ଆଗକୁ ଶ୍ରୀଲଙ୍କା ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଟେଷ୍ଟ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଟେଷ୍ଟ ଖେଳିବ । ତେଣୁ ଶ୍ରୀଲଙ୍କା ଯଦି ଏହି ଦୁଇଟି ଟେଷ୍ଟ ସିରିଜରେ ବିଜୟୀ ହୁଏ ତେବେ ସେ ଡବ୍ଲ୍ୟୁଟିସି ଫାଇନାଲରେ ସ୍ଥାନ ପକ୍କା କରିପାରେ । ଏଭଳି ସ୍ଥିତିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଭାରତ ଓ ଅଷ୍ଟ୍ରେଲିଆ ଏବେ ବଡ଼ ଚାପରେ ରହିଛନ୍ତି । କାରଣ ଶ୍ରୀଲଙ୍କା ଯଦି ଫାଇନାଲ ଖେଳିବ ତେବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରୁ ଗୋଟିଏ ଟିମକୁ ଫାଇନାଲ ଖେଳିବାରୁ ବଞ୍ଚିତ ହେବାକୁ ପଡ଼ିବ ।କାନପୁର ଟେଷ୍ଟ ପରେ ଭରାତ ୨୦୨୩-୨୫ ଡବ୍ଲ୍ୟୁଟିସି ସିଜିନରେ ମାତ୍ର ୮ଟି ମ୍ୟାଚ ଖେଳିବ । ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ସେଥିମଧ୍ୟରୁ ୫ଟିରେ ଜିତିବାକୁ ପଡ଼ିବ ନଚେତ ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ଅନ୍ୟ କୌଣସି ଟିମର ବିଜୟ ଏବଂ ପରାଜୟ ଉପରେ ନିର୍ଭର କରିବାକୁ ପଡ଼ିବ ।
ସବୁଠୁ ବଡ଼ କଥା ହେଉଛି ଆଗାମୀ ୮ଟି ମ୍ୟାଚରେ ଭାରତ ଦୁଇ ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ । ତେଣୁ ଫାଇନାଲରେ ପହଞ୍ଚିବାକୁ ହେଲେ ରୋହିତ ବାହିନୀକୁ କଡ଼ା ଟକ୍କର ଦେବାକୁ ପଡ଼ିବ । ବାଂଲାଦେଶକୁ ୨୮୦ ରନ୍ରେ ପରାସ୍ତ କରି ଭାରତ ଚେନ୍ନାଇରେ ୧୭୯ତମ ଟେଷ୍ଟ ମ୍ୟାଚ୍ ଜିତିଛି। କାନପୁରରେ ଚାଲିଥିବା ଦ୍ବିତୀୟ ମ୍ୟାଚ୍ ଉପରେ ସମସ୍ତ ନଜର ରହିଛି । ରୋହିତ ସେନା ୨୫ରେ ଖେଳାଯିବା ଥିବା ବିଶ୍ବ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲ ଖେଳୁ ବିଜୟ ହାସଲ କରୁବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ