ପର୍ବପର୍ବାଣୀ ଆମ ପାଇଁ କେବଳ ଛୁଟିର ଦିନ ହୋଇଥାଇପାରେ କିନ୍ତୁ ବ୍ୟାପାର ପାଇଁ ଏହା ହେଉଛି ଅତ୍ୟନ୍ତ ଜରୁରୀ ଏବଂ ଲାଭର ସମୟ। ଫେଷ୍ଟିବାଲସକୁ ଭାରତର ଇକୋନୋମିକ ଡ୍ରାଇଭର ବା ଅର୍ଥନୈତିକ ଚାଳକ ବୋଲି କୁହାଯାଏ କାରଣ ସେଥିରୁ ଏକ କନସେପ୍ଟର ଜନ୍ମ ହୁଏ ଯାହାକୁ କୁହାଯାଏ ରିପଲ ଇଫେକ୍ଟ। cosumption boom , seasonal employment, export income, capital investment .
ଆଇପିଏଲ ଭାରତର ସବୁଠାରୁ ବଡ ସ୍ପୋଟିଙ୍ଗ ଇଭେଣ୍ଟ ଏହା ସମସ୍ତେ ଜାଣିଥାନ୍ତି। ଆଇପିଏଲରେ ଆଡଭଟାଇସମେଣ୍ଟ ଏବଂ ସ୍ପନସରସିପ ଦ୍ବାରା ୨ ମାସରେ ୧୫,୦୦୦ କୋଟିର ବିଜନେସ ହୋଇଥାଏ। କିନ୍ତୁ ଗଣେଷ ଉତ୍ସବ ଆଇପିଏଲକୁ ବି ଟପେଇଦିଏ। କାରଣ ଗଣେଷ ଉତ୍ସବର ମାତ୍ର ୧୦ ଦିନରେ ଏକ ଲକ୍ଷ କୋଟିର ବିଜନେସ ହୋଇଥାଏ। ପର୍ବପର୍ବାଣୀ ଆସିଲେ ହଠାତ୍ ଭାରତରେ ଏହି ୩ଟି ଇଣ୍ଡଷ୍ଟ୍ରିର ଡିମାଣ୍ଡ ବଢିଯାଏ ସେଗୁଡିକ ହେଉଛି ଟେକ୍ସଟାଇଲ , ସୁଇଟସ୍ ଆଉ ଜୁଏଲାରୀ ଇଣ୍ଡଷ୍ଟ୍ରି। ଟେକ୍ସଟାଇଲରେ ୩୦ ପ୍ରତିଶତ, ଜୁଏଲାରୀରେ ୨୫% ଏବଂ ସୁଇଟସରେ ସର୍ବାଧିକ ୪୦ ପ୍ରତିଶତ ବୃଦ୍ଧି ହୋଇଥାଏ।
ଗଣେଷଙ୍କର ପ୍ରିୟ ମିଠା ମୋଦକ ଏହା ସମସ୍ତେ ଜାଣିଥାନ୍ତି। ମୋଦକର ମୁଖ୍ୟ ଉପାଦାନ ହେଉଛି ନଡିଆ। ଗଣେଷ ଉତ୍ସବ ସମୟରେ ପୁନେର ଏକ ସହରରେ କେବଳ ୧୦ ଦିନରେ ୩୫ ଲକ୍ଷ ନଡିଆ ବିକ୍ରି ହୋଇଥାଏ। ସେହିପରି ନାସିକର ପଞ୍ଚବାଟୀ ଫୁଲ ମାର୍କେଟରେ ଏକ ସ୍ବାଭାବିକ ଦିନରେ ୨୦ ଟନ ଫୁଲ ବିକ୍ରି କରାଯାଏ। ତ ଥରେ ଭାବନ୍ତୁ ଗଣେଷ ପୂଜା ଆସିଲେ କେତେ ମାତ୍ରାରେ ଫୁଲ ବିକ୍ରି କରାଯାଉଥିବ। ଯାହାଦ୍ବାରା ଫୁଲ ବେପାରୀ ମାନେ କେତେମାତ୍ରାରେ ଲାଭବାନ ହେଉଥିବେ। ଏହା ଥିଲା ripple effect ର ପ୍ରଥମ ସ୍ତର consumption boom.
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଅନେକ କାରଖାନାରେ ଗଣେଷଙ୍କ ମୂର୍ତ୍ତି ତିଆରି କରାଯାଏ। ୨୦୦୦ ରୁ ଅଧିକ ମୂର୍ତ୍ତିକାର ପ୍ରତିବର୍ଷ ୩୦ ରୁ ୩୫ ଲକ୍ଷ ମୂର୍ତ୍ତି ତିଆରି କରିଥାନ୍ତି। ଆଉ ଏଥିରୁ ସେମାନେ ୬୦୦ କୋଟି ଟଙ୍କା ରୋଜଗାର କରିଥାନ୍ତି। ଭାରତରେ ପ୍ରତିବର୍ଷ ୨୦ କୋଟି ମୂର୍ତ୍ତି ବିକ୍ରି ହୋଇଥାଏ। ଆଉ ଏହାକୁ କୁହାଯାଏ seasonal employment . ଯାହାର ଭାରତର ଅର୍ଥନିତୀରେ ଏକ ବଡ ଭୂମିକା ରହିଛି। ripple effect ର ଏହା ହେଉଛି ଦ୍ବିତୀୟ ସ୍ତର।
କିନ୍ତୁ ଆପଣଙ୍କୁ ଶୁଣିଲେ ବିଶ୍ବାସ ହେବନାହିଁ ଯେ ଗତ କିଛି ବର୍ଷ ପର୍ଯ୍ୟନ୍ତ ଭାରତକୁ ଗଣେଷଙ୍କ ମୂର୍ତ୍ତି ବି ଚାଇନାରୁ ଆମଦାନୀ ହେଉଥିଲା। ଯାହାଦ୍ବାରା ଚାଇନାକୁ ୫୦,୦୦୦ କୋଟିର ଫାଇଦା ହେଉଥିଲା। ମାନେ ଫେଷ୍ଟିବାଲ ଆମର କିନ୍ତୁ ଫାଇଦା ଚାଇନାକୁ ମିଳୁଥିଲା। କିନ୍ତୁ କୋଭିଡ ପରେ ଏହା ବନ୍ଦ କରାଯାଇଥିଲା। ଯାହା ଫଳରେ ଆମ ଦେଶର ମୂର୍ତ୍ତିକାର ମାନଙ୍କୁ ୩୦୦ କୋଟିର ବିଜନେସ ମିଳିଲା। ଗଣେଷ ଉତ୍ସବ ଦ୍ବାରା ଭାରତରେ ଏକ ଲକ୍ଷ ଲୋକଙ୍କୁ ଅତିରିକ୍ତ ନିଯୁକ୍ତି ସୁଯୋଗ ମିଳିଥାଏ।
ଏସବୁ ସହିତ ଆଉ ଏକ ଫାଇଦା ମଧ୍ୟ ଏହି ସମୟରେ ଭାରତକୁ ହୋଇଥାଏ ତାହା ହେଉଛି ଯେଉଁ ଭାରତୀୟ ମାନେ ବିଦେଶରେ ସେଟେଲ ହୋଇଯାଇଛନ୍ତି ସେମାନେ ଫେଷ୍ଟିବାଲ ସମୟରେ ନିଜ ଘରକୁ ଆସିନପାରି ନିଜ ନିଜ ଘରକୁ ଟଙ୍କା କୋରିଅର କରିଦିଅନ୍ତି। ସେଥିରୁ ଭାରତକୁ ବହୁତ ଫାଇଦା ହୋଇଥାଏ। ଏହା ଭାରତୀୟଙ୍କ ପାଇଁ export income oppertunity ବନାଇଥାଏ। ଏହା ହେଉଛି ripple effect ର ତୃତୀୟ ସ୍ତର। ପ୍ରତିବର୍ଷ ଭାରତ 100 ବିଲିୟନ ଡଲାର remittances ରିସିଭ୍ କରିଥାଏ। NRI ଙ୍କ interest ଭାରତ ପାଇଁ ଜରୁରୀ ଅଟେ। କାରଣ ଏହି ସମୟରେ ରପ୍ତାନୀ ବି ବଢିଥାଏ।
ଭାରତର ନମକୀନ ମାର୍କେଟ ହେଉଛି ୧୦୮ ବିଲିଅନ ଡଲାର। ଆଉ ଆପଣ ଜାଣିଛନ୍ତି ଯେତେ ସବୁ ମିଠା ନମକୀନ ଏବଂ ସ୍ନାକ୍ସ ଆଇଟମ୍ ରହିଛି ସେସବୁ ଯଦି କେଉଁ ଦେଶରୁ ସବୁଠାରୁ ଅଧିକ ଏକ୍ସପୋର୍ଟ ହୋଇଥାଏ ତାହା ହେଉଛି ଭାରତ, ମାନେ ଏସବୁ ଏକ୍ସପୋର୍ଟ କରିବାରେ ଭାରତ ହେଉଛି ବିଶ୍ବରେ ନମ୍ବର ୱାନ। ଭାରତ ପରେ ଚାଇନା ଦ୍ବିତୀୟ ଏବଂ ସ୍ପେନ ତୃତୀୟ ନମ୍ବରରେ ଥାଏ। ପ୍ରତିବର୍ଷ UK,USA ଏବଂ AUSTRALIA ଭଳି ଦେଶକୁ ମୂର୍ତ୍ତିଠାରୁ ଆରମ୍ଭ କରି ଦେଶୀ ମିଠା ଏବଂ ସ୍ନାକ୍ସ ଭାରତରୁ ରପ୍ତାନୀ ହୋଇଥାଏ।
ଏହି ସବୁ ଉତ୍ସବ ସମୟରେ କମ୍ପାନୀ ଗୁଡିକ ଅନେକ ଅଫରସ ଦିଅନ୍ତି, ପ୍ରମୋସନ କରାନ୍ତି ଏବଂ ଡିସକାଉଣ୍ଟ ବି ଲଞ୍ଚ କରନ୍ତି ଯାହାଦ୍ବାରା ସେଲସ ବଢେ। ଦୋକାନ ଗୁଡିକରେ ବି ବିକ୍ରି ଡବଲ ହୋଇଯାଏ। ଖାସ କରିକି ଭାରତୀୟ ମାନେ ଏହି ସବୁ ଶୁଭ ମୂହୂର୍ତ୍ତରେ ଘର ଗାଡି ଇତ୍ୟାଦି କିଣିଥାନ୍ତି। କାରଣ ସେମାନଙ୍କର ବିଶ୍ବାସ ଥାଏ ଯେ ଶୁଭ ଦିନରେ କିଛି କିଣିଲେ ଶୁଭ ହୋଇଥାଏ। ସେମାନେ ଏହି ସମୟରେ ସେମାନେ ପ୍ରାଇସ ବି ଦେଖନ୍ତିନି ମାର୍କେଟରେ ପ୍ରାଇସ ଯେତିକି ବି ଥାଉ ଯଦି ଶୁଭ ଦିନ ଅଛି ମାନେ କିଣିବାର ଅଛି।real estate କମ୍ପାନି ଅଫରସ ଆଣେ। ଲୋକେ ହାଉସିଙ୍ଗ ଲୋନ୍ ନିଅନ୍ତି ଯାହାଦ୍ବାରା ବ୍ୟାଙ୍କିଙ୍ଗ ସେକ୍ଟରରେ ଲୋନର ଡିମାଣ୍ଡ ବଢିଥାଏ।
ଏବେ ପ୍ରଶ୍ନ ହେଉଛି ସେହିସବୁ ଟଙ୍କାର କଣ କରାଯାଏ?ତେବେ ଭାରତର କିଛି କିଛି ସ୍ଥାନରେ ମନ୍ଦିରକୁ ଦାନଧର୍ମରେ ଯେଉଁ ଟଙ୍କା ମିଳେ ତାକୁ ଏକ ଚାରିଟିରେ ବ୍ୟବହାର କରାଯାଏ। ଯେମିତି କି ହାଇଦ୍ରାବାଦରେ ପ୍ରତି ବର୍ଷ ଗଣେଷ ଉତ୍ସବ ସମୟରେ ଏକ ପ୍ରତିଯୋଗିତା ହୁଏ ଯେଉଁଥିରେ ବଡ ବଡ ଲଡୁ ତିଆରି କରାଯାଏ ଏବଂ ତାର ନିଲାମ କରାଯାଏ। ସେଥିରୁ ଯେଉଁ ଟଙ୍କା ଆସେ ତାକୁ ଚାରିଟିରେ ବ୍ୟବହାର କରାଯାଏ। ମୁମ୍ବାଇର ଲାଲବାଗଚା ରାଜା ମନ୍ଦିର ଏବଂ ସିଦ୍ଧିବିନାୟକ ମନ୍ଦିରର ଟ୍ରଷ୍ଟ ଏକ dialysis ସେଣ୍ଟର ଚଲାଇଥାନ୍ତି ଯେଉଁଠାରେ ଲୋକଙ୍କର ଚିକିତ୍ସା ହୋଇଥାଏ।
ଭାରତରେ ୧୦ କୋଟି ଲୋକ informal sector ରେ କାମ କରିଥାନ୍ତି, ଆଉ ଆମକୁ ସେମାନଙ୍କର ଆବଶ୍ୟକତା ଅଛି। ଯଦି ଏମାନେ ବେକାର ଏବଂ ବେରୋଜଗାର ରହିବେ ତାହେଲେ ଆମ ଦେଶର କିଛି ବି ହୋଇପାରିବନାହଁ। କୌଣସି ବି କମ୍ପାନି କି ସରକାର ମଧ୍ୟ ସମସ୍ତଙ୍କୁ ନିଯୁକ୍ତି ଦେଇପାରିବନାହିଁ। ପ୍ରତିବର୍ଷ ୨୦ ମିଲିୟନ ଚାକିରୀର ଆବଶ୍ୟକତା ରହିଛି ଏବଂ ଆମେ କେବଳ ୫ ମିଲିୟନ ନୂଆ ଚାକିରି ସୃଷ୍ଟି କରିପାରୁଛେ। ବାକି ୧୫ ମିଲିୟନ ଲୋକ ହେଉଛନ୍ତି ବେରୋଜଗାର ଆଉ ଏହା ହିଁ ଭାରତର ସତ। କିନ୍ତୁ ଗଣେଷ ଉତ୍ସବ ସମୟରେ ସମସ୍ତେ କିଛି ନା କିଛି କାମ କରି ରୋଜଗାର କରିବାର ସୁଯୋଗ ପାଇଥାନ୍ତି। କୋଭିଡ ସମୟରେ ଭାରତର ଅର୍ଥନୀତି ବହୁତ ଜଳକୁ ଖସିଯାଇଥିଲା କିନ୍ତୁ ଭାରତରେ ବିଭିନ୍ନ ପର୍ବପର୍ବାଣୀ ଯେମିତି କି ରାକ୍ଷୀ ପୂର୍ଣ୍ଣିମାଠୁ ଆରମ୍ଭ କରି ଗଣେଷ ପୂଜା ,ନବରାତ୍ରୀ , ଦଶହରା, ଦିପାବଳୀ ଏହି ସବୁ ଫେଷ୍ଟିବାଲ ପାଇଁ ଭାରତର ଅର୍ଥନୀତି ଟ୍ରାକକୁ ଆସିପାରିଛି।
ତେବେ ଗଜାନନ ଯେତେବେଳେ ବି ଆସନ୍ତି ନିଜ ସହିତ ଅନେକ ଖୁସି ଏବଂ ସମୃଦ୍ଧି ନେଇଆସନ୍ତି ଯାହାର ସକରାତ୍ମକ ପ୍ରଭାବ ସିଧାସଳଖ ଭାରତର ଅର୍ଥନୀତି ଉପରେ ପଡିଥାଏ। ସେଥିପାଇଁ ତ ତାଙ୍କୁ ବିଘ୍ନହର୍ତ୍ତା ବୋଲି କୁହାଯାଏ।
ଅଧିକ ପଢନ୍ତୁ ଭାରତ ଖବର