ଅର୍ଗସ ବ୍ୟୁରୋ: ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ଏବଂ ରାଜ୍ୟକୁ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଲଣ୍ଡନସ୍ଥିତ ୱାର୍ଲଡ୍ ଟ୍ରାଭେଲ୍ ମାର୍କେଟରେ ଉଦଘାଟନ ହେଲା ଓଡ଼ିଶା ଷ୍ଟାଣ୍ଡ। ଲଣ୍ଡନ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ବାରା ଏହାର ଉଦଘାଟନ ହୋଇଛି। ୱାର୍ଲଡ ଟ୍ରାଭେଲ୍ ମାର୍କେଟ୍ ହେଉଛି ସାରା ବିଶ୍ବର ପର୍ଯ୍ୟଟନ ସମୁଦାୟକୁ ଏକାଠି କରୁଥିବା ବୈଶ୍ବିକ ମଞ୍ଚ । ଏହା ବିଚାରର ଆଦାନ ପ୍ରଦାନ ଏବଂ ପର୍ଯ୍ୟଟନର ବିକାଶ ଦିଗରେ ସହାୟତା କରେ। ଓଡ଼ିଶାର ଲକ୍ଷ୍ୟ ହେଉଛି ୱାର୍ଲଡ ଟ୍ରାଭେଲ୍ ମାର୍କେଟରେ ନିବେଶ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ନିଜର ସମୃଦ୍ଧ ସାଂସ୍କୃତିକ ବିବିଧତା ଏବଂ ବିଶାଳ ପର୍ଯ୍ୟଟନ ସମ୍ଭାରର ପ୍ରଦର୍ଶନ କରିବା।
ଅର୍ଗସ ବ୍ୟୁରୋ: ଚାଷ ଜମିକୁ ପହଞ୍ଚିଲା ପାଣି । ଚାଷୀ ଖୁସ୍ । ବିଜେଡି ସରକାରବେଳେ ଖାଲି ପ୍ରକଳ୍ପରେ ଅଟକି ରହିଥିଲା ଜଳ ଯୋଗାଣ । ବିଜେପି ସରକାର ଆସିବାର 4 ମାସରେ ତାର ସମାଧାନ କରିଛି । ଆମେ କହୁଛୁ ବହୁ ପ୍ରତୀକ୍ଷିତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କଙ୍କିଆ ପଞ୍ଚାୟତର ଘଟକେଶ୍ବର ଡ୍ୟାମ୍ କଥା । 2021 ମସିହା ଡିସେମ୍ବର ମାସରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଫେବୃୟାରୀ ମାସ ୨ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ସୁଦ୍ଧା ଜଳ ଯୋଗାଣ ହୋଇପାରିନଥିଲା ।... ଯାହାକି ନୂଆ ସରକାର ଆସିଵା ପରେ ଘଟକେଶ୍ବର ଡ୍ୟାମରୁ ଚାଷ ଜମିକୁ ପାଣି ଛଡାଯାଇଛି । ଡ୍ୟାମର ଜଳଧାରଣ କ୍ଷମତା ୮୬୦ ହେକ୍ଟ ମିଟର ରହିଥିବାବେଳେ ୭୧୦ ହେକ୍ଟର ଚାଷ ଜମିକୁ ଜଳଯୋଗାଣ କରାଯାଇପାରିବ । ଡ୍ୟାମର ୨୬୬ ମିଟର ଲମ୍ବ ରହିଥିବାବେଳେ ଉଚ୍ଚତା ୪୦ ମିଟର । ଡ୍ୟାମର ୯୦ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ଅଣ୍ଡର ଗ୍ରାଉଣ୍ଡ ପାଇପ ଲାଇନ୍ କାମ ୧୦ ପ୍ରତିଶତ କାମ ବାକି ରହିଛି । ଚଳିତ ମାସରେ ସମସ୍ତ କାର୍ଯ୍ୟ ଶେଷ ପରେ କୁକୁଡ଼ାଖଣ୍ଡି ବ୍ଳକର ସମସ୍ତ ପଞ୍ଚାୟତ ଏବଂ ବ୍ରହ୍ମପୁର ସହରର କିଛି ଅଞ୍ଚଳକୁ ୧୦ MLD ପାଣି ଯୋଗାଣ କରାଯିବ କହିଛନ୍ତି ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ।
ତେବେ କିଭଳି ଚାଲିଛି ଘଟକେଶ୍ବର ଡ୍ୟାମ୍ ଗତ କିଛିଦିନ ତେଳେ ତାହା ବୁଲି ଦେଖିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ।.... ପ୍ରାୟ ୨୯୦ କୋଟି ଟଙ୍କାରେ ପ୍ରକଳ୍ପ ହୋଇଥିବା ବେଳେ କ୍ଷମତା ଦେଖି ଅଧିକ ଜଳଯୋଗାଣ ବୃଦ୍ଧି କରାଯିବା ନେଇ ପଦକ୍ଷେପ ନିଆଯିବ କହିଛନ୍ତି ପରିବହନ ମନ୍ତ୍ରୀ ଓ ଦିଗପହଣ୍ଡି ବିଧାୟକ ।ଜଳସେଚନ ନାଁରେ ଧୋକା ଦେଇଥିଲା 24 ବର୍ଷର ବିଜେଡି ସରକାର । ନାଁକୁ ପ୍ରକଳ୍ପ ଉଦଘାଟନ କରି ପାଣିର ଦେଖା ନଥିଲା । ଯାହାକି ବିଜେପି ସରକାର ଆସିବାର 4 ମାସରେ ଜଳସେଚନ ସୁବିଧା ଲାଗି ଖୋଲିଲା ବାଟ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ହାତୀ ଘଉଡ଼ାଇବା ବେଳେ ଟେକି କଚାଡି ଦେଲା ହାତୀ। ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଚମ୍ପୁଆ ରେଞ୍ଜ କାଟୁଳିକନା ଅଞ୍ଚଳରେ। ମୃତକ ହେଉଛନ୍ତି କାଟୁଳିକନା ଗ୍ରାମର ଟଙ୍କଧର ନାଏକ ।
ଖବର ପାଇ ଚମ୍ପୁଆ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଏକ ଗୋଠ ଛଡ଼ା ଦନ୍ତାହାତୀ ଗତ ରାତି କାଟୁଳିକନା ଅଞ୍ଚଳକୁ ପ୍ରବେଶ କରିଥିଲା। ତେବେ ଆଜି ହାତୀ ଘଉଡେଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଟଙ୍କଧର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ଆଦିବାସୀବହୁଳ ବାଂଶପାଳ ବ୍ଲକର ତରମାକାନ୍ତ ପଞ୍ଚାୟତ । ପୂର୍ବରୁ ଏଠାରେ ଥିବା ଚା ବଗିଚାରେ ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଠାରେ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ସରକାରୀ ଜାଗା ରହିଛି । ଏହାର ଚାରିପାଖରେ ବୈତରଣୀ, ରାଣୀମା, ଜଲପା ଓ ବଇଙ୍ଗା ନଦୀ ବହିଯାଉଛି । ନିକଟରେ ରହିଛି ଗନ୍ଧମାର୍ଦ୍ଦନ ଓ ଖଣ୍ଡାଧାର ଖଣି । ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଏହି ଅଂଚଳରେ ସମସ୍ତ ସୁବିଧା ଥିବାରୁ ଏଠାରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ତରମାକାନ୍ତରେ ଥିଲା ପ୍ରସିଦ୍ଧ ଚା ବଗିଚା । ଏହି ଚା ଦେଶ ବାହାରକୁ ରପ୍ତାନୀ ହେଉଥିଲା। ୧୯୮୨ ମସିହାରୁ ଚାଲିଥିବା ଏହି ଚା ବଗିଚା ୨୦୦୨ ମସିହାରେ ହଠାତ୍ ବନ୍ଦ ହୋଇଯାଇଥିଲା । ଏଠାରେ କାମ କରୁଥିବା ୩ହଜାରରୁ ଅଧିକ ଲୋକ ବେକାର ହୋଇଗଲେ । ବାଂଶପାଳ ବ୍ଲକରେ ଅନ୍ୟ କୌଣସି କାରଖାନା ନାହିଁ । ତେଣୁ ଏଠାକାର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରି ଚଳନ୍ତି। ତରମାକାନ୍ତର ଚା ବଗିଚାରେ ଥିବା ୨୫ଶହ ଏକର ଜମିକୁ ଲାଗି ଏଠାରେ ରହିଛି ୭ହଜାର ଏକର ପରିମିତ ସରକାରୀ ଜମି । ତେଣୁ ଏହି ସ୍ଥାନରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଦୁଇ ଦିନିଆ କେନ୍ଦୁଝର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ହେବା ନେଇ ଘୋଷଣା କରିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: