ମାମଲାରେ ଗୃହ ସଚିବଙ୍କୁ କିଛି ପ୍ରଶାସନିକ ତଥ୍ୟ ମାଗିବା ସହ ଗୁରୁତ୍ବପୂର୍ଣ୍ଣ ଦିଗରେ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ଗୁଜରାଟ ଯାଇଥିବା ପୋଲିସ ଅଧିକାରୀଙ୍କ ଲାଏ ଡିଟେକ୍ସନ ସରିଛି । ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ ଓ ବ୍ରେନ୍ ମ୍ୟାପିଂ ସରିଛି । ମାମଲାକୁ ଗୁରୁତର ସହ ନେଇ ଶୀଘ୍ର ରିପୋର୍ଟ ଦେବାକୁ ଗୁଜୁରାଟ ଫରେନସିକ୍ ଟିମକୁ ଜଣାଯିବ । ଖୁବଶୀଘ୍ର ପୀଡିତାଙ୍କ 164 ବୟାନ ରେକର୍ଡ ହେବ । ମାମଲାର ସତ୍ୟପାଠ ଶୀଘ୍ର କମିଶନଙ୍କ ଆଗରେ ଦାଖଲ କରାଯିବ ।
ତଦନ୍ତ ପରେ ସତ୍ୟାସତ୍ୟ ବାହାରିଲେ ଆଇନ ଗତ ଆକ୍ସନ୍ ହେବ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସେପଟେ କମିଶନଙ୍କ ସଚିବ କହିଛନ୍ତି, ଆଡମିନିଷ୍ଟ୍ରେଟିଭ୍ ଗ୍ରାଉଣ୍ଡରେ କିଛି ତଥ୍ୟ ମଗାଯାଇଛି । 27 ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ପରେ ସ୍କୁଟିନ ହେବ । ପୋଲିସର ଫରେନସିକ୍ ରିପୋର୍ଟ ଆସିନଥିବା କହିଛନ୍ତି କମିଶନଙ୍କ ସଚିବ ।
ଆହୁରି ପଢନ୍ତୁ ଓଡିଶା ଖବର...