ଅର୍ଗସ ବ୍ୟୁରୋ: ଚିନ୍ତା ବଢାଇଲା ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି । ଦୀପାବଳି ପରେ ବିଗିଡ଼ିଲା ବାୟୁ ଅବସ୍ଥା । ଗୁଣବତ୍ତା ମାନ ହେଲା ୪୦୦ ନିକଟତର । ବିଷାକ୍ତ ବାୟୁର ଚାଦରରେ ବିଭିନ୍ନ ସ୍ଥାନ । କଟକଣା ସତ୍ତ୍ବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୁଟିଲା ବାଣ । ସକାଳୁ ସକାଳୁ ଦେଶର ରାଜଧାନୀର ବିଭିନ୍ନ ସ୍ଥାନ ବିଷାକ୍ତ ବାୟୁରେ ଛାଇ ହୋଇ ରହିଛି । ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ମୁତାବକ ଶୁକ୍ରବାର ସକାଳେ ଇଣ୍ଡିଆ ଗେଟ ସମେତ ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ ୪୦୦ ନିକଟତର ହୋଇଛି । ଗୁରୁବାର ଦିପାବଳୀ ପାଳନ ପରେ ବିଭିନ୍ନ ସ୍ଥାନର ଏକ୍ୟୁଆଇ ଖରାପ ଶ୍ରେଣୀରୁ ଅତି ଖରାପ ଶ୍ରେଣୀକୁ ଯାଇଥିବା ବେଳେ ଏହାକୁ ନେଇ ପରିବେଶବିତଙ୍କର ଚିନ୍ତା ବଢିଛି । ଦିଲ୍ଲୀରେ ୮ଟି ମନିଟରିଂ ଷ୍ଟେସନ୍ ତଥା ନିରୀକ୍ଷଣ କେନ୍ଦ୍ର ରେଡ୍ ଜୋନ୍ରେ ଅଛି ।
ଅର୍ଗସ ବ୍ୟୁରୋ : ନୂଆ ବର୍ଷରୁ ରତ୍ନ ଭଣ୍ଡାରର ଗଣତି ମଣତି। ଜିପିଆର ସର୍ଭେର ଚୁଡାନ୍ତ ରିପୋର୍ଟ ଖୁବ୍ ଶୀଘ୍ର ଆସିବ। ପ୍ରାଥମିକ ଆଲୋଚନାରୁ କୌଣସି ଗୁପ୍ତ କୋଠାରୀ ବା ସୁଡଙ୍ଗ ନଥିବା ପ୍ରାୟତଃ ଜଣା ପଡିଛି। ଚୁଡାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।
ଅଧିକ ପଢନ୍ତୁ : ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ
ସେ କହିଛନ୍ତି ,କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀ ମନ୍ଦିର ଭିଡ ରହିଚି। କାର୍ତ୍ତିକ ପରେ ରତ୍ନ ଭଣ୍ଡାର ମରାମତି ହେବ। ରତ୍ନ ଭଣ୍ଡାରରେ ଫାଟ ରହିଥିବା ସ୍ପଷ୍ଟ ହୋଇଛି। କାର୍ତ୍ତିକ ମାସ ପରେ ଏକ ମାସ ଧରି ମରାମତି କାମ କରିବ ଏଏସଆଇ। ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ। ପୁରୁଣା ତାଲିକା ସହ ମ୍ୟାଚ କରଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ।