ଅଧିକ ପଢନ୍ତୁ : ବିଜେଡି ପରାଜୟକୁ ନେଇ ପ୍ରସନ୍ନ ପାଟ୍ଟଶାଣୀଙ୍କ ବଡ ବୟାନ
ସେପଟେ ଦଳର ପରାଜୟରେ ପାଣ୍ଡିଆନ୍ ଙ୍କ ଭୂମିକା ଓ ନବୀନଙ୍କ ନିରବତାକୁ ନେଇ ବିଜେଡିରେ ଉଦଗୀରଣ ଜାରୀ । ଦଳ ପରିତ୍ୟାଗ କରିଥିବା ବରିଷ୍ଠ ନେତା ଅମର ଶତପଥୀ ଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପରେ ପ୍ରଫୁଲ୍ଲ ଘଡେଇ ବି ମାରିଛନ୍ତି ତେରଛା ବାଣ । ପ୍ରଫୁଲ କହିଛନ୍ତି ବିଜେଡିର ପରାଜୟ ପାଇଁ ପ୍ରାର୍ଥୀ, ପରିସ୍ଥିତି, ପରିଚାଳନା, ଫଣ୍ଡିଂ ଓ ଦାୟିତ୍ବ ଭଳି ଅନେକ ଗୁଡିଏ କାରଣ ରହିଛି । କେଉଁଠି ତ୍ରୁଟି ରହିଲା କଣ ହେଲା ତାହା ଦଳର ପରିଚାଳନା କରୁଥିବା ଲୋକ ହିଁ କହି ପାରିବେ ।
ନିଜ ନେତାଙ୍କ ବାଣରେ ବିଜେଡି ଘାଇଲା ହୋଇଥିବା ବେଳେ ବିଜେପି ବିଧାୟକ ଜୟନାରାଣ ମିଶ୍ର କହିଛନ୍ତି ଅନେକ ବିଜେଡି ନେତା ଆମ ଯୋଗାଯୋଗରେ ଅଛନ୍ତି । ଖୁବଶୀଘ୍ର ଛିନଛତର ହୋଇଯିବ ବିଜେଡି । ଯାହାର ଜବାବ ରଖିଛନ୍ତି ମୁଖପାତ୍ର ଲେଲିନ୍ ମହାନ୍ତି ।
ନିର୍ବାଚନ ବେଳେ ନବୀନଙ୍କ ହାତକୁ ଭିଡିବା, ଗୋଇଠା ମାରିବା ଭଳି ଘଟଣାକୁ ଓଡିଶା ବାସୀ ଭୁଲିନଥିବା ବେଳେ ତାମିଲ ବାବୁଙ୍କ ଚୌକି ଲୋଭର ଗୁମର ଅଧିକ ଆଲୋଡନ ସୃଷ୍ଟି କରିଛି । କେହି କେହି ତ ଚର୍ଚ୍ଚା କରୁଛନ୍ତି ଓଡିଶାର ରାଜସ୍ବ ଲୁଟ୍ କରି ନବୀନଙ୍କୁ ହରାଇବା ପରେ ପ୍ରାୟ ହଜାରେ କୋଟିରୁ ଅଧିକ ଟଙ୍କାର ବିଜେଡି ନିର୍ବାଚନୀ ପାଣ୍ଠି ଉପରେ ରହିଛି ସେହି ନିର୍ଦ୍ଧିଷ୍ଟ କୋଟେରୀର ନଜର । ଯେଉଁଥିପାଇଁ ମୁଖପାତ୍ରଙ୍କ ଦ୍ବାରା ଦଳର ପ୍ରତିଷ୍ଠାତା ସଦସ୍ୟ, ପୁରୁଖା ନେତା ଓ ଦକ୍ଷ ସଙ୍ଗଠକଙ୍କୁ ବେଜିତ୍ କରି ଦଳରୁ ଦୂରେଇବାକୁ କରାଯାଇଛି ଯୋଜନା