ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ସରକାରୀ ମଦ ଦୋକାନରେ ନକଲି ମଦ। ବରମୁଣ୍ଡାର ଏକ ସରକାରୀ ସିକୃତି ପ୍ରାପ୍ତ ଦୋକାନରୁ ନକଲି ମଦ ଠାବ କରିଛି ଅବକାରୀ ବିଭାଗ। ପାଖାପାଖି ୪୦ ଲକ୍ଷ ଟଙ୍କାର ମଦ ଜବତ କରିଛି ଅବକାରୀ ବିଭାଗ। ନକଲି ସିଲ ଓ ନକଲି ମଦ ତିଆରି କରି ମଦ ମାଫିଆ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଦିନକୁ ଦିନ ଏହି ମଦ ଦୁର୍ନୀତି ମାମଲା ବଢ଼ି ବଢ଼ି ଚାଲିଛି। ମଦ ମାଫିଆ ନକଲି ମଦ ଦୁର୍ନୀତି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ପୋଲିସ ଏହି ଘଟଣାର ଖୋଳତାଡ କରୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପାକିସ୍ତାନକୁ ଟେଷ୍ଟ ସିରିଜ ହରାଇବା ପରେ ଫର୍ମରେ ରହିଛି ବାଂଲାଦେଶ ଟିମ୍। କାଲି ସକାଳ ୯ଟା ୩୦ ରୁ ଆରମ୍ଭ ହେବ ମ୍ୟାଚ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ରୁ ୨୩ ଯାଏ ଖେଳାଯିବ । ଯାହାକି ଚେନ୍ନାଇରେ ଖେଳାଯିବ । ପରେ ପରେ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବ ୨ୟ ଟେଷ୍ଟ ମ୍ୟାଚ୍ ଏହା କାନୁପରରେ ଖେଳାଯିବ ।
ଅଧିକ ପଢନ୍ତୁ କ୍ରୀଡା ଖବର
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଛି । ପୂର୍ବରୁ ନୂଆଦିଲ୍ଲୀରେ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଏଥିସହ ବର୍ତ୍ତମାନ ସୁଦ୍ଧା ଭାରତରେ ଦୁଇଜଣ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍କିପକ୍ସ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିସହ ଗଗନଯାନ ମିଶନ, ଶୁକ୍ର ମିଶନ ଓ ମହାକାଶରେ ଭାରତର ସ୍ପେସ ଷ୍ଟେସନ୍ ପାଇଁ ନିଆଯିବ ସ୍ବତନ୍ତ୍ର ପଦକ୍ଷେପ । ଆମେରିକା, ଚୀନ ପରେ ଭାରତ ମହାକାଶରେ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ।
ଆହୁରି ତ୍ବରାନ୍ବିତ ହେବ ଭାରତର ଚନ୍ଦ୍ର ଅଭିଯାନ । ଚନ୍ଦ୍ରଯାନ ୩ ମିଶନରେ ଭାରତର ଲ୍ୟାଣ୍ଡର ବିକ୍ରମ୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଆଉ ଏକ ବଡ ମିଶନ ଆରମ୍ଭ ହେବାକୁ ଯାଉଛି । ଚନ୍ଦ୍ରଯାନ ୪ ମିଶନ ଜରିଆରେ ଚନ୍ଦ୍ରପୃଷ୍ଠରେ ଅବତରଣ କରି ପୁଣି ସେଠାରୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରାଯିବ । ଇସ୍ରୋ ପକ୍ଷରୁ ହେବାକୁ ଥିବା ଏହି ବହୁ ପ୍ରତିକ୍ଷୀତ ମିଶନ ଆସନ୍ତା ୩୬ ମାସ ମଧ୍ୟରେ ଚୂଡାନ୍ତ ରୂପ ନେବ । ଏଥିପାଇ ୨୧୦୪କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଗାମୀ ଦିନରେ ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ଜଣେ ବ୍ୟକ୍ତିଙ୍କୁ ପଠାଇବା ସହ ସେଠାରୁ ନମୁନା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଚନ୍ଦ୍ରଯାନ ୪ ମିଶନ ଦ୍ବାରା ଏହା ଆଉ ପାଦେ ଆଗେଇବ ।
ଭାରତର ଚନ୍ଦ୍ର ଓ ମଙ୍ଗଳ ମିଶନ ପରେ ଶୁକ୍ର ଗ୍ରହର ଗତିବିଧି ଉପରେ ଅଧିକ ତଥ୍ୟ ସଂଗ୍ରହ କରାଯିବ । ଭାରତର ଅତ୍ୟାଧୁନିକ ସ୍ପେସକ୍ରାଫ୍ଟ ଶୁକ୍ରଗ୍ରହର ଚତୁପାର୍ଶ୍ବରେ ବୁଲି ସେଠାକାର ପୃଷ୍ଠଭୂମି, ବାୟୁର ଚାପ ଓ ସୂର୍ଯ୍ୟଙ୍କ କିରଣ ସେଠାରେ କଣ ପ୍ରଭାବ ରହିଛି ତାହା ଅନୁଧ୍ୟାନ କରାଯିବ । ପୃଥିବୀ ପରି ଶୁକ୍ରଗ୍ରହରେ ମଧ୍ୟ ଜୀବସତ୍ତା ଥିବା ବିଶ୍ବାସ କରାଯାଉଥିବାରୁ ଏହି ମିଶନର ଅନେକ ଗୁରୁତ୍ବ ରହିଛି । ଭାରତର ଶୁକ୍ର ମିଶନ ୨୦୨୮ରେ ଆରମ୍ଭ କରିବାକୁ ଟାର୍ଗେଟ୍ ରଖାଯାଇଛି । ୧୨୩୬କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ମିଶନର ୮୨୪କୋଟି ଟଙ୍କା ସ୍ବତନ୍ତ୍ର ମହାକାଶ ଯାନ ପାଇଁ ବ୍ୟବହାର କରାଯିବ । ଏଥିସହ ୨୦୨୮ସୁଦ୍ଧା ଭାରତ ପକ୍ଷରୁ ମହାକାଶରେ ଏକ ସ୍ପେସ ସେଣ୍ଟର ଖୋଲିବାକୁ ଲକ୍ଷ୍ୟ ରହିଛି ।
ଅଧିକ ପଢନ୍ତୁ ଭାରତ ଖବର