ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଯାଜପୁର । ଗତ ୫ ବର୍ଷରେ ଜିଲ୍ଲାରେ ବିକାଶ ନାଁରେ ପାଖାପାଖି ୧୦୦ କୋଟି ଖର୍ଚ୍ଚ କରିଥିଲା ବିଜେଡି । ହେଲେ ବିକାଶ କଣ ହେବ ବରଂ ଠିକାଦାର ଓ ନେତା ଉଭୟେ ମାଲେମାଲ ହୋଇଛନ୍ତି । ସାଂସଦଙ୍କ ପାଣ୍ଠିକୁ ଜବରଦସ୍ତି ଖର୍ଚ୍ଚ କରିବାକୁ ବବି କେମିତି ପ୍ରେସର ପକାଉଥିଲେ ତାହା ତ ସାଂସଦ କହିସାରିଛନ୍ତି । ହେଲେ ଜିଲ୍ଲାରେ ଥିବା ବୌଦ୍ଧକୀର୍ତ୍ତି ରାଜିର ବିକାଶ ଲାଗି ବି କେନ୍ଦ୍ର ଯେଉଁ ଟଙ୍କା ଦେଇଥିଲା ତାକୁ ବି ଖାଇଦେଇଛନ୍ତି ବିଜେଡି ନେତା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।
ପର୍ଯ୍ୟଟନର ବିକାଶ ଲାଗି ଓଡ଼ିଶାରେ ଅପାର ସମ୍ଭାବନା ରହିଛି । ହେଲେ ପୂର୍ବ ସରକାରର ଠିକାଦାର ମଧୁଚନ୍ଦ୍ରିକା ନୀତି ଯୋଗୁଁ କିଛି ହୋଇପାରିଲା ନାହିଁ । ହେଲେ ଏବେ ସରକାର ବଦଳିଛି, ନୂଆ ସରକାର ଆସିଛି । ତେଣୁ ପର୍ଯ୍ୟଟନର ବିକାଶ ଏବେ ଧାଏଁ ଧାଏଁ ହେବ । ସେପଟେ,ଲଳିତ ଗିରି, ରତ୍ନଗିରି, ଉଦୟଗିରିର, ପୁଷ୍ପଗିରି ଓ ଲାଙ୍ଗୁଡିର ବୌଦ୍ଧ କୀର୍ତ୍ତିରାଜି ଏବେ ସଂଙ୍କଟରେ । ଯାଜପୁରର ଏ ସବୁ ବୌଦ୍ଦ କୀର୍ତ୍ତୀରାଜିର ବିକାଶ ପାଇଁ କେନ୍ଦ୍ର ସରକାର ଦେଇଥିଲେ କୋଟି କୋଟି ଟଙ୍କା। ହେଲେ ବିକାଶ ତ ଦୂର କଥା ଠିକାଦାର ପୋଷାରେ ଟଙ୍କା ବିନିଯୋଗ କଲେ ପୂର୍ବ ସରକାର। ବୌଦ୍ଦ କୀର୍ତ୍ତିରାଜି ବିକାଶ ନାଁରେ ଆସିଥିବା ଟଙ୍କାରେ ଲଳିତଗିରିରେ ତିଆରି ହେଲା ବିଳାସପୂର୍ଣ୍ଣ ବଙ୍ଗଳା । ବାଲିଚନ୍ଦ୍ରପୁରରେ ତିଆରି ହେଲା ପାନ୍ଥିକା । ଯାହା ଏବେ ଭାଙ୍ଗିରୁଜି ଭୂତକୋଠି ହେଲାଣି । ପୁଷ୍ପଗିରିରେ ହେଲା ବୌଦ୍ଦଭିକ୍ଷୁଙ୍କ ପାଇଁ ବିଦ୍ୟାଳୟ। ଯାହା ଏବେ ପରିତ୍ୟକ୍ତ । ବରାହମନ୍ଦିର ନିକଟରେ ହେଲା ସଂଗ୍ରହାଳୟ । ଯାହା ଆସୁନି କାମରେ ।
ସୂଚନା ଅନୁସାରେ, ଯାଜପୁର ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ୨୦୧୯ରୁ ୨୦୨୩ ମଧ୍ୟରେ ଆସିଥିଲା ୧୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା । ହେଲେ ଏ ଟଙ୍କା ଖର୍ଚ୍ଚ ହେଲା କୁସୁମା ଫ୍ଲୋଟିଂ ମ୍ୟୁଜିକାଲ ଫାଉଣ୍ଟେନରେ ୬ କୋଟି ୬୯ ଲକ୍ଷ ଖର୍ଚ୍ଚ । ଯାଜପୁର ସହରରେ ବରାହ ଦ୍ବୀପରେ ଶିବା ପ୍ରକଳ୍ପରେ ୧୧ କୋଟି, କଣ୍ଟିଗଢିଆର ଦ୍ଵିତୀୟ କୁସୁମା ପୋଖରୀ ନିର୍ମାଣରେ ୩ କୋଟି ଓ ସଂଗ୍ରହାଳୟରେ ୯ କୋଟି ଖର୍ଚ୍ଚ ହୋଇଛି । ରତ୍ନଗିରି ଭିତ୍ତିଭୁମି ବିକାଶ ନାଁ ରେ ୪ କୋଟି ୫୭ ଲକ୍ଷ, ଉଦୟଗିରିରେ ୧ କୋଟି ୭୫ ଲକ୍ଷ , ଲାଙ୍ଗୁଡି ୨ କୋଟି ୫୨ ଲକ୍ଷ , ବରାହ ପାର୍କ ନାଁରେ ଏକ କୋଟି ଖର୍ଚ୍ଚ ହୋଇଛି । ଏହା ବାଦ ଲଳିତଗିରି ନିକଟରେ ପାନ୍ଥ ନିର୍ବାସ ନିର୍ମାଣରେ ବି କୋଟି କୋଟି ଖର୍ଚ୍ଚ କରିଛନ୍ତି ପୂର୍ବ ସରକାର।
କେନ୍ଦ୍ର ସରକାର ରାଜ୍ୟର ପ୍ରତି ଜିଲ୍ଲାରେ କେମିତି ପର୍ଯ୍ୟଟନର ବିକାଶ ହେବ ସେନେଇ କୋଟି କୋଟି ଟଙ୍କା ଦେଇଥିଲେ । ହେଲେ ରାଜ୍ୟ ସରକାର ମନଇଚ୍ଛା ଟଙ୍କା ଖର୍ଚ୍ଚ କରି ଠିକାଦାରଙ୍କୁ ପୋଷିଥିବା ଅଭିଯୋଗ ହୋଇଛି । ୩୫୮ ଟି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲା । ହେଲେ ଆନ୍ତରିକତାର ଅଭାରୁ ଏଥିରୁ ଅନେକ ପର୍ଯ୍ୟଟନସ୍ଥଳ ଆଜି ବି ଅବହେଳିତ। ବାଲେଶ୍ଵରର ଚାନ୍ଦିପୁର ବେଳାଭୂମି ହେଉ କି ଉଦୟପୁର ଡଗରା ଦୁବଲାଡଡି ବେଳାଭୂମି । ଏସବୁର ବିକାଶ ପାଇଁ ସତେ ଯେମିତି ଆନ୍ତରିକତା ନଥିଲା ୨୪ ବର୍ଷର ସରକାରର ।
କେବଳ ପର୍ଯ୍ୟଟନ ବିଭାଗରେ ବିକାଶ ପାଇଁ କେନ୍ଦ୍ର ଟଙ୍କା ଦେଇଛି କେନ୍ଦ୍ର ତାହା ନୁହେଁ ବରଂ ପ୍ରତି ବିଭାଗରେ କୋଟି କୋଟି ଟଙ୍କା ଆସିଛି । ହେଲେ ରାଜ୍ୟ ସରକାର କେଉଁଠି ପୋଖରୀ ଖୋଳି ଟଙ୍କା ସାରିଛନ୍ତି ତ ଆଉ କେଉଁଠି ପାର୍କ କରି । ଏବେ ଅପେକ୍ଷା କେବେ ଦୁର୍ନୀତିଖୋରଙ୍କ ଉପରେ ହେଉଛି କାର୍ଯ୍ୟାନୁଷ୍ଠାନ ।