ହେଲେ ୨୦୦୫ରୁ ୨୦୦୬ ବିତିଗଲା । ଏହା ଭିତରେ ପାଖାପାଖି ୧୬ରୁ ଅଧିକ ପିଲା ଗାଏବ ଥିଲେ । ସେଥିରେ ଉଭୟ ପୁଅ ଏବଂ ଝିଅ ଥିଲେ । ହେଲେ ଝିଅଙ୍କ ମାତ୍ରା କିଛି ଅଧିକ ଥିଲା । ହେଲେ ଏଇଠି ଘଟଣା ଟିକେ ଭିନ୍ନ ମୋଡ ନେଲା ।
ସେଦିନ ଥିଲା ୭ ମେ ୨୦୦୬ ମସିହା । ପାୟଲ ନାମକ ଏକ ଝିଅ ରିକ୍ସା ସାହାଯ୍ୟରେ ସେହି ଡି-୫ ଘର ନିକଟରେ ହିଁ ଓହ୍ଲାଇଥିଲା । ଆଉ ରିକ୍ସାକୁ ଟଙ୍କା ଦେବାପାଇଁ ଅଟକାଇ ସେ ଘର ଭିତରକୁ ଯାଇଥିଲା । ସେଠାରେ ରିକ୍ସା ଅନେକ ସମୟ ଅପେକ୍ଷା କରିବା ପରେ ସେ ଝିଅ ନଆସିବାରୁ ସେ ଘରକୁ ଯାଇ ବାହାର ବେଲ ମାରିଥିଲା । ସେତେବେଳେ ସେହି ଘରୁ ଜଣେ ବାହାରି ଆସି କହିଥିଲେ, ପାୟଲ ଏଠାରୁ ଅନେକ ସମୟ ଧରି ଚାଲି ଯାଇଛନ୍ତି । ହେଲେ ରିକ୍ସା ବାଲା ସନ୍ଦେହରେ ସେଠାରୁ ଚାଲି ଯାଇଥିଲା ।
ପାୟଲ ଗାଏବ୍ ହେବା ଘଟଣାକୁ କିନ୍ତୁ ସହଜରେ ଗ୍ରହଣ କରି ପାରିନଥିଲେ ତାର ବାପା ନନ୍ଦଲାଲ । ପୋଲିସ ଝିଅ ଫେରାର ହୋଇ ଯାଇଥିବା କହି କଥା ଆଡେଇ ଦେବାକୁ ଚେଷ୍ଟା କଲା ପରେ ମଧ୍ୟ ଚୁପ ବସିନଥିଲେ ଝିଅର ବାପା । ସେ ସଙ୍ଗେସଙ୍ଗେ କୋର୍ଟର ଆଶ୍ରା ନେଇଥିଲେ । ଏବଂ କୋର୍ଟରେ ନନ୍ଦଲାଲ ନିଜର ଝିଅ ଗାଏବ୍ ସହ ଅନ୍ୟ ଛୁଆମାନେ କିପରି ଗାଏବଂ ଥିଲେ ତାହାର ସମ୍ପୁର୍ଣ୍ଣ ବିବରଣୀ ଦେଇଥିଲେ । ଏବଂ କହିଥିଲେ ଯେ ସମସ୍ତେ ସେହି ଡି-୫ ଘର ନିକଟରୁ ହିଁ ଗାଏବ୍ ହୋଇଛନ୍ତି । ଏ ସମସ୍ତ ଘଟଣା ଶୁଣିବା ପରେ କୋର୍ଟ ଏହା ଉପରେ ତଦନ୍ତ କରିବା ପାଇଁ ନଏଡା ପୋଲିସକୁ ଆଦେଶ ଦେଇଥିଲେ ।
ଏବଂ ତଦନ୍ତରୁ ଜଣା ପଡିଥିଲା, ସେହି କୋଠି ଥିଲା ପଞ୍ଜାବର ଜଣେ କୋଟିପଟି ମୋନିନ୍ଦର ସିଂ ପାନ୍ଧେରଙ୍କର । ଏହି କୋଠିରେ ଯଦିଓ ସେ ସବୁବେଳେ ରହୁନଥିଲେ, କିନ୍ତୁ ଅନେକ ସମୟରେ ସେ ଏଠାକୁ ଆସୁଥିଲେ । ଏବଂ ଏହି ଘରେ ଯିଏ ସବୁବେଳେ ରହୁଥିଲା, ସେ ଥିଲା ତାଙ୍କର ଚାକର ସୁରେନ୍ଦ୍ର କୋଲି । ଯିଏ ଏଠାରେ ୨୦୦୦ ମସିହାରୁ ରହୁଥିଲା । ସେ ପାନ୍ଧେରର ସବୁଠାରୁ ପ୍ରିୟ ଥିଲା , ଯେହେତୁ ସେ ଖୁବ ଭଲ ଖାଇବା ତିଆରି କରୁଥିଲା । ସେ ସେଠାରେ ରହୁଥିଲା , ଏବଂ ତାର ପତ୍ନୀ ଏବଂ ଛୁଆ ଉତ୍ତରାଖଣ୍ଡର ଏକ ଗାଁ ରେ ରହୁଥିଲେ ।
ତେବେ ନଏଡା ପୋଲିସ ମୋନିନ୍ଦରର ଖୁବ ଖାସ ଥିଲେ । ଯେଉଁଥିପାଇଁ ପୂର୍ବରୁ ସେହି କୋଠି ନିକଟରୁ ଗାଏବ୍ ହେଉଥିବା ଘଟଣାକୁ ଖୁବ ହାଲକାର ସହ ନେଉଥିଲେ ସେଠାକାର ପୋଲିସ । ଯେତେବେଳେ ଘଟଣାର ତଦନ୍ତରେ ମୋନିନ୍ଦର ସିଂ ପାନ୍ଧେରଙ୍କ ନାଁ ଆସିଥିଲା, ସେତେବେଳେ ନଏଡା ପୋଲିସ ତାଙ୍କୁ ଏ ବାବଦରେ ଖବର ଦେଇଥିଲେ । ଏବଂ ଏହାକୁ ନେଇ ପାନ୍ଧେର ଆହ୍ଲାବାଦ କୋର୍ଟକୁ ଯାଇଥିଲେ, ଏବଂ ଏ ସମ୍ପୁର୍ଣ୍ଣ ଘଟଣାରେ ତାଙ୍କୁ ଫଶା ଯାଉଛି କହି ଦାବି କରିଥିଲେ ।
ହେଲେ ଆହ୍ଲାବାଦ କୋର୍ଟ ମଧ୍ୟ ସମସ୍ତ ଘଟଣା ଶୁଣିବା ପରେ ଘଟଣାର ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏ ଘଟଣାର ତଦନ୍ତ ପାଇଁ ପାଖାପାଖି ୭ ମାସ ବିତିଗଲା । ପୋଲିସ ସେହି କୋଠରୀକୁ ଯାଞ୍ଚ କରୁଥିଲିା , ଆଉ ସେତେବେଳେ ମୋନିନ୍ଦର ଏହାକୁ ଚପାଇବାକୁ ଚେଷ୍ଟା କରୁଥିଲା । ଏହାପରେ ଡିସେମ୍ବର ୨୦୦୬ରେ ତଦନ୍ତରେ ଜଣା ପଡିଥିଲା, କି ପାନ୍ଧେର ଏହି କୋଠରିରେ ଝିଅମାନଙ୍କ ସହ ଖରାପ କାର୍ଯ୍ୟ କରୁଥିଲା । ବିଶେଷ ଭାବେ ଏଠାକୁ କଲ ଗାର୍ଲ ମାନେ ଆସୁଥିଲେ । ଏଥିସହ ୭ ମେ ରେ ଗାଏବ ହୋଇଥିବା ପାୟଲର ଯେତେବେଳେ କଲ ଲିଷ୍ଟ ଯାଞ୍ଚ କରାଯାଇଥିଲା, ସେତେବେଳେ ଜଣା ପଡିଥିଲା,. ସେ ପାନ୍ଦେରକୁ ହିଁ ସେଦିନ କଲ କରିଥିଲା । ଏ ଘଟଣା ବାବଦରେ ଯେତେବେଳେ ପାନ୍ଧେରକୁ ପଚରା ଯାଇଥିଲା, ପାନ୍ଧେର କହିଲା ସେ ଜଣେ କଲ ଗାର୍ଲ ଥିଲା, ଅନେକ ଥର ଏଠାକୁ ଆସୁଥିଲା, ରାତିରେ ରହୁଥିଲା, ଏବଂ ସକାଳେ ଚାଲି ଯାଉଥିଲା । ଏବଂ ଏ ବାବଦକୁ ସେ ଟଙ୍କା ମଧ୍ୟ ନଉଥିଲା । ହେଲେ ସେଦିନ କିନ୍ତୁ ସେ ଚଣ୍ଡିଗଡରେ ନିଜ ଘରେ ଥିଲା । ଏବଂ ଏହା ସତ ମଧ୍ୟ ଜଣା ପଡିଥିଲା, କି ସେ ସେଦିନ ଚଣ୍ଡିଗଡରେ ଥିଲା ।
ହେଲେ ଅନ୍ୟ କଲ ରେକର୍ଡରୁ ଯେଉଁ ନମ୍ବର ଆସିଲା, ସେଥରୁ ଜଣା ପଡିଥିଲା, କି ସେ ନମ୍ବର ପାନ୍ଧେରର ଚାକର ସୁରେନ୍ଦର କୋଲିର ଥିଲା। ପୋଲିସ ଉଭୟଙ୍କୁ ତଦନ୍ତ ପାଇଁ ଥାନାକୁ ନେବାସହ ସେହି ଡ-୫କୁ ଭଲରେ ତଦନ୍ତ କରିବାରେ ଲାଗିଥିଲା । ଏବଂ ତଦନ୍ତ ସମୟରେ କିଛି ବସ୍ତିର ଲୋକଙ୍କ ସହାୟତାରେ ପୋଲିସ ଏହି କୋଠିର ପଛରେ ଥିବା ଏକ ନାଳକୁ ତଲାଶ କରିବାରେ ଲାଗିଥିଲା । ଯେଉଁ ନାଳ ବର୍ଷା ଦିନ ବ୍ୟତୀତ ଅନ୍ୟ ସମୟରେ ଶୁଖିଲା ରହିଥାଏ । ତେବେ ସେହି ନାଳରୁ କିଛି ଛୋଟଛୋଟ ପଲିଥିନ୍ ମିଳିଥିଲା । ଏବଂ ପଲିଥିନ୍ କୁ ଯେତେବେଳେ ଖୋଲା ଯାଇଥିଲା, ସେତେବେଳେ କିଛି ଛୋଟ ପିଲାଙ୍କ ପାଦର କିଛି ହାଡ ସେଥିରୁ ମିଳିଥିଲା। ଏହାପରେ ଯେତେବେଳେ ଏ ଖବର ସମସ୍ତଙ୍କୁ ଜଣା ପଡିଥିଲା, ସେତେବେଳେ ବିଭିନ୍ନ ମିଡିଆଙ୍କ ସହ ଗାଏବ୍ ହୋଇଥିବା ପିଲାଙ୍କ ବାପା ମାଆଙ୍କ ଭିଡ ଜମିଥିଲା ।
ପରେ ସେଠାରୁ ସୁରେନ୍ଦର କୋଲି ଏବଂ ପାନ୍ଧେରକୁ ଅନ୍ୟ ଗୁପ୍ତ ଜାଗାକୁ ନିଆଯାଇ ଏ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା । ଏ ଘଟଣା ସମ୍ପର୍କରେ ପାନ୍ଧେର କହିଥିଲେ, ସେ କେବଳ ଝିଅମାନଙ୍କ ସହ ରାତି କାଟନ୍ତି । ହେଲେ ଛୋଟପିଲାଙ୍କ ଗାଏବ ବିଷୟରେ ସେ ଜାଣିନାହାନ୍ତି । କିନ୍ତୁ ଯେତେବେଳେ ଏ ଘଟଣା କୋଲିକୁ ଏ ସମ୍ପର୍କରେ ପଚରା ଯଆଇଥିଲା, ସେ ଏହାର ଏପରି ଉତ୍ତର ଦେଇଥିଲା, ଯାହା ସମସ୍ତଙ୍କୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିଥିଲା । ଅନେକ ପୋଲିସ ଅଫିସର ଏହାକୁ ନଶୁଣିପାରି ସେ ରୁମରୁ ଚାଲି ଯାଇଥିଲେ । କୋଲି କହିଥିଲା, ତାର ମାଲିକ ପାନ୍ଧେର ଯେତେବେଳେ ଝିଅମାନଙ୍କ ସହ ଏପରି କରୁଥିଲା, ସେତେବେଳେ ତାର ମଧ୍ୟ ଏପରି କରିବାକୁ ଇଚ୍ଛା ହେଉଥିଲା । ତେଣି ତା ମାଲିକ ସେ ଘରେ ନଥିବା ସମୟରେ ସେ ଝିଅ ତଥା ଛୁଆ ମାନଙ୍କୁ ସେ ଘରକୁ ବିଭିନ୍ନ ବାହାନା ଦେଖାଇ ଡାକି ଆଣୁଥିଲା । ସେମାନଙ୍କୁ ମାରି ସେମାନଙ୍କ ମୃତ ଶରୀର ସହ ରେପ କରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଯେତେବେଳେ ସେ ସେଥିରେ କାମିୟାବ ହୋଇପାରୁନଥିଲା, ସେତେବେଳେ ସେମାନଙ୍କ ଶରୀରୁ ପିସ ପିସ କରି ନିଜ ଉପର ବାଥରୁମରେ କାଟି ଦଉଥିଲା । ସେଥରୁ କିଛି ଅଙ୍ଗ ସେ ନିଜେ ରୋଷେଇ କରି ଖାଉଥିଲା , ଏବଂ କିଛି ସେ ପଲିଥିନରେ ବାନ୍ଧି ଫୋପାଡି ଦେଉଥିଲା, ଆଉ କିଛି ମାଂସ ଚାଲାଣ କରି ଦେଉଥିଲା । ପାୟଲକୁ ମଧ୍ୟ ପାନ୍ଧେର ନଥିବା ସମୟରେ ସେ କ୍ଲାଇଣ୍ଡ କିଛି ଆସିଥିବା କହି ସେହି କୋଠରିକୁ ଡାକିଥିଲା । ଏବଂ ତାକୁ ମଧ୍ୟ ମାରି ତା ସହ ସମାନ କାମ କରିଥିଲା ।
ଏ ଘଟଣାକୁ ନେଇ ଅନେକ ଛାନଭିନ ପରେ ମାମଲା କୋର୍ଟରେ ପହଞ୍ଚିଥିଲା । କୋର୍ଟରେ ଉଭୟଙ୍କ ନାଁରେ ପାଖାପାଖି ୧୬ଟି କେସ୍ ଲାଗିଥିଲା । ଅନେକ କେସ ପାଇଁ ସେମାନଙ୍କୁ ଫାଶୀ ମଧ୍ୟ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏକ ଘଟଣାରେ ଯେତେବେଳେ ମିରଟରେ ସୁପ୍ରିମକୋର୍ଟ ପନ୍ଧେରକୁ ଫାଶୀ ପାଇଁ ଘୋଷଣା କରି ସାରିଥିଲା, ଏବଂ ଫାଶୀ ପାଇଁ ଆଉମାତ୍ର ୩ ଘଣ୍ଟା ବାକିଥିଲା, ସେତେବେଳେ କିଛି ବଡବଡ ଓକିଲଙ୍କ ସହାୟତାରେ ତାଙ୍କୁ ନିର୍ଦ୍ଦୋଶ ବୋଲି ଘୋଷଣା କରାଯାଇଥିଲା । ବର୍ଷ ପରେ ବର୍ଷ ବିତିଗଲା, ହେଲେ ନା ସୁରେନ୍ଦରକୁ ଫାଶୀ ଦିଆଗଲା, ନା ପନ୍ଧେରକୁ ଫାଶୀ ଦିଆଯାଇଥିଲା । ଅନେକ ପ୍ରମାଣ ମଧ୍ୟ ଉଭୟଙ୍କ ବିରୋଧରେ ଆସିଥିଲା। ହେଲେ ଆଜିଯାଏଁ ଉଭୟଙ୍କୁ ଫାଶୀ ଦଣ୍ଡ ମିଳିପାରିଲା ନାହିଁ ।
ଦର୍ଶକବନ୍ଧୁ ,ଏମିତି ଅନେକ ଦୁର୍ଦ୍ଦାନ୍ତ ଅପରାଧ ଘଟଣା ଆମେ ଦେଶରେ ଦେଖିଛନ୍ତି, ହେଲେ ଘଟଣାରେ ଆଜିଯାଏଁ ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳିପାରିନି, କି ପୀଡିତା ପରିବାରକୁ ସଠିକ ନ୍ୟାୟ ମିଳିପାରିନି ।