ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ପୂର୍ବରୁ ବିରାଟ୯୦୦୦ ଟେଷ୍ଟ୍ ରନ୍ଠୁ ଆଉ ୫୩ ରନ୍ ଦୂରରେ ଥିଲେ,ବେଙ୍ଗାଲୁରୁରେଚାଲିଥିବା ଟେଷ୍ଟର ଦ୍ବିତୀୟ ଇନିଂସରେ କୋହଲି ୭୦ ରନ୍ କରି ପାଲଟିଯାଇଛନ୍ତି ଟିମ ଇଣ୍ଡିଆର ଚେଜ୍ ମାଷ୍ଟର। ଭାରତ ପ୍ରଥମ ଇନିଂସରେ ୪୬ରେ ଅଲଆଉଟ୍ ହୋଇଥିବାବେଳେ ନ୍ୟୁଜିଲାଣ୍ଡ ୪୦୨ ରନ୍ କରିଥିଲା। ଦ୍ବିତୀୟ ଇନିଂସରେ ଭାରତ ୩ ୱିକେଟ୍ ହରାଇ ୨୩୧ ରନ୍ କରିଛି। ଅଧିନାୟକ ରୋହିତ ଶର୍ମା ୫୨,ଯଶସ୍ବୀ ଜୟସ୍ବାଲ ୩୫,ବିରାଟ ୭୦ ରନ୍ କରି ପାଭିଲିୟକୁ ଫେରିଥିଲେ। ସର୍ଫରାଜ ଖାନ୍ ୭୦ ରନ୍ କରି ଅପରାଜିତ ରହିଛନ୍ତି। ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ପଏଣ୍ଟ ଟେବୁଲ ତାଲିକାରେ ଭାରତ ପ୍ରଥମ ସ୍ଥାନରେ ରହିଥିବାବେଳେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଷଷ୍ଠ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ ।
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ ,ଭାରତ ଏହି ଶୃଙ୍ଖଳାକୁ ଜିତିଲେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପ୍ରବେଶ ପ୍ରାୟତଃ ନିଶ୍ଚିତ ହୋଇଯିବ। ସେ ଦୃଷ୍ଟିକୋଣରୁ ଦେଖିଲେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ ପୂର୍ବରୁ ଭାରତ ହାତରେ ଥିବା ଶେଷ ୧୦ ମ୍ୟାଚ୍ରୁ ଦୁଇଟି ସଫଳତାର ସହ ଶେଷ ହୋଇଥିବାବେଳେ ଆଉ ମୋଟ ୮ଟି ମ୍ୟାଚ୍ ରହିଛି ପ୍ରଥମେ ନ୍ୟୁଜିଲାଣ୍ଡ ଟିମ୍ ପରେ ପରେ ଅଷ୍ଟ୍ରେଲିଆଦଳ ସହିତ ଟେଷ୍ଟ ଖେଳିବ ଟିମ୍ ଇଣ୍ଡିଆ। ଭାରତ ଏହି ମ୍ୟାଚ୍ ଜିତୁ ବୋଲି ଆଶା ରଖିଛନ୍ତି ପ୍ରଶଂସକ