଧ ରୁ ଗଞ୍ଜେଇ ଚାଷର ମୂଳପୋଛ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସିପି କହିଛନ୍ତି ।