ଗ୍ରାଫିକସ- ୫ ବର୍ଷ ଭିତରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ମୂଳ ପଦବୀ ଖାଲି ରହିଛି ୧ ଲକ୍ଷ ୩୨ ହଜାର ୪୫୯ । ଏହା ମଧ୍ୟରୁ ୯୨ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ଵାରା ଅନୁମୋଦନ ମିଳି ସାରିଛି । ସେଥିରୁ ୭୮ ହଜାର ୯୧୯ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ୨ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ପୂରଣ କରାଯିବ । 2024 ଡିସେମ୍ବର ସୁଦ୍ଧା ରାଜ୍ୟ ସରକାର 34 ହାଜର 686 ସରକାରୀ ପଦବୀ ପୂରଣ କରିବେ । ସେଥିପାଇଁ ପ୍ରକ୍ରିୟା ଶେଷ ହୋଇଛି । ନିଯୁକ୍ତି ପ୍ରକ୍ରିୟାରେ ହେଉଥିବା ପରୀକ୍ଷାରେ ସ୍ବଚ୍ଛତା ଆଣିବା ପାଇଁ ଖୁବଶୀଘ୍ର ରାଜ୍ୟ ସରକାର ଆଇନ ପ୍ରଣୟନ କରିବେ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ବିଜେପି ବିଧାୟକ ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, 24 ବର୍ଷ ଶାସନରେ ଥିବା ପୂର୍ବ ବିଜେଡ଼ି ସରକାର ଓଡ଼ିଆ ଯୁବକ ମାନଙ୍କୁ ପ୍ରତାରିତ କରିଛି । ଏହାର ପ୍ରତିଫଳନ ହେଉଛିଏହି ବେକାରୀ ସମସ୍ୟା । 2022 ଅକ୍ଟୋବର 16ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚୁକ୍ତି ଭିତ୍ତିକ ନିଯୁକ୍ତି ବନ୍ଦ ହେବ ଏବଂ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଥିଲେ । ହେଲେ କାହିଁକି ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ବନ୍ଦ ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର ।
ଅନ୍ୟପଟେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ବେକାରୀରେ ଓଡ଼ିଶା ୨୧ ନମ୍ବର । ଦୁଇ ବର୍ଷ ଭିତରେ ୬୫ ହଜାର ନିଯୁକ୍ତି ଦେବାକୁ ସରକାର କହୁଛନ୍ତି । ଏହା ବାଦ ଆଉ କେତେ ପଦବୀ ଖାଲି ଅଛି ନା ଅଧିକ ସେ ନେଇ ସରକାର ସ୍ପଷ୍ଟ କରନ୍ତୁ । ଠିକା ନିଯୁକ୍ତି ଉଠାଇବେ କି ? । କଂଗ୍ରେସ କହିଛି, ଯେଉଁ ମାନେ ଆଜି ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ସ୍ଥାୟୀ କରାଯାଉ । ।
ଦୀର୍ଘ ଦିନ ଧରି କର୍ମଚାରୀଙ୍କ ଆନ୍ଦୋଳନ ପରେ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ ହେଲା ବୋଲି ଘୋଷଣା କରିଥିଲେ ପୂର୍ବ ବିଜେଡ଼ି ସରକାର । କିନ୍ତୁ ପରବର୍ତ୍ତୀ ସମୟରେ ଠିକା ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଲା । ଯାହାକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ନେଇ ଉଠିଥିଲା ପ୍ରଶ୍ନ । ଆଉ ଏବେ ମୋହନ ସରକାରରେ ଖାଲି ଥିବା ସରକାରୀ ପଦବୀ ପୂରଣ ପାଇଁ ନିଆଯାଇଛି ବଡ଼ ପଦକ୍ଷେପ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: