ଖୁବଶୀଘ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଏ କୁବେର ବାବୁଙ୍କୁ କରାଯିବ ସମନ । ଅଭିଯୋଗ ଅଛି, ଜନତା ଓ ରାଜକୋଷ ଲୁଟି ଏମାନେ ଗୋଟାଉଥିଲେ ବିଜେଡି ପାଣ୍ଠି । ବିଜେଡି ଶାସନରେ ଏ କୁବେର ବାବୁମାନେ ମୋହରା ସାଜିଥିବାବେଳେ ମାଫିଆଙ୍କ ସରଗନା ବସୁଥିଲେ ତୃତୀୟ ମହଲାରେ । ଭି. କେ ପାଣ୍ଡିଆନ୍, ଡିଏସ୍ କୁଟ୍ଟେ, ଆଶିଷ ସିଂଙ୍କ ଭଳି ବିଜେଡି ଶାସନର ବଡ଼ ଅଫିସରଙ୍କ ନାଁରେ ଅଛି ସଂଗୀନ ଅଭିଯୋଗ। ଥାର୍ଡ ଫ୍ଲୋରର ପାଓ୍ବାରଫୁଲ ବାବୁଙ୍କ ନିର୍ଦ୍ଦେଶରେ ଏମାନେ ଠିକାଦାରଙ୍କଠାରୁ ଆଦାୟ କରୁଥିଲେ ମୋଟା ଅଙ୍କର ପିସି, ଆଉ ସର୍ଦ୍ଦାରଙ୍କ ହାତକୁ ବଢ଼ାଉଥିଲେ ଟଙ୍କା । ପ୍ରଶ୍ନ ହେଲା ପୂର୍ବ ମୁଖ୍ୟମନ୍ତ୍ରୀ ନବୀନଙ୍କ ଜାଣତରେ ଚାଲିଥିଲା କି ଦୁର୍ନୀତିର ମହା କେଳେଙ୍କାରୀ ?
ଏ ସରକାରୀ ଅଫିସର ଅମାପ ସମ୍ପତ୍ତି ଠୁଳ କଲେ କେମିତି ? ସୁପ୍ରିମକୋର୍ଟଙ୍କ ଅନୁମୋଦିତ କଳାଧନ ସମ୍ପର୍କିତ ମାଲାର ତଦନ୍ତ କରୁଥିବା ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ ମଧ୍ୟ ଏହାକୁ ଗୁରୁତର ସହ ନେଇଥିଲେ । ଅଗଷ୍ଟ ୨୮ରେ କଟକର ଅନୁଷ୍ଠିତ ବୈଠକରେ ଉଠିଥିଲା ଭିଜିଲାନ୍ସ ପକ୍ଷରୁ ୧୨ଟି ଚର୍ଚ୍ଚିତ ମାମଲା ପ୍ରସଙ୍ଗ । ସେଠି କୁବେର ବାବୁଙ୍କ ଚାନ୍ଦାର ସ୍କାନ ହେବା ସହ ଇଡି ସହ ହୋଇଥିଲା ଆଲୋଚନା। ଭିଜିଲାନ୍ସ ଚଢ଼ାଉବେଳେ ଦୁର୍ନୀତିଖୋର ବାବୁଙ୍କ ସମ୍ପତ୍ତି ସମସ୍ତଙ୍କୁ କରିଛି ତାଜୁବ୍। ପ୍ରଶ୍ନ ହେଲା ହାତରେ ଘସିହୋଇ ପକେଟରେ ପଶୁଥିବା ଟଙ୍କା ଯଦି ଏତିକି ତେବେ ତୃତୀୟ ମହଲାକୁ ଯାଇଥିଲା କେତେ ? ସବୁଠାରୁ ବଡ଼ ପ୍ରଶ୍ନ ପିଆଦାଙ୍କୁ ମୋହରା କରି ରାଜ୍ୟରେ ଲୁଟର ରାଜ୍ ଚଳାଇଥିବା ନେତା ଓ ଅଫିସରଙ୍କ ପାଖରେ ପହଞ୍ଚିବ କି ତଦନ୍ତ ? ପିସି ଖିଆ ଅଫିସରଙ୍କ ସଂରକ୍ଷଣକର୍ତ୍ତାଙ୍କର ମୁଖା ଖୋଲିବ କି ?
ଅଧିକ ପଢନ୍ତୁ ଓଡ଼ିଶା ଖବର