ଅର୍ଗସ ବ୍ୟୁରୋ: ପ୍ୟାରିସ୍ ରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ସାକ୍ଷତ କରିଛନ୍ତି ପାରାଅଲମ୍ପିକ ଖେଳାଳୀ ମାନେ..ଆଜି ଦିଲ୍ଲୀରେ ନିଜ ବାସ ଭବନ ରେ ପାରିସ୍ ରୁ ଫେରିଥିବା ସମସ୍ତ ପାରା ଅଲମ୍ପିକ ପଦକ ବିଜେତାଙ୍କ ସମେତ ସମସ୍ତ ଖେଳାଳୀଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଖେଳାଳୀ ମାନଙ୍କ ଅନୁଭୂତି ବିଷଯରେ ପଚାରି ବୁଝିଥିଲେ..ପ୍ରଧାନମନ୍ତ୍ରୀ ଙ୍କ ସହ ସାକ୍ଷାତ କରି ସମସ୍ତ ଖେଳାଳୀ ବହୁତ ଖୁସି ବୋଲି ପାରାଅଲମ୍ପିକ ମେଡାଲିଷ୍ଟ ମୋନା ଅଗ୍ରୱାଲ, ହରବିନ୍ଦର ସିଂ ଏବଂ ସୋନାଲ ପଟେଲ କହିଛନ୍ତି..ପ୍ରଧାନମନ୍ତ୍ରୀ ଙ୍କୁ ସାକ୍ଷାତ କରିବା ଏକ ଗର୍ବର କ୍ଷଣ ବୋଲି କହିଛନ୍ତି ଖେଳାଳୀ ମାନେ ।
ଅର୍ଗସ ବ୍ୟୁରୋ: ‘ସୁଭଦ୍ରା’ ବ୍ୟତୀତ ଏକାଧିକ ଲୋକହିତକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । Awaas Appର ଶୁଭାରମ୍ଭ କରିବା ସହ PMAY ହିତାଧିକାରୀଙ୍କୁ ଗୃହ ଚାବି ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ । PMAY-Gରେ ୧୩ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିଛି । ଏଥିସହ PMAYର ୨୬ ଲକ୍ଷ ଲୋକଙ୍କ ଗୃହ ପ୍ରବେଶ ହୋଇଛି ।.. PMAY-Urban 2.O ଗାଇଡଲାଇନର ବି ଲଞ୍ଚ୍ କରିଛନ୍ତି ପିଏମ୍ ।ତାଛଡ଼ା ଏକାଧିକ ରେଲୱେ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ସ୍ବାସ୍ଥ୍ୟ, ସାମାଜିକ ଓ ଆର୍ଥିକ ସୁରକ୍ଷାର ଗ୍ୟାରେଣ୍ଟି ଦେବା ସହ ଗରିବଙ୍କ ଜୀବନର ପରିବର୍ତ୍ତନ ହିଁ ବିକଶିତ ଭାରତର ପ୍ରକୃତ ଶକ୍ତି ହେବ ବୋଲି ସୁଭଦ୍ରା ଶୁଭାରମ୍ଭ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏଥିସହ ପିଏମ୍ କହିଛନ୍ତି, ଓଡ଼ିଶାରେ ସବୁ ପ୍ରକାର ସଂପଦ ଭରପୁର ହୋଇ ରହିଛି ।... ବିଗତ ୧୦ ବର୍ଷରେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ଦିଆଯାଇଛି । ୧୦ ବର୍ଷରେ ଯାହା ମିଳୁଥିଲା, ଏବେ ତା ଠାରୁ ଅଧିକ ମିଳୁଛି । ଓଡ଼ିଶାବାସୀ ଏବେ ଆୟୁଷ୍ମାନ ଭାରତ ସୁବିଧା ବି ପାଇବେ । ୭୦ ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ସୁବିଧା ମିଳିବ ।.. ୫ ବର୍ଷରେ ଓଡ଼ିଶାରେ ରେଲ୍ ଓ ରୋଡ୍କୁ ନୂଆ ସୋପାନକୁ ନେବୁ । ପୁରୀ-କୋଣାର୍କକୁ ରେଳ ଚାଲିବା ଆଉ ବେଶୀ ଦୂର ନୁହେଁ । ବିଭିନ୍ନ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଯୁବକଙ୍କୁ ରୋଜଗାର ମିଳିବ । ଏକାଠି ମିଶି ଓଡ଼ିଶାକୁ ସୁନାର ଓଡ଼ିଶା ବନାଇବା, ଯାହାକୁ ସାରା ଦୁନିଆ ଦେଖିବ ବୋଲି ମୋଦି କହିଛନ୍ତି
ଖୁବ୍ ଶୀଘ୍ର ଓଡ଼ିଶାକୁ ମିଳିବ ହାଇଟେକ୍-ନମୋ ଭାରତ୍ ରାପିଡ୍ ରେଳ । ଏଇ ଆଧୁନିକ ଭିତ୍ତିଭୂମି ଓଡ଼ିଶା ପାଇଁ ନୂଆ ସମ୍ଭାବନାର ରାସ୍ତା ଖୋଲିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...