ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍ଟ ଭୋଜନ । ଦୁର୍ଗାପୂଜା ପଶ୍ଚିମବଙ୍ଗରେ ବଡ଼ ଉତ୍ସବ ।
ଅଧିକ ପଢନ୍ତୁ ଭାରତ ଖବର
ଜେଲରେ କଏଦୀଙ୍କୁ ବି ପୂଜାର ମଜା ଦେବାକୁ ଉଦ୍ୟମ । ବେଙ୍ଗଲ ସରକାର ପ୍ରସ୍ତୁତ କରିଛନ୍ତି ସ୍ପେଶାଲ୍ ମେନ୍ୟୁ । ମଟନ୍ ବିରିୟାନୀ ସହ ଯୋଗାଇ ଦିଆଯିବ ବାସନ୍ତୀ ଚାଉଳର ପଲାଉ ।
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବା ପରେ ଆଜି ଗୋଟିଏ ପର୍ଯ୍ୟାୟରେ ହୋଇଥିଲା ହରିୟାଣାର 90 ଆସନରେ ମତଦାନ । ଆସନ୍ତା ୮ ତାରିଖରେ ହେବ ଭୋଟ ଗଣତି । ଚଳିତବର୍ଷ ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଛି କଡ୍ଡା ଟକ୍କର । ବିଜେପି ହ୍ୟାଟ୍ରିକ ଲକ୍ଷ୍ୟରେ ଥିବାବେଳେ କଂଗ୍ରେସ 10 ବର୍ଷ ପରେ ପୁଣିଥରେ ଶାସନକୁ ଫେରିବାକୁ ଲକ୍ଷ୍ୟ ରଖିଛି । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦା, ରେସଲରରୁ ନେତା ହୋଇଥିବା ଭିନେଶ ଫୋଗଟ, ଜେଜେପି ନେତା ଦୁଷ୍ୟନ୍ତ ଚୌତାଲାଙ୍କ ସମେତ ୧ ହଜାର ୩୧ ପ୍ରାର୍ଥୀଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି ।
ଅଧିକ ପଢନ୍ତୁ : ୯୦ ବିଧାନସଭା ଆସନ ପାଇଁ ଆସନ୍ତାକାଲି ହେବ ମତଦାନ
ହରିୟାଣାରେ ଗତ ୧୦ ବର୍ଷ ଧରି କ୍ଷମତାରେ ରହିଛି ବିଜେପି । ୨୦୧୪ରେ କଂଗ୍ରେସକୁ କ୍ଷମତାଚ୍ୟୁତ କରି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିଥିଲା ବିଜେପି । ୯୦ରୁ ୪୭ ଆସନ ଜିତିଥିଲା ଦଳ । ୨୦୧୯ରେ କ୍ଷମତା ବଜାୟ ରଖିଥିଲା ବିଜେପି । ବିଜେପି ୪୦, କଂଗ୍ରେସ ୩୧ ଓ ଜନନାୟକ ଜନତା ପାର୍ଟି ୧୦ ଆସନରେ ବିଜୟୀ ହୋଇଥିଲା । ଜେଜେପି ସମର୍ଥନରେ ଲଗାତର ଦ୍ୱିତୀୟ ଥର ପାଇଁ ବିଜେପି କ୍ଷମତାକୁ ଆସିଥିଲା ।
ଅର୍ଗସ ବ୍ୟୁରୋ : ଯେଉଁଠି ଦିନେ ଦବଦବା ଜାହିର କରୁଥିଲେ ଲାଲ୍ ବାହିନୀ, ଏବେ ସେଠି ଥରହର ସ୍ଥିତି । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଘନ ଘନ କମ୍ବିଂ । ଏନକାଉଣ୍ଟର ବେଳେ କେତେବେଳେ ୨୦, ତ ଆଉ କେତେବେଳେ ୩୦ ମାଓବାଦୀ ନିହତ ହେଉଛନ୍ତି । ଶୁକ୍ରବାର ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା । ହାର୍ଡକୋର୍ ମାଓବାଦୀଙ୍କ ମେଳି ଖବର ପାଇ ୪ ଦିନ ପୂର୍ବରୁ ଆଟାକ୍ କରିବାକୁ ପ୍ଲାନ୍ କରିଥିଲେ ସୁରକ୍ଷାକର୍ମୀ । ଯେଉଁଥିରେ ୩୬ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ । ଏବେ ସୁଦ୍ଧା 31 ଜଣ ମାଓବାଦୀଙ୍କ ମୃତଦେହ ମିଳିଛି । ଘଟଣାସ୍ଥଳରୁ AK-47, ଏଲଏମଜି ରାଇଫଲ, ଏସଏଲଆର୍ ରାଇଫଲ, ଇନସାସ୍ ରାଇଫଲ ସହ ବହୁ ମାରଣାସ୍ତ୍ର ଜବତ ହୋଇଛି ।
ଅଧିକ ପଢନ୍ତୁ : ଏନ୍କାଉଣ୍ଟରରେ ଟଳିଲେ 30 ହାର୍ଡକୋର ମାଓବାଦୀ
ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ସୁରକ୍ଷା କର୍ମୀ । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । କିଛିଦିନ ତଳେ ରାୟପୁରରେ ମାଓ ଦମନ ନେଇ ବୈଠକ କରିଥିଲେ ଶାହ । ମାଓବାଦୀଙ୍କୁ ମୂଳପୋଛ କରିବାକୁ ଶାହ ଦେଇଥିଲେ ଟାର୍ଗେଟ୍ ।
କେବଳ ଛତିଶଗଡ଼ ନୁହଁ, ଦିନ ଥିଲା ଓଡ଼ିଶାର ଅନେକ ମାଓ ପ୍ରବଣ ଜିଲ୍ଲାରେ ନିଜର ସ୍ଥିତି ଜାହିର କରୁଥିଲେ ଲାଲ୍ ବାହିନୀ । 2008 ଫେବ୍ରଆରୀରେ ନୟାଗଡରେ ମାଓ ହମଲା। ଯେଉଁଥିରେ 15ରୁ ଅଧିକ ପୋଲିସ ସହିଦ ହୋଇଥିଲେ। ସେହିବର୍ଷ ମାଲକାନଗିରି ବାଲିମେଳାରେ ମାଓବାଦୀଙ୍କ ଗୁଳିରେ 35ରୁ ଅଧିକ ସୁରକ୍ଷାକର୍ମୀଙ୍କ ଜୀବନ ଯାଇଥିଲା। ତାର କିଛି ଦିନ ପରେ ସେହି ମାଲକାନଗିରିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ 21 ପୋଲିସ ସହିଦ ହୋଇଥିଲେ। ବିଭିନ୍ନ ସମୟରେ ଲାଲବାହିନୀ ତାର ଉପସ୍ଥିତି ଜାହିର କରିଥିଲା। ଏବେ ସମୟ ବଦଳିଛି, ଅଞ୍ଚଳ ହୋଇଛି ମାଓ ମୁକ୍ତ । ସୁରକ୍ଷାକର୍ମୀଙ୍କ ଅନବରତ ପ୍ରହାର ଲୋକଙ୍କୁ ଦେଉଛି ସୁରକ୍ଷା ।