ଅକ୍ଟୋବର ୮ ତାରିଖରେ ୭୦ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ମିଥୁନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କହିଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ବାବଦରେ ସୂଚନା ଦେଇଛନ୍ତି । ଭାରତୀୟ ସିନେମା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ମିଥୁନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।
ଅକ୍ଟୋବର ୮ ତାରିଖରେ ୭୦ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ମିଥୁନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କହିଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ : ଶଙ୍ଖ ଭବନରେ ଆଜି ଥିଲା ସୋନପୁର ଓ ଭଦ୍ରକ ଜିଲ୍ଲାର ସମୀକ୍ଷା ବୈଠକ। ଦୁଇ ଜିଲ୍ଲାର ସବୁ ନେତାଙ୍କୁ ଡାକିଥିଲେ ଦଳର ସୁପ୍ରିମୋ। ହେଲେ ବୈଠକ ପୂର୍ବରୁ ଏ ହେଉଛି ଶଙ୍ଖ ଭବନ ର ଦୃଶ୍ୟ । ମୁହାଁ ମୁହିଁ ହୋଇଥିଲେ ଭଦ୍ରକର ଦୁଇ ଗୋଷ୍ଠୀ । ଚର୍ଚ୍ଚା ହେଉଛି ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଙ୍କୁ ବିରୋଧ କରିଥିଲେ ବିଷ୍ଣୁବ୍ରତ ରାଉତରାୟ ଙ୍କ ଗୋଷ୍ଠୀ । ଉଭୟଙ୍କ ଭିତରେ ପାଟିତୁଣ୍ଡ ଏତେ ବଢ଼ିଲା ଯେ ବୈଠକ ଅଧାରୁ ଉଠି ଚାଲି ଆସିଲେ ବିଷ୍ଠୁବ୍ରତ ।ପରେ ବିଧାୟକ ସଞ୍ଜିବ ମଲ୍ଲିକ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ ବି ମାମଲା ଥମି ନଥିଲା। ଶେଷରେ ବବିଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ତେବେ ଦଳୀୟ କନ୍ଦଳକୁ ସଞ୍ଜିବ ସିଧା ସିଧା ଏଡାଇ ଯାଇଥିବା ବେଳେ ମୁକ୍ତିକାନ୍ତ କହିଛନ୍ତି ଏହା ଦଳୀୟ ବ୍ୟାପାର । ସେପଟେ ବବିଙ୍କ ଉପସ୍ଥିତି ପୁଣି ଥରେ ପ୍ରମାଣିତ କରିଛି କୌଣସି ପଦ ପଦବୀରେ ନଥାଇ ବି ବବି ପାୱାରଫୁଲ୍।
ଅଧିକ ପଢନ୍ତୁ : ଜ୍ୟୋତିଷଙ୍କ ଚାଞ୍ଚଲ୍ୟକର ଖୁଲାସା : ପାଣ୍ଡିଆନଙ୍କ ଗ୍ରହର ପ୍ରଭାବ ନବୀନଙ୍କ ଉପରେ ପଡିଲା !
ସେପଟେ ଭୁବନେଶ୍ବର ର ବିଜେଡି କନ୍ଦଳ ଉଗ୍ର ରୂପ ନେବା ପରେ ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ନୋଟିସ ଜାରି କରିଛି ଦଳ। ଏ ଦୁଇ ନେତାଙ୍କ ସହ ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁ ଙ୍କୁ ବି ନୋଟିସ ଜାରି କରିଛନ୍ତି ଭୁବନେଶ୍ବର ଜିଲ୍ଲା ସଭାପତି ସୁଶାନ୍ତ ରାଉତ । କାହିଁକି ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ତାର ଉତ୍ତର 15 ଦିନ ଭିତରେ ଦେବାକୁ ନୋଟିସ ରେ ଉଲ୍ଲେଖ ରହିଛି । ଆଉ ଏହାରି ଭିତରେ ଅମରେଶ ଓ ବିରଞ୍ଚି ଙ୍କ ବିରୋଧୀ ଗୋଷ୍ଠୀ ମେଳି ବାନ୍ଧିଛନ୍ତି । ୩୦ ଜଣ କର୍ପାରେଟର ଓ ପୂର୍ବତନ କର୍ପୋରେଟର ପୁରୀ ଯାଇଥିବା ବେଳେ ଦଳ ଛାଡିବେନି ବୋଲି ଲୋକନାଥ ଙ୍କ ପାଖରେ ଶପଥ କରିଥିବା ଚର୍ଚ୍ଚା ହେଉଛି ।
ଗତ ନିର୍ବାଚନ ରେ ଟିକେଟ ବଣ୍ଟନ ବେଳେ ବିଜେଡିରେ ଆରମ୍ଭ ହୋଇଥିବା କନ୍ଦଳ ଏବେ ବିଜେଡିର ପରାଜୟ ପରେ ତୀବ୍ର ହେବାରେ ଲାଗିଛି । ପରାଜୟ ପାଇଁ ପାଣ୍ଡିଆନ ଓ ନିର୍ବାଚନ ମ୍ୟାନେଜମେଣ୍ଟ କୁ ଦଳୀୟ ନେତା ଦାୟୀ କରୁଥିବା ବେଳେ ନବୀନ ଙ୍କ ନୋ ରିଆକ୍ସନ ବଡ ପ୍ରଶ୍ନ ସୃଷ୍ଟି କରିଛି ।
ଭୁବନେଶ୍ୱର: ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା । ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ସଙ୍ଗୀନ ଅଭିଯୋଗ ଆସିଛି । ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମି ଜବରଦଖଲ କରିଥିବା ମାସୁମ ଖାନ୍ଙ୍କର ବିଜେଡି ବଡ ନେତାଙ୍କ ସହ ଫଟୋ ଆସିଛି ସାମନାକୁ । ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀଙ୍କ ସହ ମାସୁମ ରହୁଥିଲେ ଆଗରେ । ପ୍ରଶ୍ନ, ବେଆଇନ୍ ନିର୍ମାଣରେ କେବେ ଚାଲିବ ବୁଲଡୋଜର ।
ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା। ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ସଂଙ୍ଗୀନ ଅଭିଯୋଗ.. ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମି ଜବର ଦଖଲ କରିଥିବା ମାସୁମ ଖାନଙ୍କ ବିଜେଡି ବଡ ନେତାଙ୍କ ସହ ଫଟୋ ଆସିଛି ସାମନାକୁ। ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀଙ୍କ ସହ ମାସୁମ ରହୁଥିଲେ ଆଗରେ.. ଏ ଫଟୋ ସାମନାକୁ ଆସିବା ପରେ ଅଭିଯୋଗ, ପ୍ରଦୀପ ଛତ୍ରଛାୟାରେ ମାସୁମ ବିସ୍ତାର କରିଥିଲେ ବେଆଇନ ଇସଲାମ ନଗର। ପୁରା ଘଟଣାର ତଦନ୍ତ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମାଲାକାନାଗିରି ବିଜେପି ।
ମାଲକାନଗିରି ମୋଟୁରେ 326 ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ଜଙ୍ଗଲ ଜମି ହୋଇଛି ଜବର ଦଖଲ। ଦେଖନ୍ତୁ ଇସଲାମ ନଗର ଭିତର ଦୃଶ୍ୟ॥ ନରେଗା ଯୋଜନାରେ ହୋଇଛି ରାସ୍ତା। , ମତ୍ସ୍ୟ ବିଭାଗ ସହାୟତାରେ ମାଛ ଚାଷ ପାଇଁ ପୋଖରୀ ଖୋଳା ଯାଇଛି। ଭିତରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ହୋଇଛି॥ ଗୋଦାମ ଘର ବି ଅଛି.. ବିଜୁଳି ଯାଇଛି.. ଉଠା ଜଳ ସେଚନ ପ୍ରକଳ୍ପ ବି ହୋଇଛି ଏକାଧିକ ଟ୍ରାକ୍ଟର, ଜେସିବି ମେସିନ ରହିଛି। ସମସ୍ତଙ୍କ ପାଖରେ ଖବର ଅଛି କିନ୍ତୁ ସମସ୍ତେ ସବୁ ଜାଣି ଚୁପ। ପ୍ରଶ୍ନ କାହିଁକି ଚୁପ ପ୍ରଶାସନ। କାହିଁକି ଚୁପ ବନ ବିଭାଗ.॥ ଅର୍ଗସ ନ୍ୟୁଜରେ ଖବର ପରିବେଷଣ ପରେ ବନବିଭାଗ କହିଛି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ହାଇଦ୍ରାବାଦରୁ ଅନେକ ସମୟରେ ଲୋକ ଆସି ଇସଲାମ ନଗରରେ କ୍ୟାମ୍ପ କରୁଛନ୍ତି। ଏହା ଭିତରେ ନିର୍ମାଣ ହୋଇଥିବା ଅଟ୍ଟାଳିକାରେ କଣ ଅଛି। ଜଙ୍ଗଲ ଜମି ଜବର ଦଖଲରେ କେବଳ ମାସୁମ ଖାନ ଅଛନ୍ତି ନା ଆଉ କିଏ। ମାସୁମକୁ କି ପ୍ରକାର ସହଯୋଗ ଦେଇଛନ୍ତି ପ୍ରଦୀପ ମାଝୀ। କାହିଁକି ମୁହଁ ଖୋଲୁନାହାଁନ୍ତି ପ୍ରଦୀପ। ପ୍ରଶାସନର ନାକ ତଳେ କିପରି ବେଆଇନ ସାମ୍ରାଜ୍ୟ ଗଢି ଉଠିଲା। କେବେ ଏ ଇସଲାନ ନଗରରେ ବୁଲିବ ବୁଲଡୋଜର?
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଖୋଲିବ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଫାଇଲ୍ । ଯାଜପୁର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏ ଘୋଷଣା ପରେ ବିଜେଡି ଶିବିରରେ ପଶିଛି ଛନକା । ଏଠି ପ୍ରଶ୍ନ, ତଦନ୍ତ ପରିସରକୁ ଆସିବେ କି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ । ବନ୍ଧା ହେବେ କି ପ୍ରଣବ ଓ ତାଙ୍କର ରାଇଟ୍ ହ୍ୟାଣ୍ଡ ରୂପେଶ ଭଦ୍ରା । ପ୍ରମାଣ ନଷ୍ଟ କରିଥିବା ବିଜେଡି ନେତା ଓ ରାମକୋର ଅଧିକାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ । ଧର୍ମଶାଳା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ଆଉ ଏବେବି ମନେ ପକାଇ ଦେଉଛି ଧର୍ମଶାଳାର ଚର୍ଚ୍ଚିତ ରଙ୍ଗଶାଳା । ଆଉ ଏବେବି ଚର୍ଚ୍ଚାକୁ ଆସୁଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କର ରାଇଟ୍ ହ୍ୟାଣ୍ଡ ରୂପେଶ ଭଦ୍ରା । ସ୍ମିତାରାଣୀ ମୃତ୍ୟୁକୁ ନେଇ ବିବାଦକୁ ଆସିଥିଲେ ବିଜେଡିର ଗଣ୍ଡାଗଣ୍ଡା ନେତା । ଆଉ ବିବାଦକୁ ଆସିଥିଲେ ରାମକୋ କମ୍ପାନୀର ଏକାଧିକ ବଡ ବଡ ଅଫିସର । ରୂପେଶ ଭଦ୍ରାଙ୍କ ରଙ୍ଗଶାଳାରୁ ମିଳିଥିଲା ସ୍ମିତାରାଣୀଙ୍କ ମୃତଦେହ ।
୨୦୧୯ ସେପ୍ଟେମ୍ବର ୧୬ ତାରିଖ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅର୍ନ୍ତଗତ ହରିଦାସପୁର ପଞ୍ଚାୟତ ପି ଇ ଓ ସ୍ମିତାରାଣୀ ବିଶ୍ଵାଳଙ୍କ ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସାମ୍ନାକୁ ଆସିଥିଲା ସେତେବେଳର ବିଜେଡି ସରକାରରେ ଥିବା ସରପଞ୍ଚଙ୍କ ସ୍ୱାମୀ ରୁପେଶ ଭଦ୍ରାଙ୍କ ସଂପୃକ୍ତି । ଆଉ ତାହା ସହ ସେତେବେଳର ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ ଅନେକ ନେତାଙ୍କ ସମ୍ପୃକ୍ତି ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଠି ହୋଇଥିଲା । ଆଉ ପ୍ରଣବଙ୍କ ଖାସ୍ ସହଯୋଗୀ ରୂପେଶଙ୍କୁ ପ୍ରଣବ ବଳବନ୍ତରାୟ ଘଣ୍ଟ ଘୋଡାଉଥିବାର ସଙ୍ଗୀନ ଅଭିଯୋଗ ଆଣିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ । ଆଉ ଏବେ ସ୍ମିତାରାଣୀ ଘଟଣାରେ ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି ଯାଜପୁରରେ ଘୋଷଣା କରିଛନ୍ତି ପିପୁଲ୍ସ ସିଏମ ମୋହନ ଚରଣ ମାଝୀ । ସ୍ମିତାରାଣୀଙ୍କୁ ହତ୍ୟା କରାଯିବାର ପ୍ରମାଣ ଜଳଜଳ । ରୂପେଶ ଭଦ୍ରାଙ୍କ ରଙ୍ଗଶାଳାରୁ ମିଳିଥିଲା ମୃତଦେହ । ଆଉ ସେତେବେଳେ ଏହି ହତ୍ୟାକାଣ୍ଡ ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା ।
ଆଉ ସେତେବେଳେ ଏହି ଘଟଣାରେ ବିବାଦକୁ ଆସିଥିଲା ଜିଲ୍ଲାପ୍ରଶାସନ । ଘଟଣା ଘଟିବା ପରେ ଗାଏବ ହୋଇଯାଇଥିଲା ସିସିଟିଭି । ଆଉ ପ୍ରମାଣ ନଷ୍ଟ ପାଇଁ ଶେଷରେ ଭାଙ୍ଗି ଦିଆଯାଇଥିଲା ଚର୍ଚ୍ଚିତ ରଙ୍ଗଶାଳାକୁ । ଆଉ ସେହି ସମୟରେ ସ୍ମିତାରାଣୀ ହତ୍ୟାକାଣ୍ଡକୁ ଅର୍ଗସ ବଡ ପ୍ରସଙ୍ଗ କରିଥିଲା । ସ୍ମିତାରାଣି ହତ୍ୟା ଘଟଣାକୁ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ବେଳେ ନ୍ୟାୟ ଅପେକ୍ଷାରେ ଥିବା ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଉ ସେପଟେ ଘଟଣାର ତଦନ୍ତ ହେବାନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସାଧାରଣରେ ଖୁସିର ଲହରୀ ଖେଳିଯାଇଛି । ଆଉ ପ୍ରକୃତ ଦୋଷୀ ବିଜେଡି ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି । ରୂପେଶ ଭଦ୍ରାଙ୍କ ରଙ୍ଗଶାଳା । ଯେଉଁଠି ବିଜେଡି ନେତା ଆପାୟିତ ହେଉଥିଲେ । ଆଉ ସେଠି ରାମକୋର ଅଧିକାରୀ ମାନେ ସାମିଲ ହେଉଥିବା କଥା ସେ ସମୟରେ ବିରୋଧୀ ଦଳ ସହ ସାଧାରଣ ଲୋକେ ଅଭିଯୋଗ କରୁଥିଲେ । ଆଉ ଜଙ୍ଗଲ ଜମିରେ ଗଢି ଉଠିଥିବା ରଙ୍ଗଶାଳା ସିନା ଭାଙ୍ଗିଯାଇଛି । ହେଲେ ଏବେ ବି ଭଙ୍ଗା ରଙ୍ଗଶାଳା ନିକଟରୁ ଗୁମୁରି କାନ୍ଦୁଛି ସ୍ମିତାରାଣୀର ଆତ୍ମା ।
ଅଧିକ ପଢନ୍ତୁ ଓଡ଼ିଶା ଖବର