କଂଚା ମୁଗରେ ପୁଷ୍ଟିକର ପରିମାଣରେ ଭରପୂର
ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଆଇରନ୍, ଭିଟାମିନ୍ B6 ମୁଗ ଡାଲରେ ପ୍ରଚୁର ପରିମାଣରେ ମିଳିଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ସମସ୍ତ ପୋଷକ ତତ୍ତ୍ୱ ଜରୁରୀ । ମୁଗ ଡାଲରେ ଉପସ୍ଥିତ ଥିବା ଏହି ପୋଷକ ତତ୍ତ୍ୱ ରକ୍ତଚାପ ଅନିୟମିତ ହୃଦସ୍ପନ୍ଦନ ଏବଂ ମାଂସପେଶୀ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ଏହି ସମସ୍ୟାଗୁଡ଼ିକରେ କଂଚା ମୁଗ ପ୍ରଭାବଶାଳୀ
ଓଜନ ହ୍ରାସ: ଯଦି ଆପଣ ଓଜନ କମାଇବାକୁ ଚିନ୍ତା କରୁଛନ୍ତି ତେବେ କଂଚା ମୁଗ ଖାଇବା ଆରମ୍ଭ କରନ୍ତୁ । ଏଥିରେ ଥିବା ପ୍ରୋଟିନ୍ ଏବଂ ଫାଇବର ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରିଥାଏ ଯାହା ବାରମ୍ଵାର ଭୋକ ଲାଗିବାରୁ ବଚାଂଇଥାଏ ।ଏହା ଏକ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଯାହା ଶୀଘ୍ର ଓଜନ ହ୍ରାସ କରିପାରିବ ।
ହଜମ ପ୍ରକ୍ରିୟାରେ ଲାଭଦାୟକ: ଭିଜାଇଥିବା ମୁଗରେ ଫାଇବରରେ ଭରପୂର ତେଣୁ ଯଦି ଆପଣଙ୍କର ଖାଦ୍ୟ ଶୀଘ୍ର ହଜମ ହୋଇନଥାଏ କିମ୍ବା ଆପଣଙ୍କ ପାଖରେ ବାରମ୍ବାର ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟର ହୋଉଥାଏ ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ କଂଚା ମୁଗ ଅନ୍ତର୍ଭୂକ୍ତ କରନ୍ତୁ । ଏହା ଆପଣଙ୍କ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ।
ଆଖି ପାଇଁ ଲାଭଦାୟକ: ଭିଟାମିନ୍ ଏରେ ଭରପୂର ମୁଗ ଦୃଷ୍ଟି ଶକ୍ତିରେ ଉନ୍ନତି କରେ । ବାସ୍ତବରେ ମୁଗରେ ଜିଙ୍କ ଏବଂ ଭିଟାମିନ୍ ଏ ପୋଷକ ତତ୍ତ୍ୱ ରହିଥାଏ ଯାହା ଆଖି ପାଇଁ ଜରୁରୀ । ଜିଙ୍କ ଶରୀରରେ ଭିଟାମିନ୍ ଏ ଉତ୍ପାଦନ କରୁଥିବା ଏନଜାଇମକୁ ସକ୍ରିୟ କରିଥାଏ ଯାହା ରାତିର ଦୃଷ୍ଟି ଶକ୍ତି ବଢାଇବ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...