ଆଜି ଶ୍ରାବଣ ମାସର ଅମାବାସ୍ୟା ତିଥି । ଏହି ଦିନ ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ପାଳିତ ହୋଇଥାଏ । ଏହା ଓଡ଼ିଶାରେ ପାଳିତ ହେଉଥିବା ଏକ ଗଣପର୍ବ । ଏହି ଦିନ ଶ୍ରୀମନ୍ଦିରରେ ତିନିଠାକୁର ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି ।
#ArgusNews #Odisha #Puri #festival #puritemple