ଗତକାଲି ରବିବାରରେ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଖୋଲିଥିବାରୁ ଘେରିଥିଲେ ଲୋକେ । କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅନ୍ତର୍ଗତ ଡ଼ଅଁର ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବିଭିନ୍ନ ସମୟରେ ବାଲିଗାଡିରୁ ଚାନ୍ଦା ହେଉ କି ସରକାରୀ କାମ ଲୋକଙ୍କ ସିଧାସଳଖ ଟଙ୍କା ଦାବି କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
କେବଳ ସ୍ଥାନୀୟ ଲୋକ ନୁହନ୍ତି ଖୋଦ ରାଜସ୍ୱ ୱୀରିକ୍ଷକ କାର୍ଯ୍ୟାଳୟର ଅମିନ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ସେ ସବୁଦିନ ସମୟରେ ଆସୁଥିବାବେଳେ ଡଅଁର ରାଜସ୍ବ ନିରୀକ୍ଷକ କୃଷ୍ଣଚନ୍ଦ୍ର ଦାସ ସମୟରେ ଆସୁନାହାନ୍ତି । ଫଳରେ ସ୍ଥାନୀୟ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...