ସେହିପରି ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଡଗରା ବେଳାଭୂମି ଉନ୍ନତିକରଣ ପାଇଁ ୧ କୋଟି ୬୬ ଲକ୍ଷ ଟଙ୍କା ମଂଜୁର ହୋଇଥିଲେ ମଧ୍ୟ ଏବେ ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇନି। କେବଳ ଏତିକି 2023ରେ ପୂର୍ବତନ ସରକାର 1 କୋଟି 16 ଲକ୍ଷ 93 ହଜାର ଟଙ୍କା ଡଗରା ବେଳାଭୂମିର ବିକାଶ ପାଇଁ ବ୍ୟୟବରତା କରିଥିଲେ ମଧ୍ୟ ବିକାଶ ଏଠି ଧୂଆ ବାଣ ପାଲଟିଛି l କେବଳ ଡଗରା ବେଳାଭୂମି ନୁହେଁ କଷାଫଳ ବେଳାଭୂମି ଏବଂ ସିନ୍ଧୁଆ ଡ୍ୟାମ ପାଇଁ ମୋଟ ୩୭୧ ଲକ୍ଷ ୭୩ ହଜାର ଟଙ୍କା ମଞ୍ଜୁର କରିଥିଲେ କୌଣସି ସ୍ଥାନରେ ବର୍ଷେ ପରେ ମଧ୍ୟ ଆରମ୍ଭ ହୋଇ ପାରିନି କାମ। ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ସରକାର ଦୃଷ୍ଟି ଦେବାକୁ ସାଧାର। ସେପଟେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ନେଇ ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି l ପର୍ଯ୍ୟଟନ କ୍ଷେତ୍ରର ବିକାଶ ନାଁରେ ପୂର୍ବ ବିଜେଡି ସରକାର ବାଲେଶ୍ୱର ବାସୀଙ୍କୁ ଧୋକା ଦେଇଥିବା ବେଳେ ମୋହନ ସରକାରଙ୍କ ଉପରେ ଆଶା ବାନ୍ଧିଛନ୍ତି ବାଲେଶ୍ୱରବାସୀ ।
ଅଧିକ ପଢନ୍ତୁ ଓଡିଶା ଖବର