ସମସ୍ତ ଅଭିଯୋଗ ଗୁଡ଼ିକୁ ଆଜି ଶୁଣାଣି କରିବା ପାଇଁ ଚେଷ୍ଟା ଚାଲିଛି । ଅଭିଯୋଗ ଗୁଡ଼ିକ ସହ ଜଡ଼ିତ ବିଭାଗ ଗୁଡ଼ିକୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି 1550 ଅଭିଯୋଗକାରୀ ପଞ୍ଜୀକରଣ କରିଛନ୍ତି । ଏବେ ସୁଦ୍ଧା 350 ଜଣଙ୍କ ଅଭିଯୋଗ ଶୁଣି ସାରିଲେଣି ମୁଖ୍ୟମନ୍ତ୍ରୀ ।
ସମସ୍ତ ଅଭିଯୋଗ ଗୁଡ଼ିକୁ ଆଜି ଶୁଣାଣି କରିବା ପାଇଁ ଚେଷ୍ଟା ଚାଲିଛି । ଅଭିଯୋଗ ଗୁଡ଼ିକ ସହ ଜଡ଼ିତ ବିଭାଗ ଗୁଡ଼ିକୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: 11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ । ଗଜପତିଙ୍କୁ ଦିଆଗଲା ମହାପ୍ରଭୁଙ୍କ ସୁସ୍ଥତା ସନ୍ଦେଶ । ଅନବସର ଦ୍ବାଦଶୀରେ ଆଜି ଶ୍ରୀମନ୍ଦିରରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ବର୍ଷ ତମାମ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ, ପାଟ ଡୋର ସହ ଅଣସର ସମୟରେ ଲାଗି ହୋଇଥିବା ଚନ୍ଦନ ଓ କରାଳକୁ ରୂପା ଥାଳିରେ ଧରି ଶ୍ରୀମନ୍ଦିରରୁ ବାହାରିଥିଲେ ଦଇତା ଓ ପତି ମହାପାତ୍ର ସେବାୟତ । ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ଶ୍ରୀନହରରେ ପହଞ୍ଚି ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଶ୍ରୀଅଙ୍ଗ ପ୍ରସାଦ ଲାଗି ଅର୍ପଣ କରିଥିଲେ ।
ଆସନ୍ତା ୭ ତାରିଖରେ ନବଯୌବନ, ନେତ୍ରୋତ୍ସବ ପଡୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ । ଘୋଷାଯାତ୍ରାକୁ ଆଉ ମାତ୍ର 3 ଦିନ ବାକି ଥିବାବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥର ନିର୍ମାଣ କାର୍ଯ୍ୟ । ରଥରେ ସଖୀ ପଟ୍ଟା ଫିଟିଙ୍ଗ କରାଯାଇଥିବା ବେଳେ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଠେକରା ବାଡ, ପାର୍ଶ୍ଵ ଦେବଦେବୀ, ଓଲଟଶୁଆ ଲାଗିବ । ତେବେ ଆଜି ତିନିରଥ ଉପରକୁ କଳସ ଉଠିବା ପରେ ଭୋଇ ସେବକଙ୍କ ଦ୍ବାରା 8 ନମ୍ବର ହରିବୋଲ ପଡିଛି । ସେପଟେ ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ୍ ହେବାକୁ ଥିବାରୁ ଆଜି ପୁରୀ ଆସି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ତଥା ଆଇଜି ଅନୁପ ସାହୁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ରାୟଗଡ଼ା : ରାୟଗଡ଼ା ଶ୍ରମ ବିଭାଗ କେଳେଙ୍କାରୀରେ ସମ୍ପୃକ୍ତ ତଳୁ ଉପର ବହୁ ଅଧିକାରୀ । ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା । କେବଳ ଜଣଙ୍କୁ ନିଲମ୍ବନ କରି ଚୁପ୍ ବସିଛି ପ୍ରଶାସନ । ଏବେ ମନ୍ତ୍ରୀ ନେତାଙ୍କ ସମ୍ପୃକ୍ତି ଅଭିଯୋଗ । ସାମ୍ନାକୁ ଆସିଲା ସୋସିଆଲ କୋର୍ଡିନେଟରଙ୍କ ବିବାଦୀୟ ଅଡ଼ିଓ । କାହିଁକି ଚୁପ୍ ବସିଛନ୍ତି ରାୟଗଡ଼ା ଜିଲ୍ଲାପାଳ । ଏହି ଭାଇରାଲ୍ ଅଡିଓ ପୁଣି ଥରେ ଜୀବନ୍ତ କରିଦେଇଛି ରାୟଗଡ଼ାରେ ଶ୍ରମ କେଳେଙ୍କାରୀ। ଏହି ଅଡିଓ କଲରେ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ଉପସଭାପତି ବଳରାମ କୌଶଲ୍ୟାଙ୍କ ସହ କଥା ହେଉଛନ୍ତି ଶ୍ରମ ବିଭାଗର ୱେଲଫେୟାର କୋଡ଼ିନେଟର ସୁଶାନ୍ତ ସାହୁ। ବଳରାମଙ୍କୁ ୩ ଲକ୍ଷ ୫୦ ହଜାର ଟଙ୍କା ମାଗୁଛନ୍ତି ସୁଶାନ୍ତ। କହୁଛନ୍ତି ଏ ମୋଟା ଅଙ୍କର ଲାଞ୍ଚ ଦିଆଯିବ RTI କର୍ମୀଙ୍କୁ, ଯେଉଁମାନେ ଶ୍ରମ ବିଭାଗ କେଳେଙ୍କାରୀ ସମ୍ପର୍କରେ ମାଗୁଛନ୍ତି ତଥ୍ୟ। ଏ ଅଡିଓକୁ ନେଇ ସୁଶାନ୍ତ ସାହୁଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ କିଶୋର ମହାନନ୍ଦିଆ।
ଅଡ଼ିଓ ଭାଇରାଲ୍ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଶ୍ରମ ଅଧିକାରୀ ସୁଶାନ୍ତ ସାହୁ ମୋବାଇଲରେ ଧମକ ପୂର୍ଣ୍ଣ ମେସେଜ୍ ଦେଉଥିବା ଅଭିଯୋଗ କରିଛନ୍ତି ବଳରାମ। ଛୁଟିରେ ଥିବାରୁ ସୁଶାନ୍ତଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । କିନ୍ତୁ ଏବେର ଶ୍ରମ ଅଧିକାରୀଙ୍କ ଅନୁସାରେ ଶ୍ରମିକ ମୃତ୍ୟୁ ପରେ ସେମାନଙ୍କ ଆବେଦନ ସମ୍ପର୍କିତ କାଗଜ ପତ୍ରର ଯାଞ୍ଚ ପ୍ରଥମେ କରନ୍ତି ୱେଲଫେୟାର କୋଡ଼ିନେଟର, ପରେ ଯାଏ ଶ୍ରମ ଅଧିକାରୀଙ୍କ ପାଖକୁ । ଏମିତିରେ ଶ୍ରମ ଅଧିକାରୀ ବି ୱେଲଫେୟାର କୋର୍ଡିନେଟର ସୁଶାନ୍ତଙ୍କ ଆଡ଼କୁ କରିଛନ୍ତି ଇସାରା। ତେବେ ସଂଘର ସଭାପତିଙ୍କ ଅନୁସାରେ ବହୁ ଅଧିକାରୀ କେଳେଙ୍କାରୀରେ ସମ୍ପୃକ୍ତ। ସମସ୍ତଙ୍କୁ କରାଯାଉ ତଦନ୍ତ ପରିସରଭୁକ୍ତ। ରାୟଗଡ଼ା ଶ୍ରମ ବିଭାଗରେ ହୋଇଥିବା ବଡ଼ କେଳେଙ୍କାରୀ ପ୍ରଥମେ ସାମ୍ନାକୁ ଆଣିଥିଲା ଅର୍ଗସ୍। ବିଜେଡି ସରକାର ମଲା ଲୋକଙ୍କୁ ବି ଛାଡ଼ିନଥିଲା। ଜିଲ୍ଲାର ବିଭିନ୍ନ ବ୍ଲକରେ ମୃତ ଶ୍ରମିକଙ୍କ ନାଁରେ ନକଲି ପ୍ରମାଣ ପତ୍ର କରାଯାଇ 40 କୋଟିରୁ ଅଧିକ ଟଙ୍କା ଚଳୁ ହୋଇଥିଲା। ମହାମାରୀ କାଳରେ ପୀଡ଼ିତ ପରିବାରର ସହାୟତା ରାଶିକୁ ଆତ୍ମସାତ୍ କରାଯାଇଥିଲା । ଅଭିଯୋଗ ପରେ ଗାଁ ଗାଁ ବୁଲି ତଦନ୍ତ କରିଥିଲା ରାଜ୍ୟ ଅତିରିକ୍ତ ଶ୍ରମ ଆୟୁକ୍ତ ଟିମ୍ । କେବଳ ଅଫିସର ନୁହେଁ ବିଜେଡି ନେତା ଓ ମନ୍ତ୍ରୀମାନଙ୍କ ସମ୍ପୃକ୍ତି ବିନା ସମ୍ଭବ ହୋଇନଥାନ୍ତା ଏତେ ବଡ଼ ଦୁର୍ନୀତି। ତଦନ୍ତ କଲେ ସାମ୍ନାକୁ ଆସିବ ପୂର୍ବତନ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ ସାରଦା ନାୟକଙ୍କ ସମ୍ପୃକ୍ତି। ପୁଣି ରାଜ୍ୟରେ T ବା ତାମିଲ ଅଫିସରଙ୍କ କଣ୍ଟ୍ରୋଲରେ ଥିଲା ସବୁକିଛି। ଏଣୁ ଏ ସବୁର ତଦନ୍ତ ହେବାକୁ ଉଠୁଛି ଦାବି।
ଅଧିକ ପଢନ୍ତୁ ଓଡିଶା ଖବର
କଟକ: ବଦଳିଲା ସରକାର ବଦଳିବ ମହାନଦୀ ଅବବାହିକାର ଭାଗ୍ୟ । ହୀରାକୁଦ ତଳମୁଣ୍ଡରେ 2ଟି ବ୍ୟାରେଜ୍ ନିର୍ମାଣ କରିବେ ରାଜ୍ୟ ସରକାର । ବିକଶିତ ହେବ ସମ୍ବଲପୁରର ଅଯୋଧ୍ୟା ସରୋବର । ମହାନଦୀର 52 ପ୍ରତିଶତ ବର୍ଷା ଜଳ ବୋହିଯାଉଛି ବଙ୍ଗୋପସାଗର । 7 ବ୍ୟାରେଜ ନିର୍ମାଣ ଘୋଷଣା କରି ଧୋକା ଦେଇଥିଲେ ବିଜେଡି ସରକାର । ମହାନଦୀର ଜଳ ସଂକଟ ଦୂର କରିବାକୁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ବୁର୍ଲା ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କର ଏହି ଚିଠି ତାର ପ୍ରମାଣ। ମହାନଦୀ ଅବବାହିକାର ଦେଗାଁ ଓ ମାନେଶ୍ବରଠାରେ ଦୁଇଟି ବ୍ୟାରେଜ ନିର୍ମାଣ ସହ ସମ୍ବଲପୁରରେ ଥିବା ଅଯୋଧ୍ୟା ସରୋବରର ବିକାଶ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ସମ୍ବଲପୁରବାସୀଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଛି। ନିର୍ମାଣ ହେବାକୁ ଥିବା 2ଟି ବ୍ରିଜ କମ୍ ବ୍ୟାରେଜ ଯୋଗୁଁ କୌଣସି ଲୋକ ବିସ୍ଥାପିତ ହେବେ ନାହି । ଯାହାକି ଜଳ ସେଚନ ଦୃଷ୍ଟିରୁ ଚାଷୀଙ୍କ ପାଇଁ ଖୁବ ଲାଭ ଦାୟକ ହେବ । ସେହିପରି ଅଯୋଧ୍ୟା ସରୋବର ଥିବା ଦେଢ କିଲୋମିଟର ପୁରୁଣା ବନ୍ଧରେ ପାଣି ଲିକେଜ ହେଉଥିବା ବେଳେ ତାର ପୁନଉଦ୍ଧାର କରିବା ସହ ବିକାଶ କରାଯିବ।
ଫଳରେ ସେଠାରେ ପର୍ଯ୍ୟଟନର ବିକାଶ ମଧ୍ୟ ହୋଇପାରିବ। ଏନେଇ ଖୁବ ଶୀଘ୍ର ସର୍ଭେ କରାଯିବ ବୋଲି ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ମୁଖ୍ୟ ଅଧିକାରୀ। ହୀରାକୂଦ ଉପରମୁଣ୍ଡରେ ଛତିଶଗଡ଼ ବହୁ ଡ୍ୟାମ ଓ ବ୍ୟାରେଜ ନିର୍ମାଣ କରି ମହାନଦୀର ପାଣିକୁ ଅଟକାଇବା ଯୋଗୁଁ ଖରାଦିନେ ସଂପୂର୍ଣ୍ଣ ଶୁଖିଲା ପଡ଼ୁଛି ମହାନଦୀ। ତେବେ ଓଡ଼ିଶାରେ ହୀରାକୂଦ ବ୍ୟତୀତ କୌଣସି ଡ୍ୟାମ ନଥିବାରୁ ବର୍ଷାଦିନେ 52 ପ୍ରତିଶତ ପାଣି ବଙ୍ଗୋପସାଗରକୁ ବୋହିଆଉଛି। ଖରାଦିନ ପାଇଁ ଏହି ପାଣି ଗଚ୍ଛିତ କରିରଖିବା ଲାଗି 2018ରେ ହୀରାକୂଦ ତଳମୁଣ୍ଡରେ 7ଟି ବ୍ୟାରେଜ ନିର୍ମାଣ ଲାଗି ଘୋଷଣା କରିଥିଲେ ବିଜେଡି ସରକାର। ମହାନଦୀର ଗୋଧନେଶ୍ବର, ଦେଓଙ୍ଗା, କପାସିରା, ଖଇରମାଳ, ସୁବଳୟା, ମଣିଭଦ୍ରା, ମୁଣ୍ଡଳୀ ଆଦି 7 ଟି ସ୍ଥାନରେ ବ୍ୟାରେଜ ନିର୍ମାଣ କରିବାକୁ ବିଜେଡି ସରକାର ଘୋଷଣା କରିଥିଲେ।
କିନ୍ତୁ 6 ବର୍ଷ ଭିତରେ ବ୍ୟାରେଜ ପାଇଁ ମାଟି ଗାଣ୍ଡୁଏ ବି ପଡ଼ିଲା ନାହିଁ। ଅନ୍ୟପକ୍ଷରେ ମହାନଦୀକୁ ମା କହି ଖୁବ୍ ରାଜନୀତି କରିଥିଲା ବିଜେଡି। ତତକାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଛତିଶଗଡ଼ ସହ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ କରିବାକୁ ବିଜେଡି ସରକାରଙ୍କୁ ବାରମ୍ବାର ପ୍ରସ୍ତାବ ଦେଇଥିଲେ ବି । ନବୀନ ସରକାର ତାହାକୁ ପ୍ରତ୍ୟାଖାନ କରିଥିଲେ। ଆଉ ଏବେ ସରକାରରୁ ବିଦା ହେବା ପରେ ବିଜେଡି କହୁଛି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଉ। ଏବେ ପ୍ରଶ୍ନ ଉଠୁଛି ସରକାରକୁ ଆସୁଆସୁ ମାସେ ଭିତରେ ଯଦି ବିଜେପି ସରକାର ମହାନଦୀରେ ବ୍ୟାରେଜ୍ ନିର୍ମାଣ ପାଇଁ ପଦକ୍ଷେପ ନେଇପାରୁଛନ୍ତି। 24 ବର୍ଷର ବିଜେଡି ସରକାର କାହା ସ୍ବାର୍ଥରେ ବ୍ୟାରେଜ ନିର୍ମାଣ ଘୋଷଣା କରି ହାତବାନ୍ଧି ବସିଥିଲେ ? ମହାନଦୀକୁ ମା ସମ୍ବୋଧନ ଥିଲା କି ବିଜେଡିର ଛଳନା ? ଏବେ ଧରାପଡ଼ିଯାଇଛି ବିଜୁ ଜନତା ଦଳର ମହାନଦୀକୁ ନେଇ ଦୋମୁହାଁ ଚରିତ୍ର।
ଅଧିକ ପଢନ୍ତୁ ଓଡିଶା ଖବର