ଦୀୱାଲିର ତୟାରୀ ଆରମ୍ଭ ହୋଇଗଲାଣି । କାରଣ ଅନେକ ଗ୍ରାହକ ପାର୍ବଣ ବେଳେ ସାମଗ୍ରୀ କିଣିପାରିନଥିଲେ । କାର୍ଯ୍ୟବ୍ୟସ୍ତତା ହେଉ କି ଟଙ୍କାର ଅଭାବ ହେଉ ମନପସନ୍ଦର ଜିନିଷ କିଣିପାରିନଥିଲେ । କିନ୍ତୁ ଏବେ ପୁଣି ଥରେ ଅଫର୍ ଆରମ୍ଭ ହେଉଥିବାରୁ ଜୋରଦାର ସପିଂ ହେବ ବୋଲି ଚର୍ଚ୍ଚା ଚାଲିଛି । ସେଲ୍ରେ ସ୍କାର୍ଟଫୋନ୍ରୁ ନେଇ ବିଭିନ୍ନ ସାମଗ୍ରୀ ଉପରେ ଆକର୍ଷଣୀୟ ରିହାତି ମିଳିବାକୁ ଯାଉଛି ।
ଦିୱାଲୀରେ ମିଳିବାକୁ ଥିବା ଅଫର୍ରେ କେବଳ ଏସବିଆଇ କାର୍ଡ କଲେ ଅଧିକ ୧୦ ପ୍ରତିଶତ ରିହାତି ମିଳିବାକୁ ଯାଉଛି । ସେଲ୍ରେ ଆଇଫୋନ୍, ସାମ୍ସଙ୍ଗ୍, ଭିଭୋ ସହ ଅନେକ ବ୍ରାଣ୍ଡ୍ର ଫୋନ୍ ଉପରେ ଆକର୍ଷଣୀୟ ଅଫର୍ ମିଳିବ। ଅଫର୍ ତ ମିଳିବ କିନ୍ତୁ କେଉଁ ସାମଗ୍ରୀ ଉପରେ କେତେ ମିଳିବ ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
ଆଜିକାଲି ସ୍ମାର୍ଟଫୋନ୍ ଯୁବପିଢିଙ୍କର କେତେ ଦରକାର ତାହା ଆମେ ସମସ୍ତେ ଜାଣନ୍ତି । ସେଇଥି ଲାଗି ତ ଏଥର ଅଫରରେ ସ୍ମାର୍ଟଫୋନ୍ରେ ପ୍ରାୟ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । କେବଳ ସ୍ମାର୍ଟଫୋନ୍ କାହିଁକି ବରଂ ସ୍ମାର୍ଟୱାଚ୍, ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ବି ଆକର୍ଷଣୀୟ ଅଫର ମିଳିବାକୁ ଯାଉଛି । ତେଣୁ ଏବେଠୁ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳୁଛି । ଯେଉଁମାନେ ଚାହିଁବେ ସେମାନେ କିଣିପାରିବେ । ହେଲେ ପୁଣି ଥରେ କହିରଖୁଛୁ କି, SBI କାର୍ଡ ବ୍ୟବହାର କଲେ ଅଧିକ ୧୦ ପ୍ରତିଶତ ରିହାତି ମିଳିବ ।