ଜୁଆଣି ଏବଂ ରସୁଣ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରେ
ଜୁଆଣି ଏବଂ ରସୁଣ ଖାଇବା ଦ୍ୱାରା ଶରୀରକୁ ଗରମ କରିଥାଏ । ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣରେ ଭରପୂର ଜୁଆଣି ସଂକ୍ରମଣରୁ ରକ୍ଷା କରିଥାଏ । ତାହାସହ ରସୁଣ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣରେ ପରିପୂର୍ଣ୍ଣ । ଏହା ଶରୀରକୁ ଭାଇରସରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଲବଙ୍ଗ ଫୁସଫୁସକୁ ସୁସ୍ଥ ରଖେ ଏହାର ବ୍ୟବହାର ଥଣ୍ଡା, କାଶ, ବ୍ରୋଙ୍କାଇଟିସ୍, ସାଇନୁସାଇଟିସ୍ ଏବଂ ଆଜମା ରୋଗରୁ ମୁକ୍ତି ଦେଇପାରେ ।
ଜୁଆଣି କାଢା କିପରି କରିବେ ଜାଣନ୍ତୁ
ଜୁଆଣି କାଢା ପ୍ରସ୍ତୁତ କରିବାକୁ ଏକ ପାତ୍ରରେ ୧ ଗ୍ଲାସ୍ ପାଣି ନିଅନ୍ତୁ । ସେଥିରେ ୪ ଚାମଚ ଜୁଆଣି ,୩ଟି ରସୁଣ , ୨ଲବଙ୍ଗ, ଏବଂ ୨ଟି ଗୋଲମୋରିଚ ପକାନ୍ତୁ । ପାଣି ଭଲ ଭାବରେ ଫୁଟିବା ପରେ ଗ୍ୟାସ୍ ବନ୍ଦ କରନ୍ତୁ । କାଢା ଛାଣନ୍ତୁ । ଯଦି ଆପଣହଙ୍କୁ ଏହା ଭଲ ନଲାଗେ ତେବେ ଆପଣ ଏଥିରେ ହାଲୁକା ଲୁଣ ମଧ୍ୟ ମିଶାଇ ପାରିବେ ।
କେତେଥର ଜୁଆଣି କାଢା ଖାଇବା ଉଚିତ୍
ଆପଣ ଦିନରେ ଯେକୌଣସି ସମୟରେ ଜୁଆଣି କାଢା ପିଇପାରିବେ । ଯଦି ତୁମର ଥଣ୍ଡା ଏବଂ କାଶ ଅଛି ତେବେ ଦିନକୁ ଦୁଇଥର ଏହି କାଢା ପିଅ । ଏହାକୁ ପିଇବା ଦ୍ୱାରା ଆପଣ କିଛି ଦିନ ମଧ୍ୟରେ ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବେ । ମନେରଖନ୍ତୁ ଯେ ଏହାକୁ କେବଳ ସୀମିତ ପରିମାଣରେ ପିଅନ୍ତୁ । ନଚେତ୍ ପେଟର ଗରମ ହୋଇପାରେ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...